Advertisment

ପ୍ରେମିକର ବାପା ସହ ପଳାଇଗଲା ପ୍ରେମିକା

ଉତ୍ତର ପ୍ରଦେଶର କାନୁପୁରରେ ରହୁଥିବା ୨୦ ବର୍ଷୀୟ ଅମିତ ଓ ଶ୍ରଦ୍ଧା (ଛଦ୍ମନାମ) ପରସ୍ପରକୁ ବହୁତ ଭଲ ପାଉଥିଲେ।

author-image
Hemant Lenka
Love

Love

ପ୍ରେମ ମାନେନା ବୟସ। ବେଳେବେଳେ ପ୍ରେମ ମଣିଷକୁ ଅପ୍ରତ୍ୟାଶିତ କାମ କରିବାକୁ ମଧ୍ୟ ବାଧ୍ୟ କରେ। ପ୍ରେମ ଜୀବନରେ ଆଣେ ଟ୍ୱିଷ୍ଟ। ଏବେ ଗୋଟିଏ ଅଜବ ତଥା ଚମକାଇ ଦେବା ଭଳି ଘଟଣା ଉତ୍ତର ପ୍ରଦେଶର କାନପୁରରୁ ସାମ୍ନାକୁ ଆସିଛି। ପ୍ରେମିକର ବାପାଙ୍କ ସହ ଫେରାର ହୋଇଯାଇଛନ୍ତି ପ୍ରେମିକା। ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ଏମିତି ଏକ ଘଟଣା ଘଟିଛି। ପ୍ରେମିକା ଓ ବାପାଙ୍କ ଏହି ଲଭଷ୍ଟୋରୀକୁ ଦେଖି ଯୁବକ ଜଣଙ୍କ ପୂରା ଶବ୍ଦ ହୋଇଯାଇଛନ୍ତି।

Advertisment

ଉତ୍ତର ପ୍ରଦେଶର କାନୁପୁରରେ ରହୁଥିବା ୨୦ ବର୍ଷୀୟ ଅମିତ ଓ ଶ୍ରଦ୍ଧା (ଛଦ୍ମନାମ) ପରସ୍ପରକୁ ବହୁତ ଭଲ ପାଉଥିଲେ। କିଛି ଦିନର ଭଲ ପାଇବା ପରେ ଅମିତ ଗୋଟିଏ ଦିନ ଶ୍ରଦ୍ଧାଙ୍କୁ ତାଙ୍କ ଘରକୁ ଆଣିଥିଲା। ବାପା କମଲେଶ ଓ ଅନ୍ୟମାନଙ୍କ ସହ ଶ୍ରଦ୍ଧାଙ୍କୁ ପରିଚୟ କରାଇଥିଲେ। ଅମିତଙ୍କ ଘର ଲୋକ ମଧ୍ୟ ଏହି ପ୍ରେମ ସମ୍ପର୍କକୁ ସ୍ୱୀକୃତି ଦେଇଥିଲେ।

ସମୟ ଆସିଲେ ଉଭୟଙ୍କ ବାହାଘର ହେବ ବୋଲି ମଧ୍ୟ କହିଥିଲେ। ଘର ଲୋକ ରାଜି ହେବାରୁ ଅମିତ ଓ ଶ୍ରଦ୍ଧାଙ୍କ ଖୁସିର ସୀମା ରହି ନଥିଲା। ଶ୍ରଦ୍ଧା ମଧ୍ୟ ବାରମ୍ବାର ଅମିତଙ୍କ ଘରକୁ ଆସିବାରେ ଲାଗିଥିଲେ। ଏପରି କି ଫୋନ ଯୋଗେ ଅମିତଙ୍କ ବାପା କମଲେଶ ଓ ଅନ୍ୟମାନଙ୍କ ସହ ନିୟମିତ କଥାବାର୍ତ୍ତା ହୋଇଥିଲେ।

