Advertisment

ପୁଅର ଜନ୍ମଦିନ ପାର୍ଟିରେ ମା’କୁ ହାର୍ଟ ଆଟାକ

ଏହି ଘଟଣାର ଦୃଶ୍ୟ ହୋଟେଲରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

author-image
Jitendra Garnayak
Heart Attack

Heart Attack

ପୁଅର ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଜଣେ ମହିଳାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଗୁଜରାଟର ବଲସାଡ଼ରେ ଏକ ହୋଟେଲରେ ଏହି ଘଟଣା ଘଟିଛି। ଏହି ଘଟଣାର ଦୃଶ୍ୟ ହୋଟେଲରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଏହା ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଫୁଟେଜରେ ଦେଖିବାକୁ ମିଳିଛି ଯେ ଜନ୍ମଦିନ ପାଟିରେ ସମସ୍ତେ ଖୁସି ଅଛନ୍ତି। ସମସ୍ତେ ମଜାମସ୍ତି କରୁଛନ୍ତି। ଉକ୍ତ ମହିଳା ଓ ତାଙ୍କ ସ୍ୱାମୀ ସେମାନଙ୍କ ପୁଅ ସହିତ ଷ୍ଟେଜରେ ଛିଡ଼ା ହୋଇଛନ୍ତି। ଗୋଟିଏ ସମୟରେ ମହିଳା ଜଣଙ୍କ ତାଙ୍କ ପୁଅକୁ ଜଣେ ବୃଦ୍ଧାଙ୍କୁ ଧରାଇ ଦେଇଛନ୍ତି। ସେହି ବୃଦ୍ଧାଙ୍କ ଠାରୁ ପୁଅକୁ ନିଜ ପାଖକୁ ନେଇ ଷ୍ଟେଜ ତଳକୁ ଓହ୍ଲାଇଛନ୍ତି ଉକ୍ତ ମହିଳାଙ୍କ ସ୍ୱାମୀ। ସେହି ସମୟରେ ମହିଳା ଜଣଙ୍କ ଷ୍ଟେଜ ଉପରେ ତାଙ୍କ ସ୍ୱାମୀଙ୍କ ପଛପାଖରେ ଥିବା ବେଳେ ହଠାତ୍ ତାଙ୍କ ପିଠିରେ ମୁଣ୍ଡ ରଖି ତଳେ ପଡ଼ିଯାଇଥିଲେ।

ଉପସ୍ଥିତ ଲୋକେ ଓ ତାଙ୍କ ସ୍ୱାମୀ ମହିଳାଙ୍କୁ ଷ୍ଟେଜ ଉପରକୁ ନେଇ ଯାଇଥିଲେ। ଅଚେତ ଅବସ୍ଥାରେ ଥିବା ସେହି ମହିଳାଙ୍କୁ ସେମାନେ ଉଠାଇବାକୁ ପ୍ରୟାସ କରିଥିଲେ। ତା’ପରେ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାକୁ ନେଇଯାଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

Advertisment

ହଠାତ୍ ହୃଦଘାତ ହୋଇ ଲୋକେ ପ୍ରାଣ ହରାଉଥିବା ଘଟଣା ପ୍ରାୟ ପ୍ରତ୍ୟେକ ଦିନ ଦେଶର କେଉଁଠି ନା କେଉଁଠି ଘଟୁଛି। କିଏ ଷ୍ଟେଜରେ ଗୀତ ଗାଇଲା ବେଳେ ବା ନାଚିଲା ବେଳେ ତ ଆଉ କିଏ ହୋଟେଲରେ ଖାଇବା ବେଳେ, ଆଉ କିଏ ଖେଳିଲା ବେଳେ ତ ଆଉ କିଏ ଜିମ୍‌ରେ ବ୍ୟାୟମ କଲା ବେଳେ ହୃଦଘାତରେ ପ୍ରାଣ ହରାଉଥିବାର ଖବର ପୂର୍ବରୁ ବିଭିନ୍ନ ସମୟରେ ଆସିଛି। ବିଭିନ୍ନ ବୟସର ଲୋକଙ୍କୁ ହେଉଛି ହୃଦଘାତ। ଦିନକୁ ଦିନ ଦେଶରେ ହୃଦଘାତ ସଂଖ୍ୟା ବଢୁଥିବା ଯୋଗୁ ଏହା ଲୋକଙ୍କ ଚିନ୍ତା ବଢ଼ାଇଛି।

Heart Attack On Stage Sudden Heart Attack Hearth Attack