Advertisment

ମହିଳା ଡାକ୍ତରଙ୍କୁ ଛୁରୀରେ ଭୁସି ହତ୍ୟା କଲା ବୟଫ୍ରେଣ୍ଡ

ବ୍ୟକ୍ତିଗତ କଳହକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା।

author-image
Tapas Behera
Police have registered a case under section 302 of the Indian Penal Code (IPC) and have launched an

Police have registered a case under section 302 of the Indian Penal Code (IPC) and have launched an

ଜମ୍ମୁରେ ଜଣେ ମହିଳା ଡାକ୍ତରଙ୍କୁ ତାଙ୍କ ବୟଫ୍ରେଣ୍ଡ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତିଗତ କଳହକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁରୁଷ ବନ୍ଧୁ ଜଣକ ତାଙ୍କ ବାନ୍ଧବୀଙ୍କ ଗଳା କାଟି ହତ୍ୟା କରିଥିଲେ। ଏହାପରେ ପୁରୁଷ ବନ୍ଧୁ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ରୋଷେଇ ଛୁରୀରେ ପୁରୁଷ ବନ୍ଧୁ ଜଣକ ତାଙ୍କ ବାନ୍ଧବୀଙ୍କୁ ହତ୍ୟା କରିବା ପରେ ସେହି ଛୁରୀରେ ସେ ନିଜେ କାଟି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏବେ ତାଙ୍କୁ ଗୁରୁତର ଅବସ୍ଥାରେ ଜମ୍ମୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହତ୍ୟାର ଶିକାର ହୋଇଥିବା ଲେଡି ଡାକ୍ତର ଜଣକ ହେଉଛନ୍ତି ସୁମେଧା ଶର୍ମା। ଜମ୍ମୁର ତଲାବ ତିଲୋ ଅଞ୍ଚଳର ତାଙ୍କ ଘଣ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଜୋହର ଗଣାଇ।

Advertisment

ପାମ୍ପୋସ କଲୋନୀରେ ସେ ରୁହନ୍ତି। ଜୋହର ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟରେ ନିଜ ଜୀବନ ଶେଷ କରିବା ପାଇଁ ଯାଉଥିବା ପୋଷ୍ଟ କରିଥିଲେ। ଏହି ଖବର ସମ୍ପର୍କରେ ଜୋହରଙ୍କର ଜଣେ ବନ୍ଧୁ ପୁଲିସକୁ ଜଣାଇଥିଲେ। ପୁଲିସ ତଦନ୍ତ କଲା ବେଳେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ଜୋହରଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଘର ବାହାରୁ ତାଲା ପଡ଼ଥିଲା। ପୁଲିସ ଉକ୍ତ ଘର ତାଲା ଭାଙ୍ଗି ପ୍ରବେଶ କରିଥିଲା। ଘର ଭିତରେ ରକ୍ତାକ୍ତ ଅବସ୍ଥାରେ ସୁମେଧ୍ୟା ପଡ଼ିଥିବା ପୁଲିସ ଦେଖିବାକୁ ପାଇଥିଲା। ଏଥିସହ ଅଭିଯୁକ୍ତ ଜଣକ ଆହତ ହୋଇଥିବା ପୁଲିସ ଦେଖିବାକୁ ପାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲ ନିଆଯାଇଛି। ପୁଲିସ ୩୦୨ରେ ଅଭିଯୁକ୍ତ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରିଛି।

ଏଥିସହ ଆଇପିସି ଧାରାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାଈ ପୀଡ଼ିତା ଓ ଅଭିଯୁକ୍ତ ଦୁହେଁ ସମ୍ପର୍କରେ ଥିଲେ। ଉଭୟ ଜମ୍ମୁର ବିଡିଏସ ଡେଣ୍ଟାଲ ସର୍ଜରୀ କଲେଜରେ ଅଧ୍ୟୟନ କରୁଥିଲେ। ପରେ ସୁମେଧା ଏମଡିଏସ ପାଇଁ ଜମ୍ମୁ ଛାଡ଼ିଦେଇଥିଲେ। ଗତ ମାର୍ଚ୍ଚ ୭ରେ ହୋଲି ଅବସରେରେ ସୁମେଧା ଘରକୁ ଆସିଥିଲେ। ସେହିଦିନ ରାତିରେ ସୁମେଧା ନିଜ ବୟଫ୍ରେଣ୍ଡ ଘରେ ରହିଥିଲେ ଓ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ନିଜ ବାନ୍ଧବୀଙ୍କ ଉପରେ ଉତ୍ତ୍ୟକ୍ତ ହୋଇ ତାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ବିଷୟରେ ପୀଡ଼ିତା ଓ ଅଭିଯୁକ୍ତଙ୍କ ପରିବାରରୁ କିଛି କହିବାକୁ ମନା କରିଦେଇଛନ୍ତି । ପୁଲିସ ଶବ ଜବତ କରି ପରିବାରକୁ ହସ୍ତାନ୍ତର କରିଛି । ଘଟଣାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନସୂରୂପ ତଦନ୍ତ ଜାରି ରହିଛି।

Advertisment
India