Advertisment

Murder Case: ବାହାଘରରେ ମିଳିଥିବା ଉପହାର ମାଗିବାରୁ ଜୀବନ ନେଇଗଲେ ସ୍ୱାମୀ ଓ ନଣନ୍ଦ

୩୫ ବର୍ଷୀୟ କଳ୍ପନା ସୋନି ୨୦୧୫ରେ ମହେଶ ସୋନିଙ୍କୁ ବିବାହ କରିଥିଲେ। ବାହାଘର ପରେ କଳ୍ପନା ନିଜର ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ସହ ବିରାରରେ ରହୁଥିଲେ। କିନ୍ତୁ ବାହାଘରର କିଛି ବର୍ଷ ପରେ କଳ୍ପନାଙ୍କୁ ଶାଶୁ ଘରେ ନିୟମିତ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Mahesh

ମହେଶ ଓ କଳ୍ପନା (ଫାଇଲ ଫଟୋ)

ସାମାନ୍ୟ ଉପହାର ମାଗି ଜୀବନ ହରାଇଛନ୍ତି ଜଣେ ୩୫ ବର୍ଷୀୟ ମହିଳା। ବାହାଘର ବେଳେ ଉପହାର ଆକାରରେ ମିଳିଥିବା ଜିନିଷଗୁଡ଼ିକ ମହିଳା ଜଣଙ୍କ ମାଗିଥିଲେ। ବାସ୍‌ ଏଥିଯୋଗୁ ତାଙ୍କୁ ସ୍ୱାମୀ ଓ ନଣନ୍ଦ ନିର୍ମମ ଭାବେ ହତ୍ୟା(Murder) କରିଥିବା ଅଭିଯୋଗ ହୋଇଛି।

Advertisment

ମହାରାଷ୍ଟ୍ରର ପାଲଘର ଅଞ୍ଚଳରୁ ଏପରି ଘଟଣା ସାମ୍ନାକୁ ଆସିଛି। ୩୫ ବର୍ଷୀୟ କଳ୍ପନା ସୋନି ୨୦୧୫ରେ ମହେଶ ସୋନିଙ୍କୁ ବିବାହ କରିଥିଲେ। ବାହାଘର ପରେ କଳ୍ପନା ନିଜର ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ସହ ବିରାରରେ ରହୁଥିଲେ। କିନ୍ତୁ ବାହାଘରର କିଛି ବର୍ଷ ପରେ କଳ୍ପନାଙ୍କୁ ଶାଶୁ ଘରେ ନିୟମିତ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏଥିଯୋଗୁ ପରିବାରରେ ପ୍ରାୟତଃ ପାଟିତୁଣ୍ଡ ହେଉଥିଲା ବୋଲି ପୁଲିସ୍‌ ଅଫିସର ପ୍ରକାଶ କାୱାଲେ ସୂଚନା ଦେଇଛନ୍ତି। 

ତାଙ୍କ କହିବା କଥା ଯେ ଶନିବାର ପାଟିତୁଣ୍ଡ ହେବାରୁ କଳ୍ପନା ଘର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଘର ଛାଡ଼ିବା ପୂର୍ବରୁ ସେ ବାହାଘର ବେଳେ ତାଙ୍କୁ ମିଳିଥିବା ସମସ୍ତ ଉପହାର ବାବଦ ଜିନିଷ ଫେରାଇ ଦେବାକୁ କହିଥିଲେ। ଏହାକୁ ନେଇ କଳ୍ପନା, ମହେଶ ଓ ନଣନ୍ଦ ଦୀପାଳି ସୋନିଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ମହେଶ ଓ ଦୀପାଳି ଜିନିଷ ଫେରାଇବାକୁ ସିଧା ସଳଖ ମନା କରି ଦେଇଥିଲେ। ଏଥିସହ ଗୋଟିଏ ଧାରୁଆ ଅସ୍ତ୍ରରେ ଭାଇ-ଭଉଣୀ ମିଳିତ ଭାବେ କଳ୍ପନାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। 

Advertisment

ପଡ଼ୋଶୀଙ୍କ ସହାୟତାରେ କଳ୍ପନାଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ କଳ୍ପନା ବାଥରୁମରେ ପଡ଼ି ଯାଇଥିବା ଦୁଇ ଅଭିଯୁକ୍ତ ପୁଲିସ୍‌କୁ ଜଣାଇଥିଲେ। ହେଲେ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଆଘାତ ଦିଆଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। 

ମହେଶ ଓ କଳ୍ପନାଙ୍କର ୭ ବର୍ଷ ଝିଅ ରହିଛନ୍ତି। ଘଟଣା ବେଳେ ସେ ମଧ୍ୟ ଘରେ ଉପସ୍ଥିତ ରହିଥିଲେ। ପୁଲିସ୍‌ ଗୋଟିଏ ହତ୍ୟା ମାମଲା ରୁଜୁ କରି ମହେଶ ଓ ଦୀପାଳିଙ୍କୁ ଗିରଫ କରିବା ସହ ଜାନୁଆରୀ ୨ ଯାଏ ରିମାଣ୍ଡରେ ଆଣିଛି। 

Murder