Advertisment

ଲିଭ୍ ଇନ୍‌ ପାର୍ଟନର ଲଗାଇ ଦେଇଥିଲେ ନିଆଁ, ଆଖି ବୁଜିଲେ ମହିଳା

କିଛି ଦିନ ତଳେ ଏହି ମହିଳାଙ୍କୁ ତାଙ୍କ ଲିଭ ଇନ ପାର୍ଟନର ତାରପିନ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ।

ଅଦ୍ୟତନ ହୋଇଛି
Fire

Fire

Advertisment

ପୁଣି ଜଣେ ଲିଭ ଇନ୍‌ ପାର୍ଟନରଙ୍କ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଲିଭ୍‌ ପାର୍ଟନ ଦ୍ୱାରା ଆକ୍ରମଣର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୨୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। କିଛି ଦିନ ତଳେ ଏହି ମହିଳାଙ୍କୁ ତାଙ୍କ ଲିଭ ଇନ ପାର୍ଟନର ତାରପିନ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମଧ୍ୟ ସୋମବାର ସନ୍ଧ୍ୟାରେ ସେ ଆଖି ବୁଜିଛନ୍ତି। ଉତ୍ତର ପଶ୍ଚିମ ଦିଲ୍ଲୀର ଅମନ ବିହାର ଅଞ୍ଚଳରେ ଏହି ଘଟଣା ଘଟିଥିଲା।

Advertisment

ଫେବୃଆରୀ ୧୧ରେ ଦିଲ୍ଲୀର ଏସଜିଏମ ହସ୍ପିଟାଲ ପକ୍ଷରୁ ଗୋଟିଏ ଫୋନ କଲ ପୁଲିସ୍‌ ପାଖକୁ ଯାଇଥିଲା। ଜଣେ ମହିଳା ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା। ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କ ବୟାନ ରେକର୍ଡ କରିପାରି ନଥିଲା।

ତଦନ୍ତ ବେଳେ ଜଣା ପଡ଼ିଥିଲା ଯେ ମହିଳା ଜଣଙ୍କ ବଲବୀର ବିହାରରେ ରୁହନ୍ତି। ସେ ଗୋଟିଏ ଜୋତା କାରଖାନାରେ କାମ କରନ୍ତି। ପୀଡ଼ିତା ଜଣଙ୍କ ପୂର୍ବରୁ ବିବାହ କରିଥିଲେ। ହେଲେ ସ୍ୱାମୀଙ୍କୁ ଛାଡ଼ି ଅଭିଯୁକ୍ତ ମୋହିତଙ୍କ ପାଖରେ ଦୀର୍ଘ ୬ ବର୍ଷ ହେଲା ରହୁଥିଲେ। ଉଭୟ ଏକାଠି ରହୁଥିଲେ ମଧ୍ୟ ବିବାହ କରି ନଥିଲେ। ପ୍ରଥମ ସ୍ୱାମୀଙ୍କ ଠାରୁ ମହିଳାଙ୍କର ଗୋଟିଏ ପିଲା ଥିବା ବେଳେ ମୋହିତଙ୍କ ପାଖରେ ରହିବା ପରେ ସେ ଆଉ ଗୋଟିଏ ସନ୍ତାନଙ୍କୁ ଜନ୍ମ ଦେଇଥିଲେ।

Advertisment

ସବୁ କିଛି ଠିକ ଠାକ ଚାଲିଥିବେ ବେଳେ ଫେବୃଆରୀ ୧୦ରେ ଘଟିଥିଲା ଅଘଟଣ। ମୋହିତ ଫେବୃଆରୀ ୧୦ ତାରିଖରେ ତାଙ୍କର ଜଣେ ବନ୍ଧୁଙ୍କ ଘରେ ଡ୍ରଗ୍ସ ସେବନ କରୁଥିବା ମହିଳା ଜଣଙ୍କ ଦେଖିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲେ। ଏଥିରେ ରାଗି ଯାଇ ମୋହିତ ତାରପିନ ତେଲ ଢାଳି ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ।

ପ୍ରଥମେ ତାଙ୍କୁ ଏସଜିଏମ ହସ୍ପିଟାଲକୁ ନିଆ ଯାଇଥିଲା। ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ସଫଦର୍ଜଙ୍ଗ ହସ୍ପିଟାଲ ଓ ଶେଷରେ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ମୁହଁ ଖୋଲିବାକୁ ଅକ୍ଷମ ଥିବାରୁ ଆହତ ଅବସ୍ଥାରେ ତାଙ୍କର ବୟାନ ପୁଲିସ୍‌ ରେକର୍ଡ କରିପାରି ନାହିଁ। ତେବେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସ୍‌ ହାସଲ କରିଛି।

ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ଅମନ ବିହାର ପୁଲିସ୍‌ ଷ୍ଟେସନରେ ଗୋଟିଏ ହତ୍ୟା ମାମଲା ରୁଜୁ କରାଯାଇଛି। ସେହିପରି ପୁଲିସ୍‌ ମୋହିତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Live In Relation Fire Accident Woman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe