Advertisment

Heart Attack: କଡ଼ୱା ଚୌଥରେ ଡ୍ୟାନ୍ସ କରୁଥିବା ବେଳେ ଟଳି ପଡ଼ିଲେ ମହିଳା

ଆଶା ରାଣୀ କଡ଼ୱା ଚୌଥ ବ୍ରତ ଦିନ ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରୁଥିଲେ। ଏହି ସମୟରେ ହଠାତ୍‌ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ସେଠାରୁ ହସ୍ପିଟାଲ ନିଆଯାଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Woman

ଆଶା ରାଣୀ (ଫାଥଲ ଫଟୋ)

Advertisment

ପୁଣି ଗୋଟିଏ ଅଚାନକ ମୃତ୍ୟୁ। ଏଥର ଆଖିବୁଜିଛନ୍ତି ଜଣେ ମହିଳା। ସ୍ୱାମୀଙ୍କ ଦୀର୍ଘ ଆୟୁ କାମନା କରି ମହିଳା ଜଣଙ୍କ କଡ଼ୱା ଚୌଥ ବ୍ରତ ରଖିଥିଲେ। ପରମ୍ପରା ଅନୁସାରେ ପୂଜାପାଠ କରିଥିଲେ। ହେଲେ କଡ଼ୱା ଚୌଥ ସେଲିବ୍ରେସନ ବେଳେ ପଞ୍ଜାବ(Punjab)ର ବର୍ଣ୍ଣାଲାରେ ରହୁଥିବା ଏହି ମହିଳା ଜଣଙ୍କ ହୃଦଘାତରେ ପ୍ରାଣ ହରାଇଛନ୍ତି। 

Advertisment

୫୯ ବର୍ଷୀୟ ଆଶା ରାଣୀ କଡ଼ୱା ଚୌଥ ବ୍ରତ ଦିନ ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରୁଥିଲେ। ଏହି ସମୟରେ ହଠାତ୍‌ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ସେଠାରୁ ହସ୍ପିଟାଲ ନିଆଯାଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପଡ଼ୋଶୀଙ୍କ କହିବା କଥା ଯେ ଆଶା ରାଣୀ କଡ଼ୱା ଚୌଥ ବ୍ରତ ରଖିଥିଲେ। ସ୍ୱାମୀଙ୍କ ଦୀର୍ଘ ଆୟୁ ପାଇଁ ସେ ଉପାସ କରିଥିଲେ। ପରମ୍ପରା ଅନୁସାରେ କଡ଼ୱା ଚୌଥରେ ମହିଳାମାନେ ଦିନ ତମାମ ଉପବାସ କରନ୍ତି। ରାତି ସମୟରେ ଜହ୍ନକୁ ଦେଖିବା ପରେ ବ୍ରତ ଭାଙ୍ଗନ୍ତି। ସ୍ୱାମୀଙ୍କ ହାତରୁ ସେମାନେ ପ୍ରଥମ ବୁନ୍ଦା ପାଣି ପିଇବା ପରେ ଅନ୍ୟ ଖାଦ୍ୟ ଖାଇ ଥାଆନ୍ତି। 

Advertisment

ଶୁକ୍ରବାର ଆଶା ରାଣୀ, ତାଙ୍କ ସ୍ୱାମୀ ତରସୀମ ଲାଲ ଓ ସେମାନଙ୍କ ନାତୁଣୀ କଡ଼ୱା ଚୌଥ ଉତ୍ସବ ପାଳିବାକୁ ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ। ଜହ୍ନ ଦେଖା ଯାଇ ନଥିବାରୁ ଆଶା ରାଣୀ ଓ ଉପବାସ ରଖିଥିବା ତାଙ୍କର କିଛି ମହିଳା ବନ୍ଧୁ ପଞ୍ଜାବୀ ଗୀତରେ ନାଚିବା ଆରମ୍ଭ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାଲି ସକାଳେ କ’ଣ ହେବ, ସେକଥା ଆମେ ଜାଣିନୁ ସଂଳାପ ଗୀତରେ ସମସ୍ତେ ନାଚୁଥିଲେ। ଆଶା ରାଣୀ ହଳଦିଆ ଶାଢ଼ୀ ପିନ୍ଧି ଏହି ସୁନ୍ଦର ଗୀତରେ ନାଚୁଥିବା ବେଳେ ହଠାତ୍‌ ତଳେ ଅଚେତ ହୋଇ ପଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ ଅନ୍ୟମାନେ ସେଠାରୁ ଉଠାଇ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେତେବେଳକୁ ଆଶା ରାଣୀ ହୃଦଘାତ(Heart Attack)ରେ ଆଖି ବୁଜି ସାରିଥିଲେ।

ବର୍ଣ୍ଣାଲା ଲୋକଙ୍କୁ ଏହି ଘଟଣା ପୂରା ସ୍ତବ୍ଧ କରି ଦେଇଛି। ପଡ଼ୋଶୀମାନେ କହିଛନ୍ତି ଯେ ଆଶା ରାଣୀଙ୍କ ପରିବାର ସାମାଜିକ କାମ କରନ୍ତି। କଡ଼ୱା ଚୌଥ ଭଳି ଦିନରେ ସେ ଆଖି ବୁଜିବା କଳ୍ପନା କରି ହେଉନି।

Punjab Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe