Advertisment

କୁକୁର କାମୁଡ଼ିବା ପରେ ଟିକା ନେଇଥିଲେ, ତଥାପି ଚାଲିଗଲା ଜୀବନ

ଫେବୃଆରୀ ୩ରେ ଭାଉଦସିଂହ ରାସ୍ତାରେ ୨୧ ବର୍ଷୀୟ ସୃଷ୍ଟି ସିନ୍ଦେଙ୍କୁ ଗୋଟିଏ ବୁଲା କୁକୁର କାମୁଡ଼ି ଦେଇଥିଲା।

Dog

Dog

Advertisment

ରାସ୍ତାରେ ଛିଡ଼ା ହୋଇଥିବା ବେଳେ କାମୁଡ଼ି ଦେଇଥିଲା ବୁଲା କୁକୁର। କାଳେ ରାବିଜରେ ଆକ୍ରାନ୍ତ ହେବେ, ସେଥିପାଇଁ ଜଣେ ୨୧ ବର୍ଷୀୟ ଯୁବତୀ ରାବିଜ ବିରୋଧୀ ଟିକା ବି ନେଇଥିଲେ। କିନ୍ତୁ ଟିକା କୋର୍ସ ଶେଷ ହେବାର ୩ ଦିନ ପରେ ଘଟିଛି ଅଘଟଣ। ରାବିଜ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର କୋହ୍ଲାପୁରରେ ଏପରି ଘଟଣା ଘଟିଛି।

Advertisment

ଫେବୃଆରୀ ୩ରେ ଭାଉଦସିଂହ ରାସ୍ତାରେ ୨୧ ବର୍ଷୀୟ ସୃଷ୍ଟି ସିନ୍ଦେଙ୍କୁ ଗୋଟିଏ ବୁଲା କୁକୁର କାମୁଡ଼ି ଦେଇଥିଲା। ପ୍ରକୃତରେ ସୃଷ୍ଟି ଶାନିୱର ପୀଠ ଯାଉଥିଲେ। କିନ୍ତୁ ଫୋନ କଲର ଜବାବ ଦେବାକୁ ସେ ରାସ୍ତାରେ ଅଟକି ଯାଇଥିଲେ। ରାସ୍ତାରେ ଛିଡ଼ା ହୋଇ କଥା ହେଉଥିବା ବେଳେ ଗୋଟିଏ ବୁଲା କୁକୁର ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା।

କୁକୁର କାମୁଡ଼ିବା ପରେ ନିୟମ ଅନୁସାରେ, ସୃଷ୍ଟି ସିନ୍ଦେ ରାବିଜ ବିରୋଧୀ ୫ଟି ଟିକା ବା ୫ଥର ଇଞ୍ଜେକସନ ନେଇଥିଲେ। ଟିକା ନେବାର କିଛି ଦିନ ପରେ ସେ ପ୍ରବଳ ଜ୍ୱରରେ ପୀଡ଼ିତ ହୋଇଥିଲେ। ଉଭୟ ଗୋଡ଼ରେ ସେ ଆଉ ଛିଡ଼ା ହେବାକୁ ବଳ ଜୁଟାଇ ପାରି ନଥିଲେ। ତୁରନ୍ତ ପରିବାର ଲୋକ ତାଙ୍କୁ ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କାର ବିଭିନ୍ନ ପ୍ରକାରର ଟେଷ୍ଟ କରାଯାଇଥିଲା।

Advertisment

ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଥିଲା। ଏଥିପାଇଁ ସେ ଭେଣ୍ଟିଲେଟରରେ ରହିଥିଲେ। ଏତିକି ବେଳେ ତାଙ୍କ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିଥିଲା। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ସୃଷ୍ଟି ରାବିଜରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଗୋଟିଏ ସରକାରୀ ହସ୍ପିଟାଲୁ ନିଆଯାଇଥିଲା। ହେଲେ ଦିନକ ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଟିକା ନେବା ସତ୍ତ୍ୱେ କେମିତି ସୃଷ୍ଟିଙ୍କର ମୃତ୍ୟୁ ହେଲା ବୋଲି ତାଙ୍କ ପରିବାର ଲୋକ ପ୍ରଶ୍ନ କରିଛନ୍ତି।

Stray Dogs Stray Dog Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe