Advertisment

ଲଗାଣ ବର୍ଷା ଯୋଗୁ ରେଳ ଷ୍ଟେସନରେ ମାରିଲା କରେଣ୍ଟ, ଚାଲିଗଲା ମହିଳାଙ୍କ ଜୀବନ

ମୃତ ମହିଳା ଜଣଙ୍କ ହେଲେ ପୂର୍ବ ଦିଲ୍ଲୀର ପ୍ରୀତ ବିହାରରେ ରହୁଥିବା ସାକ୍ଷୀ ଆହୁଜା। ସେ ଆଜି ଭୋର ପ୍ରାୟ ୫.୩୦ରେ ଆଉ ଦୁଇ ଜଣ ମହିଳା ଓ ୩ ପିଲାଙ୍କୁ ଧରି ରେଳ ଷ୍ଟେସନରେ ପହଞ୍ଚିଥିଲେ।

author-image
Hemant Lenka
Delhi

Delhi

ଦେଶର ରାଜଧାନୀ ଦିଲ୍ଲୀକୁ ଆଜି ମୌସୁମୀ ଛୁଇଁଛି। ମୌସୁମୀ ଛୁଇଁବା କ୍ଷଣି ଶନିବାର ରାତିରୁ ଦିଲ୍ଲୀରୁ ବର୍ଷା ଆରମ୍ଭ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଏବସୁ ଭିତରେ ଦିଲ୍ଲୀ ରେଳ ଷ୍ଟେସନରେ ଘଟିଛି ଅଘଟଣ। ପାଣି ଜମି ରହିବା ଯୋଗୁ କରେଣ୍ଟ ମାରି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

Advertisment

ମୃତ ମହିଳା ଜଣଙ୍କ ହେଲେ ପୂର୍ବ ଦିଲ୍ଲୀର ପ୍ରୀତ ବିହାରରେ ରହୁଥିବା ସାକ୍ଷୀ ଆହୁଜା। ସେ ଆଜି ଭୋର ପ୍ରାୟ ୫.୩୦ରେ ଆଉ ଦୁଇ ଜଣ ମହିଳା ଓ ୩ ପିଲାଙ୍କୁ ଧରି ରେଳ ଷ୍ଟେସନରେ ପହଞ୍ଚିଥିଲେ। ବିଭିନ୍ନ ସ୍ଥାନରେ ପାଣି ଜମି ଥିବାରୁ ସେ ଗୋଟିଏ ବିଦ୍ୟୁତ ଖୁଣ୍ଟ ଉପରେ ଗୋଡ଼ ରଖି ଶୁଖିଲା ସ୍ଥାନକୁ ଯିବା ପାଇଁ ଚେଷ୍ଟା କରୁଥିଲେ।

ଏହି ସମୟରେ ତାଙ୍କୁ ଜୋର୍‌ରେ କରେଣ୍ଟ ମାରିଥିଲେ। ସେ ତଳେ ଛିଟିକି ପଡ଼ିବାରୁ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ସାକ୍ଷୀ ଯେଉଁ ବିଦ୍ୟୁତ ଖୁଣ୍ଟ ଉପରେ ଗୋଡ଼ ରଖିଥିଲେ, ତା’ର ତଳ ଭାଗରେ ତାର ଗୁଡ଼ିକ ଖୋଲା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ସମ୍ଭବତଃ ପାଣି ସଂସ୍ପର୍ଶରେ ଆସି ଏଠାରେ କରେଣ୍ଟ ଚାର୍ଜ ହୋଇଯାଇଥିଲା। ତେଣୁ ସାକ୍ଷୀ ଏହା ଉପରେ ଗୋଡ଼ ରଖିବା କ୍ଷଣି ତାଙ୍କୁ ଝଟକା ମାରିଥିବା କୁହାଯାଉଛି।

ରେଳବାଇ ଓ ପୁଲିସ୍‌ ମିଳିତ ଭାବେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କାହାର ଅବହେଳା ପାଇଁ ଏତେ ବଡ଼ ଘଟଣା ଘଟିଲା, ସେକଥା ଜାଣିବା ପାଇଁ ପୁଲିସ୍‌ ଉଦ୍ୟମ କରୁଛି।

Monsoon Delhi Rain