Advertisment

ଯୁବକଙ୍କୁ ୧ କିଲୋମିଟର୍ ଯାଏ ଘୋଷାଡି ନେଲେ ମହିଳା

ଧକ୍କା ପରେ ଦର୍ଶନ କାର୍‌ର ବୋନେଟ୍ ଉପରେ ପଡିଯାଇଥିଲେ। ଏହାପରେ ମହିଳା ଜଣକ ଏକ କିଲୋମିଟର ଯାଏଁ ତାଙ୍କୁ ଘୋଷାଡି ନେଇଥିଲେ। ଏହି ମାମଲାରେ ପୁଲିସ ପ୍ରାୟ ୫ ଜଣଙ୍କୁ ଗିରଫ କରିଛି।

author-image
Madhupriya Mistry
Woman drags man on car bonnet

ଯୁବକଙ୍କୁ ୧ କିଲୋମିଟର୍ ଯାଏ ଘୋଷାଡି ନେଲେ ମହିଳା

ଥମୁନି କାର୍‌ରେ ଘୋଷାଡିବା ଘଟଣା। ପୁଣି ସାମ୍ନାକୁ ଆସିଛି ଛାତିଥରା ଦୃଶ୍ୟ।  ଧକ୍କା ଦେବା ପରେ ଜଣେ ଯୁବକଙ୍କୁ କାର୍ ବୋନେଟ୍‌ରେ ୧ କିଲୋମିଟ ଯାଏଁ ଘୋଷାଡି ନେଇଛନ୍ତି ଜଣେ ମହିଳା। ଏଭଳି ଘଟଣା ସାମ୍ନାକୁ ଆସିଛି ବେଙ୍ଗାଲୁରୁରୁ। ଏହି ଘଟଣା ସହ ଜଡିତ ଏକ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ପୁଲିସ ସୂଚନା ମୁତାବକ, ବେଙ୍ଗାଲୁରୁର ଜନାନା ଭାରତୀ ନଗରରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ମହିଳାଙ୍କ ପରିଚୟ ପ୍ରିୟଙ୍କା ବୋଲି ଜଣାପଡିଛି। ପୀଡିତ ଯୁବକଙ୍କ ଅଭିଯୋଗ ମୁତାବକ, ପ୍ରଥମେ ଅଭିଯୁକ୍ତ ମହିଳା ନିଜ ଟାଟା ନେକ୍ସନ କାର୍‌ରେ ତାଙ୍କ ମାରୁତୀ ସ୍ୱିଫ୍ଟ କାର୍‌କୁ ଧକ୍କା ଦେଇଥିଲେ। 

ଏହାପରେ ଅଭିଯୁକ୍ତ ମହିଳା ପ୍ରିୟଙ୍କା ଓ ପୀଡିତ ଯୁବକ ଦର୍ଶନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ହଠାତ୍ ପ୍ରିୟଙ୍କା ନିଜ କାର୍ ଷ୍ଟାର୍ଟ କରି ଦର୍ଶନଙ୍କୁ ଧକ୍କା ଦେଇଥିଲେ ଓ ଏକ କିଲୋମିଟର ଯାଏଁ ତାଙ୍କୁ ଘୋଷାଡି ନେଇଥିଲେ। 

Advertisment

ପୁଲିସ କହିବା ମୁତାବକ, ଧକ୍କା ପରେ ଦର୍ଶନ କାର୍‌ର ବୋନେଟ୍ ଉପରେ ପଡି ଯାଇଥିଲେ। ଏହାପରେ ମହିଳା ଜଣକ ଏକ କିଲୋମିଟର ଯାଏଁ ତାଙ୍କୁ ଘୋଷାଡି ନେଇଥିଲେ। ଏହି ମାମଲାରେ ପୁଲିସ ପ୍ରାୟ ୫ ଜଣଙ୍କୁ ଗିରଫ କରିଛି। ପ୍ରିୟଙ୍କାଙ୍କ ବିରୋଧରେ ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।