Advertisment

ବାସ୍‌ ଏସବୁ ଭିତରେ ଆସିଥିଲା ଟ୍ୱିଷ୍ଟ। ଅମିତଙ୍କୁ ଭଲ ପାଉଥିବା ଶ୍ରଦ୍ଧା କିଛି ଦିନର କଥାବାର୍ତ୍ତା ପରେ ତାଙ୍କ ବାପା କମଲେଶଙ୍କ ପ୍ରେମରେ ପଡ଼ିଥିଲେ। ଏକଥା କିନ୍ତୁ ଅମିତ କିମ୍ବା ପରିବାରର ଆଉ କେହି ଜାଣି ପାରି ନଥିଲେ। କମଲେଶଙ୍କ ବୟସ ଯଥେଷ୍ଟ ଅଧିକ ଥିବାରୁ ଶ୍ରଦ୍ଧା ଓ ତାଙ୍କ ମଧ୍ୟରେ କୌଣସି ସମ୍ପର୍କ ଥିବା କେହି ସନ୍ଦେହ ମଧ୍ୟ କରି ନଥିଲେ। ହେଲେ ସେମାନେ ଭିତରେ ଭିତରେ ପରସ୍ପରକୁ ଭଲ ପାଇ ସାରିଥିଲେ।

କମଲେଶଙ୍କ ପ୍ରେମରେ ପଡ଼ିବା ପରେ ଶ୍ରଦ୍ଧା ସବୁ କିଛି ଭୁଲି ଯାଇଥିଲେ। ଯେଉଁ ଅମିତଙ୍କୁ ସେ ଦିନେ ବାହା ହେବାକୁ କଥା ଦେଇଥିଲେ, ତାଙ୍କୁ ବି ସେ ଭୁଲି ଯାଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ସେ କମଲେଶଙ୍କ ସହ ସମସ୍ତଙ୍କୁ ପର କରି ଫେରାର ହେବାକୁ ମଧ୍ୟ ପଛାଇ ନଥିଲେ।

କମେଲଶ ମଧ୍ୟ ପୁଅର ପ୍ରେମିକାଙ୍କ ସହ ସମ୍ପର୍କ ରଖିବାକୁ ଆଦୌ ପଛାଇ ନଥିଲେ। ଶେଷରେ ଶ୍ରଦ୍ଧା ଓ କମଲେଶ ଘର ଛାଡ଼ି ପଳାଇଥିଲେ। ୨୦୨୨ରେ ପୂରା ଘଟିଥିବା ବେଳେ ଏବେ ଶ୍ରଦ୍ଧା ଓ କମଲେଶ ଦିଲ୍ଲୀରୁ ଧରା ପଡ଼ିଛନ୍ତି। ସେମାନଙ୍କୁ ପୁଲିସ୍‌ ଉତ୍ତର ପ୍ରଦେଶକୁ ଆଣିଛି।

୨୦୨୨ ମାର୍ଚ୍ଚ ମାସରେ ଶ୍ରଦ୍ଧା ଓ କମଲେଶ ଫେରାର ହୋଇ ଯାଇଥିଲେ। କିନ୍ତୁ ଶ୍ରଦ୍ଧାଙ୍କ ପରିବାର ଲୋକ କମଲେଶଙ୍କ ବିରୋଧରେ ଅପହରଣ ଅଭିଯୋଗ ଆଣି ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗୋଟିଏ ବର୍ଷ ଧରି ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଶ୍ରଦ୍ଧା ଓ କମଲେଶ ଦିଲ୍ଲୀରେ ଥିବା ଜାଣିବାକୁ ପାଇଥିଲା।

ଏହାପରେ ଉତ୍ତର ପ୍ରଦେଶ ପୁଲିସ୍‌ର ଗୋଟିଏ ଟିମ ଦିଲ୍ଲୀରେ ପହଞ୍ଚି ଉଭୟଙ୍କୁ କାବୁ କରିଛି। ଏହି ସମୟରେ ଶ୍ରଦ୍ଧା ଖୋଲାଖୋଲି ଭାବେ କମଲେଶଙ୍କ ସହ ରହିବାକୁ ଚାହୁଁଥିବା କହିଛନ୍ତି। 

ପୁଲିସ୍‌ କମଲେଶଙ୍କୁ ଗିରଫ କରିଥିବା ବେଳେ ଶ୍ରଦ୍ଧାଙ୍କ ମେଡିକାଲ ଟେଷ୍ଟ ଆଜି ହୋଇଛି। ଶ୍ରଦ୍ଧାଙ୍କ ଠାରୁ ପୁଲିସ୍‌ ସବୁ କଥା ଜାଣିବା ପରେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଛି। ତଥାପି ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଛି।

Uttar Pradesh Delhi Love