Advertisment

ଷ୍ଟେଜରେ ନାଚୁ ଥିବା ବେଳେ ଟଳି ପଡ଼ିଲେ ଯୁବତୀ, ଭିଡିଓ ହେଉଛି ଭାଇରାଲ୍‌

ବାହାଘର ପାଇଁ ଶନିବାର ହଳଦୀ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ନାଚଗୀତର ଆସର ଜମି ଥିଲା।

author-image
Hemant Lenka
MP

MP

ମୃତ୍ୟୁ ସବୁବେଳେ ଅପ୍ରତ୍ୟାଶିିତ। ଯମ କେତେବେଳେ କାହାକୁ ଭିଡ଼ି ନହେବ, ତାହା କେହି ଜାଣି ନାହାନ୍ତି। ଆପଣମାନେ ପୂର୍ବରୁ ଅନେକ ହଠାତ୍‌ ମୃତ୍ୟୁର ଖବର ପଢ଼ିଥିବେ କିମ୍ବା ଶୁଣିଥିବେ। ଏବେ ପୁଣି ସେଭଳି କିଛି ଘଟଣା ଘଟିଛି।

Advertisment

ନିଜର ସମ୍ପର୍କୀୟ ଭଉଣୀଙ୍କ ବାହାଘର କାର୍ଯ୍ୟକ୍ରମରେ ଜଣେ ଯୁବତୀ ଷ୍ଟେଜ ଉପରେ ବେଧଡ଼କ ଡ୍ୟାନ୍ସ କରୁଥିଲେ। ସମସ୍ତେ ଏହାର ମଜା ମଧ୍ୟ ଉଠାଉଥିଲେ। କିନ୍ତୁ ନାଚୁ ନାଚୁ ଯୁବତୀ ଜଣଙ୍କ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ନାଚିବା ବେଳେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ବାହାଘର ପାଇଁ ଉତ୍ସବ ମୁଖର ଥିବା ପୂରା ପରିବେଶରେ ଖେଳି ଯାଇଛି ଶୋକ।

ମଧ୍ୟପ୍ରଦେଶର ବିଦିଶାରେ ଏପରି ଘଟଣା ଘଟିଛି। ହୃଦଘାତରେ ଜଣେ ୨୩ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଛି। ପ୍ରାଣ ହରାଇଥିବା ଯୁବତୀ ଜଣଙ୍କ ହେଲେ ପରିଣୀତା ଜୈନ। ତାଙ୍କ ଘର ଇନ୍ଦୋରରେ। ସେ ନିଜର ସମ୍ପର୍କୀୟ ଭଉଣୀଙ୍କ ବାହାଘର କାର୍ଯ୍ୟକ୍ରମରେ ସାମିଲ ହେବାକୁ ବିଦିଶା ଆସିଥିଲେ।

Advertisment

ବାହାଘର ପାଇଁ ଶନିବାର ହଳଦୀ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ନାଚଗୀତର ଆସର ଜମି ଥିଲା। ପ୍ରାୟ ୨୦୦ ଜଣ ଅତିଥି ଯୋଗ ଦେଇଥିଲେ। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ହଳଦୀ କାର୍ଯ୍ୟକ୍ରମ ବେଳେ ପରିଣୀତା ଗୋଟିଏ ବଲିଉଡ ଗୀତରେ ଷ୍ଟେଜରେ ନାଚୁଛନ୍ତି। ସେ ଷ୍ଟେଜରେ ନାଚୁ ଥିବା ବେଳେ ଗେଷ୍ଟମାନେ ତଳେ ତାଳି ମାରି ତାଙ୍କୁ ଉତ୍ସାହିତ କରୁଥିଲେ। କିନ୍ତୁ ନାଚୁ ନାଚୁ ହଠାତ୍‌ ପରିଣୀତା ତଳେ ମୁହଁ ମାଡ଼ି ପଡ଼ି ଯାଇଥିଲେ।

ଉପସ୍ଥିତ ଗେଷ୍ଟ ଓ ପରିବାର ଲୋକଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତର ହୋଇଥିବାରୁ ତୁରନ୍ତ ସେମାନେ ପରିଣୀତାଙ୍କୁ ଚିକିତ୍ସା କରିଥିଲେ। ସମସ୍ତେ ତାଙ୍କୁ ସିପିଆର ଦେଇଥିଲେ। କିନ୍ତୁ ସମସ୍ତ ପ୍ରକାରର ଉଦ୍ୟମ ସତ୍ତ୍ୱେ କିଛି ବି ସୁଫଳ ମିଳି ନଥିଲା। ତୁରନ୍ତ ତାଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏମବିଏରେ ଗ୍ରାଜ୍ୟୁଏଟ ହୋଇଥିବା ପରିଣୀତା ଇନ୍ଦୋରର ଦକ୍ଷିଣ ତୁକୋଗଞ୍ଜ ଠାରେ ବାପା ମା’ଙ୍କ ସହ ରହୁଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପରିଣୀତାଙ୍କ ଜଣେ ସାନ ଭାଇ ମଧ୍ୟ ୧୨ ବର୍ଷ ବୟସରେ ହୃଦଘାତ ଯୋଗୁ ଆଖି ବୁଜିଥିଲେ। ଏବେ ପରିଣୀତା ମଧ୍ୟ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।

ମଧ୍ୟପ୍ରଦେଶରେ ଅପ୍ରତ୍ୟାଶିତ ଭାବେ ଜୀବନ ଯିବା କିଛି ନୂଆ କଥା ନୁହେଁ। ଏହାପୂର୍ବରୁ ଗତବର୍ଷ ଅକ୍ଟୋବର ମାସରେ ଜଣେ ୧୫ ବର୍ଷୀୟ ପିଲା କ୍ରିକେଟ ଖେଳୁଥିବେ ବେଳେ ହୃଦଘାତରେ ପ୍ରାଣ ହରାଇଥିଲେ। ସେହିପରି ଜଣେ ୭୩ ବର୍ଷୀୟ ବୃଦ୍ଧ ଡ୍ୟାନ୍ସ କରୁଥିବା ବେଳେ ହଠାତ୍‌ ଟଳି ପଡ଼ିଥିଲେ।

Heart Attack On Stage Sudden Heart Attack