କୁକୁର କାମୁଡ଼ିବା ପରେ ଟିକା ନେଇଥିଲେ, ତଥାପି ଚାଲିଗଲା ଜୀବନ

ଫେବୃଆରୀ ୩ରେ ଭାଉଦସିଂହ ରାସ୍ତାରେ ୨୧ ବର୍ଷୀୟ ସୃଷ୍ଟି ସିନ୍ଦେଙ୍କୁ ଗୋଟିଏ ବୁଲା କୁକୁର କାମୁଡ଼ି ଦେଇଥିଲା।

Dog

ପ୍ରାଣ ହରାଥିବା ଯୁବତୀ (ଫାଇଲ ଫଟୋ)

Hemant Lenka
  • Published: Wednesday, 13 March 2024
  • Updated: 13 March 2024, 06:44 PM IST

ରାସ୍ତାରେ ଛିଡ଼ା ହୋଇଥିବା ବେଳେ କାମୁଡ଼ି ଦେଇଥିଲା ବୁଲା କୁକୁର। କାଳେ ରାବିଜରେ ଆକ୍ରାନ୍ତ ହେବେ, ସେଥିପାଇଁ ଜଣେ ୨୧ ବର୍ଷୀୟ ଯୁବତୀ ରାବିଜ ବିରୋଧୀ ଟିକା ବି ନେଇଥିଲେ। କିନ୍ତୁ ଟିକା କୋର୍ସ ଶେଷ ହେବାର ୩ ଦିନ ପରେ ଘଟିଛି ଅଘଟଣ। ରାବିଜ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର କୋହ୍ଲାପୁରରେ ଏପରି ଘଟଣା ଘଟିଛି।

ଫେବୃଆରୀ ୩ରେ ଭାଉଦସିଂହ ରାସ୍ତାରେ ୨୧ ବର୍ଷୀୟ ସୃଷ୍ଟି ସିନ୍ଦେଙ୍କୁ ଗୋଟିଏ ବୁଲା କୁକୁର କାମୁଡ଼ି ଦେଇଥିଲା। ପ୍ରକୃତରେ ସୃଷ୍ଟି ଶାନିୱର ପୀଠ ଯାଉଥିଲେ। କିନ୍ତୁ ଫୋନ କଲର ଜବାବ ଦେବାକୁ ସେ ରାସ୍ତାରେ ଅଟକି ଯାଇଥିଲେ। ରାସ୍ତାରେ ଛିଡ଼ା ହୋଇ କଥା ହେଉଥିବା ବେଳେ ଗୋଟିଏ ବୁଲା କୁକୁର ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା।

Also Read

କୁକୁର କାମୁଡ଼ିବା ପରେ ନିୟମ ଅନୁସାରେ, ସୃଷ୍ଟି ସିନ୍ଦେ ରାବିଜ ବିରୋଧୀ ୫ଟି ଟିକା ବା ୫ଥର ଇଞ୍ଜେକସନ ନେଇଥିଲେ। ଟିକା ନେବାର କିଛି ଦିନ ପରେ ସେ ପ୍ରବଳ ଜ୍ୱରରେ ପୀଡ଼ିତ ହୋଇଥିଲେ। ଉଭୟ ଗୋଡ଼ରେ ସେ ଆଉ ଛିଡ଼ା ହେବାକୁ ବଳ ଜୁଟାଇ ପାରି ନଥିଲେ। ତୁରନ୍ତ ପରିବାର ଲୋକ ତାଙ୍କୁ ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କାର ବିଭିନ୍ନ ପ୍ରକାରର ଟେଷ୍ଟ କରାଯାଇଥିଲା।

ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଥିଲା। ଏଥିପାଇଁ ସେ ଭେଣ୍ଟିଲେଟରରେ ରହିଥିଲେ। ଏତିକି ବେଳେ ତାଙ୍କ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିଥିଲା। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ସୃଷ୍ଟି ରାବିଜରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଗୋଟିଏ ସରକାରୀ ହସ୍ପିଟାଲୁ ନିଆଯାଇଥିଲା। ହେଲେ ଦିନକ ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଟିକା ନେବା ସତ୍ତ୍ୱେ କେମିତି ସୃଷ୍ଟିଙ୍କର ମୃତ୍ୟୁ ହେଲା ବୋଲି ତାଙ୍କ ପରିବାର ଲୋକ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story