Advertisment

ବିଳମ୍ବ ହେବାରୁ କରୱା ଚୌଥରେ ଟ୍ରେନ ଆଗକୁ ଡେଇଁଲେ ସ୍ତ୍ରୀ, ଖବର ପାଇ ସ୍ୱାମୀ ଝୁଲି ପଡ଼ିଲେ

ସ୍ୱାମୀ ଅଫିସ କାମ ସାରି ବିଳମ୍ବରେ ଆସିବାରୁ କରୱା ଚୌଥ କରିଥିବା ସ୍ତ୍ରୀ ପ୍ରବଳ ଝଗଡ଼ା କରିଥିଲେ।

Monika

Monika

Advertisment

ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସ୍ତ୍ରୀ କରିଥାଏ କରୱା ଚୌଥ। ଦିନ ସାରା ଉପବାଶ ରହିବା ପରେ ସନ୍ଧ୍ୟାରେ ସ୍ୱାମୀଙ୍କ ହାତରୁ ଜଳ ପାନ କରି ସ୍ତ୍ରୀ ବ୍ରତ ଭାଙ୍ଗି ଥାଏ। ହେଲେ ରବିବାର କରୱା ଚୌଥ ବ୍ରତ ବେଳେ ଘଟିଛି ଅଘଟଣ। ସ୍ୱାମୀ ଅଫିସ କାମ ସାରି ବିଳମ୍ବରେ ଆସିବାରୁ କରୱା ଚୌଥ କରିଥିବା ସ୍ତ୍ରୀ ପ୍ରବଳ ଝଗଡ଼ା କରିଥିଲେ।

Advertisment

ସ୍ୱାମୀ ତାଙ୍କୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ କିଛି ବି ଲାଭ ମିଳି ନଥିଲା। ସ୍ୱାମୀଙ୍କ ଉପରେ ରାଗି ସ୍ତ୍ରୀ ଜଣଙ୍କ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଖବର ସ୍ୱାମୀ ପାଇବା ପରେ ସ୍ତ୍ରୀଙ୍କ ଶାଢ଼ୀକୁ ବେକରେ ବାନ୍ଧି ଝୁଲିପଡ଼ିଛନ୍ତି। ସାମାନ୍ୟ ବିଳମ୍ବ ପାଇଁ ୨ଟି ଅମୂଲ୍ୟ ଜୀବନ ଚାଲି ଯାଇଛି। ରାଜସ୍ଥାନର ଜୟପୁରରେ ଏପରି ଘଟଣା ଘଟିଛି।

ପୁଲିସ୍‌ କହିଛି ଯେ ଘଟଣାଟି ଅକ୍ଟୋବର ୨୦ ତାରିଖରେ ସହରର ହର୍ମଦା ଅଞ୍ଚଳରେ ଘଟିଛି। କରୱା ଚୌଥରେ ୩୮ ବର୍ଷୀୟ ଘନଶ୍ୟାମ ବୁନକର ବିଳମ୍ବରେ ଘରେ ପହଞ୍ଚିଥିଲେ। ଏଥିପାଇଁ ପତ୍ନୀ ମୋନିକା ତାଙ୍କ ସହ ପ୍ରବଳ ପାଟିତୁଣ୍ଡ କରିଥିଲେ।

Advertisment

ଘନଶ୍ୟାମ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ମୋନିକା କିଛି ବି ଶୁଣି ନଥିଲେ। ସେ ସିଧା ଘର ଛାଡ଼ି ଚାଲି ଯାଇଥିଲେ। ଘରୁ ଚାଲିଯିବା ପରେ ସେ ଗୋଟିଏ ଚଳନ୍ତା ଟ୍ରେନ ଆଗକୁ ଡେଇଁ ପଡ଼ି ଜୀବନ ହାରିଥିଲେ।

କିଛି ସମୟ ପରେ ପତ୍ନୀଙ୍କ ଆତ୍ମହତ୍ୟା ଖବର ଘନଶ୍ୟାମଙ୍କ ପାଖରେ ପହଞ୍ଚିଥିଲା। ସେ ଏହା ଶୁଣି ପୂରା ସ୍ତବ୍ଧ ହୋଇଯାଇଥିଲେ। ଘନଶ୍ୟାମ ସିଧା ଘଟଣାସ୍ଥଳକୁ ଯାଇଥିଲେ ଓ କିଛି ଘଣ୍ଟା ପରେ ଘରକୁ ଫେରିଥିଲେ। କିନ୍ତୁ ହଠାତ୍‌ ସେ ରୁମରେ ପତ୍ନୀଙ୍କ ଶାଢ଼ୀକୁ ବେକରେ ବାନ୍ଧି ଝୁଲି ପଡ଼ିଥିଲେ।

ଆତ୍ମହତ୍ୟା କରିବା ପୂର୍ବରୁ ଘନଶ୍ୟାମ ହ୍ୱାଟସଆପ୍‌ରେ ବଡ଼ ଭାଇଙ୍କୁ ଗୋଟିଏ ମେସେଜ କରିଥିଲେ। ଏଥିରେ ସେ କହିଛନ୍ତି, “ଭାଇ। ମୁଁ ହାରି ଗଲି। ମୋତେ କ୍ଷମା କରିଦେବ। ଗଣପତି ଜୀ ଓ ଘନଶ୍ୟାମ କାଣ୍ଡେଲଙ୍କ ସହ କଥା ହେବ। ସେମାନେ ତୁମକୁ ସବୁ ପ୍ରକାରର ସାହାଯ୍ୟ କରିବେ। ଏବେ ତୁମକୁ ମୋ ଆଇଡିରେ କାମ କରିବାକୁ ପଡ଼ିବ। ମୋ ସ୍ତ୍ରୀ ଟ୍ରେନ ଆଗକୁ ଡେଇଁ ପଡ଼ିଛି।”

ଜୟପୁର ପୁଲିସ୍‌ର ଜଣେ ଅଧିକାରୀ କହିଛନ୍ତି, “ଘନଶ୍ୟାମ ଗୋଟିଏ ନେଟୱର୍କ ମାର୍କେଟିଂ କମ୍ପାନୀ ପାଇଁ କାମ କରୁଥିଲେ। କରୱା ଚୌଥ ଦିନ ସେ ବଳମ୍ବରେ ଘରକୁ ଆସିବାରୁ ପତ୍ନୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲେ। ଏହାପରେ ସେମାନେ ଆତ୍ମହତ୍ୟା କରିଛନ୍ତି।”

Rajasthan Jaipur Karwa Chauth
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe