Advertisment

ଷ୍ଟେଜରେ ଗୀତ ଗାଉଥିଲେ ମହିଳା, ମାଇକ୍‌ ଯୋଗେ ମାରିଲା କରେଣ୍ଟ

ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ମହିଳା ଅତିଥିଙ୍କ ସମ୍ମୁଖରେ ଗୀତ ଗାଉଥିବା ବେଳେ ମାଇକ୍‌ରେ ସର୍ଟ ସର୍କିଟ ହୋଇଯିବାରୁ ତାଙ୍କ ମୃତ୍ୟୁ ଘଟିଛି। ଫଳରେ ହଠାତ୍‌ ହସଖୁସିର ପରିବେଶ କାନ୍ଦବୋବାଳିରେ ଫାଟି ପଡ଼ିଲା।

Woman Sings

Woman Sings

Advertisment

ଏମିତି ବି ଆସେ ମୃତ୍ୟୁ, ଯାହାକୁ ବି କଳ୍ପନା କରିବା ମୁସ୍କିଲ । ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ମହିଳା ଅତିଥିଙ୍କ ସମ୍ମୁଖରେ ଗୀତ ଗାଉଥିବା ବେଳେ ମାଇକ୍‌ରେ ସର୍ଟ ସର୍କିଟ ହୋଇଯିବାରୁ ତାଙ୍କ ମୃତ୍ୟୁ ଘଟିଛି। ଫଳରେ ହଠାତ୍‌ ହସଖୁସିର ପରିବେଶ କାନ୍ଦବୋବାଳିରେ ଫାଟି ପଡ଼ିଲା। ଏପରି ଏକ ହୃଦୟ ବିଦାୟକ ଘଟଣା ବିହାରର ସମଷ୍ଟିପୁର ଅଞ୍ଚଳର ମାବି ଗାଁରେ ଘଟିଛି। ମୃତ ମହିଳାଜଣକ ହେଲେ ମୀନା ଦେବୀ ।

Advertisment

ମାବି ଗାଁରେ ହେଉଥିବା ଏକ ବିବାହ ଉତ୍ସବରେ ଗାଁର ବହୁ ମହିଳା ଯୋଗ ଦେଇଥିଲେ। ସେମାନଙ୍କ ସହ ମୀନା ଦେବୀ ବି ଉକ୍ତ ବିବାହ ଉତ୍ସବରେ ସାମିଲ ହୋଇଥିଲେ। ଘର ଲୋକଙ୍କ ସମେତ ବନ୍ଧୁବାନ୍ଧବ ବି ହସଖୁସିରେ ମାତିଥିଲେ। ଏହି ସମୟରେ ମୀନା ଦେବୀ ଷ୍ଟେଜ ଉପରକୁ ଯାଇ ମାଇକ୍‌ ନିକଟରେ ଛିଡ଼ା ହୋଇ ଗୀତ ଗାଇଥିଲେ।

ମାତ୍ର ମୃତ୍ୟୁ ତାଙ୍କୁ ଛକି ରହିଛି ବୋଲି ସେ ଭାବି ନ ଥିଲେ। ମୀନା ଦେବୀ ମାଇକ୍‌କୁ ସ୍ପର୍ଶ କରି ଗୀତ ବୋଲୁଥିବା ବେଳେ ହଠାତ୍‌ ସେଥିରେ ବିଦ୍ୟୁତ୍‌ ସଂଯୋଗ ହୋଇ ଯାଇଥିଲା। ଫଳରେ କେହି କିଛି ବୁଝିବା ପୂର୍ବରୁ ମୀନା ଦେବୀ ଛଟପଟ ହୋଇ ତଳେ ପଡ଼ି ଯାଇଥିଲେ।

Advertisment

ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Bihar Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe