Advertisment

ପଟାଟୋ-ପିଲିଂ ମେସିନରେ ଲାଗିଗଲା ଓଢ଼ଣୀ, ମହିଳା ମୃତ

ଉଜ୍ଜୟୀନସ୍ଥିତ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରର ଅନ୍ନକ୍ଷେତ୍ର ଭୋଜନଶାଳାରେ ଅଘଟଣ। ଅଜାଣତରେ ଆଳୁ ଚୋପା ଛଡ଼ାଇବା ପାଇଁ ବ୍ୟବହୃତ ମେସିନରେ ଲାଗିଗଲା ଓଢ଼ଣୀ।

Mahakaleswar Temple (Ujjain)

Mahakaleswar Temple (Ujjain)

Advertisment

ମଧ୍ୟପ୍ରଦେଶର ଉଜ୍ଜୟୀନସ୍ଥିତ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରର ଅନ୍ନକ୍ଷେତ୍ରରେ ଘଟିଛି ଏକ ବଡ଼ ଅଘଟଣ। ମନ୍ଦିରର ଅନ୍ନକ୍ଷେତ୍ର ନିକଟରେ ଥିବା ଭୋଜନଶାଳାରେ ଆଳୁ ଚୋପା ଛଡ଼ାଇବା ପାଇଁ ବ୍ୟବହୃତ ମେସିନରେ ଓଢ଼ଣୀ ଲାଗିଯିବାରୁ ଜଣେ ୩୦ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳା ଜଣକ ମନ୍ଦିରର ଅନ୍ନକ୍ଷେତ୍ର ଭୋଜନଶାଳାରେ କାମ କରୁଥିଲେ। ଏହି ସମୟରେ ତାଙ୍କ ବେକରେ ପଡ଼ିଥିବା ଓଢ଼ଣୀ ଅଜାଣତରେ ପଟାଟୋ-ପିଲିଂ ମେସିନରେ ଲାଗିଯାଇଥିଲା। ଫଳରେ ତାଙ୍କର ବେକରେ ଏହା ଜୋରରେ ଗୁଡ଼ାଇ ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ କହିଛି।

Advertisment

ଶନିବାର ସକାଳେ ଏହି ଅଭାବନୀୟ ଘଟଣା ମହାକାଳେଶ୍ୱର ମନ୍ଦିରର ଅନ୍ନକ୍ଷେତ୍ର ନିକଟରେ ଘଟିଥିବା ସରକାରୀ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅନ୍ନକ୍ଷେତ୍ରରେ ନିୟୋଜିତ ଘରୋଇ ସୁର‍କ୍ଷା କର୍ମୀ ଓ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ମହିଳା କର୍ମଚାରୀମାନେ ଏନେଇ ଖବର ଦେଇଥିଲେ। ମୃତ ମହିଳା ରଜନୀ ଖତ୍ରି ଅନ୍ନକ୍ଷେତ୍ର ଭୋଜନଶାଳାରେ କାମ କରୁଥିଲେ। ଆଜି ସକାଳେ ସେ କାମ କରୁଥିବାବେଳେ ତାଙ୍କ ଅଜାଣତରେ ତାଙ୍କ ବେକରେ ପଡ଼ିଥିବା ଓଢଣୀ ପାଖରେ ଥିବା ଏକ ପଟାଟୋ-ପିଲିଂ ମେସିନ (ଆଳୁ ଚୋପା ଛଡ଼ାଇବା ପାଇଁ ବ୍ୟବହୃତ ମେସିନ)ରେ ଲାଗିଯାଇଥିଲା। ଫଳରେ ଆଖି ପିଛୁଳାକେ ଓଢ଼ଣୀଟି ତାଙ୍କ ବେକରେ ଜୋରରେ ଗୁଡ଼ାଇ ହୋଇଯାଇଥିଲା। ସେ ସଙ୍ଗେ ସଙ୍ଗେ ଅଚେତ ହୋଇପଡ଼ିଇଥିଲେ।

ତାଙ୍କୁ ତୁରନ୍ତ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତଦେହକୁ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଅନ୍ୟପଟେ ମୃତ ମହିଳାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ଏହି ଅନ୍ନକ୍ଷେତ୍ର ଉଜ୍ଜୟୀନ ମହାକାଳେଶ୍ୱର ମନ୍ଦିରରୁ ପ୍ରାୟ ୫୦୦ ମିଟର ଦୂରରେ ଅବସ୍ଥିତ। ଏଠାରେ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ଯୋଗାଇ ଦିଆଯାଏ।

Advertisment
Madhya Pradesh News Ujjain Temple Mahakaleswar Temple Woman Dead In Mahakaleswar Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe