Advertisment

୩ ଛୁଆଙ୍କୁ ମାରିବା ପରେ ମା’ର ଆତ୍ମହତ୍ୟା

ଶନିବାର ସମସ୍ତଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ ଆଜି ପୂରା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛି।

Suicide

Suicide

Advertisment

ବିହାରର ଗୟା ଜିଲ୍ଲାରେ ଘଟିଥିବା ବିଚଳିତ କରିବା ଘଟଣାରେ ପୁଲିସ୍‌ ବଡ଼ ଖୁଲାସା କରିଛି। ଜଣେ ମହିଳା ନିଜର ୩ ଛୁଆଙ୍କୁ ମାରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଶନିବାର ସମସ୍ତଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ ଆଜି ପୂରା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛି।

Advertisment

ସିଟି ଏସ୍‌ପି ହିମାଂଶୁ କହିଛନ୍ତି, “ମାଳତୀ ଦେବୀ ଓ ତାଙ୍କର ୩ ପିଲାଙ୍କ ମୃତଦେହ ଗୟାର ମାଗ୍ରା ପୁଲିସ୍‌ ଷ୍ଟେସନ ଅଞ୍ଚଳକୁ ମିଳିଥିଲା। ମାଳତୀ ଦେବୀ ପ୍ରଥମେ ୩ ଛୁଆଙ୍କୁ ଦଉଡ଼ିରେ ଝୁଲାଇ ଦେଇ ହତ୍ୟା କରିଥିଲେ। ଏହାପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି।

ପୁଲିସ୍‌ ସବୁକିଛିକୁ ରେକର୍ଡ କରିବା ସହ ଶବକୁ ବ୍ୟଚ୍ଛେଦ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇଛି। ମାଳତୀ ଦେବୀଙ୍କ ସ୍ୱାମୀ ତାଙ୍କୁ ଦୀର୍ଘଦିନ ହେଲା ମାନସିକ ନିର୍ଯାତନା ଦେଉଥିଲେ। ଏହି କାରଣ ପାଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମାଳତୀ ଦେବୀଙ୍କ ପରିବାର ଲୋକ ମଧ୍ୟ ତାଙ୍କ ଆତ୍ମହତ୍ୟା ପାଇଁ ଘରୋଇ ହିଂସାକୁ ଦାୟୀ କରିଛନ୍ତି। ପୁଲିସ୍‌ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି।”

Advertisment

ଏହାପୂର୍ବରୁ ଗୁରୁବାର ମଧ୍ୟପ୍ରଦେଶର ଇନ୍ଦୋରରୁ ପାଖାପାଖି ସମାନ ଘଟଣା ସାମ୍ନାକୁ ଆସିଥିଲା। ଏଠାରେ ଜଣେ ୩୪ ବର୍ଷୀୟ ମହିଳାଙ୍କୁ ତାଙ୍କ ସ୍ୱାମୀ ବିୟୁଟି ପାର୍ଲର ଯିବାକୁ ମନା କରିବାରୁ ସେ ରାଗରେ ଆତ୍ମହତ୍ୟା କରିଥିଲେ।

Suicide Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe