Advertisment

ମାରିଦେଲା ରାସ୍ତାର ଖାଲ

ସ୍ତାରେ ଥିବା ଗୋଟିଏ ବିରାଟ ଗର୍ତ୍ତରେ ତାଙ୍କ ସ୍କୁଟି ପଡ଼ି ଯାଇଥିଲା। ଫଳରେ ମାଧବୀ ଭାରସାମ୍ୟ ହରାଇ ଗାଡ଼ି ସହ ବିଚ୍‌ ରାସ୍ତାରେ କଚାଡ଼ି ହୋଇ ପଡ଼ିଥିଲେ।

author-image
Hemant Lenka
Accident

Accident

ରାସ୍ତାରେ ହୋଇଥିବା ଖାଲ ଯୋଗୁ ଚାଲି ଯାଇଛି ଜଣେ ୪୪ ବର୍ଷୀୟ ମହିଳାଙ୍କ ଜୀବନ। ମହିଳା ଜଣଙ୍କ ସ୍କୁଟି ନେଇ ଯାଉଥିବା ବେଳେ ରାସ୍ତାରେ ହୋଇଥିବା ଖାଲ ଯୋଗୁ ସେ ନିୟନ୍ତ୍ରଣ ହରାଇଥିଲେ। ଖାଲରେ ସ୍କୁଟି ଚକା ପଡ଼ିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

Advertisment

ମହିଳା ଜଣଙ୍କ ମଧ୍ୟ ରାସ୍ତାରେ ଛିଟିକି ହୋଇ ପଡ଼ିଥିଲେ। ଏତିକି ବେଳେ ପଛରୁ ଆସିଥିବା ଗୋଟିଏ ଟ୍ରକ ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

କର୍ଣ୍ଣାଟକାର ମେଙ୍ଗାଲୁରୁ ଅନ୍ତର୍ଗତ କୁଲୁର ନିକଟ ଜାତୀୟ ରାଜପଥରେ ଏପରି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ୪୪ ବର୍ଷୀୟ ମାଧବୀ। ତାଙ୍କ ଘର ସୁରଥକଲ କୁଲାଇରେ। ସକାଳ ପ୍ରାୟ ୮.୩୦ରେ ମାଧବୀ ଜାତୀୟ ରାପଥ ୬୬ରେ କୁଲାଇରୁ କୁନ୍ତକାନ ଆଡ଼କୁ ଯାଉଥିଲେ। କିନ୍ତୁ ରୟାଲ ଓକା ଠାରେ ରାସ୍ତାରେ ଥିବା ଗୋଟିଏ ବିରାଟ ଗର୍ତ୍ତରେ ତାଙ୍କ ସ୍କୁଟି ପଡ଼ି ଯାଇଥିଲା। ଫଳରେ ମାଧବୀ ଭାରସାମ୍ୟ ହରାଇ ଗାଡ଼ି ସହ ବିଚ୍‌ ରାସ୍ତାରେ କଚାଡ଼ି ହୋଇ ପଡ଼ିଥିଲେ।

Advertisment

ଏହି ସମୟରେ ଉଡୁପିରୁ ମେଙ୍ଗାଲୁରୁ ଅଭିମୁଖେ ଯାଉଥିବା ଟ୍ରକଟି ସିଧା ମାଧବୀଙ୍କ ଉପରେ ମାଡ଼ି ଯାଇଥିଲା। ଟ୍ରକ ମାଡ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରଶାସନର କହିବା କଥା ଯେ ଜାତୀୟ ରାଜପଥ ପ୍ରାଧିକରଣ ରାସ୍ତା ଗୁଡ଼ିକର ରକ୍ଷାଣବେକ୍ଷଣ କରିବାରେ ବିଫଳ ହୋଇଛି। ସେମାନେ ରାସ୍ତାରେ ଥିବା ଖାଲ ଗୁଡ଼ିକୁ ମରାମତି କରୁ ନାହାନ୍ତି। ଏଥିଯୋଗୁ ଏବେ ବଡ଼ ଦୁର୍ଘଟଣା ଘଟିଛି।

Accident Karnataka