Advertisment

ବାହାଘରର ଦଶ ମଙ୍ଗଳାରେ ପ୍ରେମିକ ସହ ପତ୍ନୀ ଛୁ, ସ୍ୱାମୀ କହିଲେ ଏମିତି କଥା

ପତ୍ନୀ ପ୍ରେମିକ ସହ ଫେରାର ହୋଇ ଯାଇଥିଲେ ହେଁ ସ୍ୱାମୀ ତାଙ୍କ ବିରୋଧରେ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରି ନାହାନ୍ତି।

UP

UP

Advertisment

ସାମ୍ନାକୁ ଆସିଛି ଗୋଟିଏ ରୋଚକ ଘଟଣା। ବାହା ହେବାର ୧୦ମ ଦିନରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ଚମ୍ପଟ ମାରିଛନ୍ତି। ବାହାଘରର ଦଶମ ମଙ୍ଗଳା ଦିନ ନବ ବିବାହିତା ତାଙ୍କ ବାପାଙ୍କ ଘରକୁ ଯାଇଥିଲେ। ସେଠାରେ ସେ ପ୍ରେମିକ ସହ ଫେରାର ହୋଇଯିବା ଘଟଣା ଉତ୍ତର ପ୍ରଦେଶର ବଦାଉଁ ସମେତ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଯେ ପତ୍ନୀ ପ୍ରେମିକ ସହ ଫେରାର ହୋଇ ଯାଇଥିଲେ ହେଁ ସ୍ୱାମୀ ତାଙ୍କ ବିରୋଧରେ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରି ନାହାନ୍ତି। ପ୍ରେମିକ ସହ ରହିବାକୁ ପତ୍ନୀ ନେଇଥିବା ନିଷ୍ପତ୍ତିକୁ ସେ ଗ୍ରହଣ କରି ନେଇଛନ୍ତି। ଆଉ ଜଣେ ରାଜା ରଘୁବଂଶୀ ହେବାରୁ ସେ ବର୍ତ୍ତି ଗଲେ ବୋଲି କହିଛନ୍ତି।

ମେ’ ୧୭ ତାରିଖରେ ଖୁସବୁ ଓ ସୁନୀଲଙ୍କ ବିବାହ ହୋଇଥିଲା। ୧୮ ମେ’ରେ ସୁନୀଲଙ୍କ ଘରକୁ ଖୁସବୁ ଆସିଥିଲେ। ସେଠାରେ ସେ ୯ ଦିନ ରହିବା ପରେ ବାହାଘରର ଦଶ ମଙ୍ଗଳାର ପରମ୍ପରା ଅନୁସାରେ ନିଜ ବାପାଙ୍କ ଘରକୁ ଯାଇଥିଲେ। କିନ୍ତୁ ସେଠାରେ ନିଜ ସ୍ୱାମୀଙ୍କୁ ଛାଡ଼ି ସେ ପୁରୁଣା ପ୍ରେମିକ ସହ ଫେରାର ହୋଇଯାଇଛନ୍ତି।

Advertisment

ପତ୍ନୀ ହଠାତ୍‌ କେଉଁ ଆଡ଼େ ଚାଲି ଯାଇଥିବାରୁ ସୁନୀଲ ବ୍ୟସ୍ତ ହୋଇ ପଡ଼ିଥିଲେ। ସେ ପୁଲିସ୍‌ରେ ନିଖୋଜ ଅଭିଯୋଗ ମଧ୍ୟ କରିଥିଲେ। ପୁଲିସ ଖୁସବୁଙ୍କୁ ଖୋଜୁ ଥିବା ବେଳେ ସେ ନିଜ ତରଫରୁ ସୋମବାର ଥାନାରେ ପହଞ୍ଚିଥିଲେ। ସେ ବାହାଘରର ଦଶ ମଙ୍ଗଳା ଦିନ ନିଜ ପ୍ରେମିକ ସହ ଚାଲି ଯାଇଥିଲେ ବୋଲି ପୁଲିସକୁ କହିଥିଲେ। ଏଥିସହ ସେ ଆଗକୁ ମଧ୍ୟ ନିଜ ପ୍ରେମିକଙ୍କ ସହ ରହିବାକୁ ଚାହୁଁଥିବା ପୁଲିସ୍‌କୁ ଜଣାଇଥିଲେ।

ଏହି ସମୟରେ ସୁନୀଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏକଥା ଶୁଣି ସୁନୀଲ ସାମାନ୍ୟ ବିଚଳିତ ହୋଇ ପଡ଼ିଥିଲେ ହେଁ ଖୁସବୁଙ୍କ ପ୍ରସ୍ତାବକୁ ଗ୍ରହଣ କରି ନେଇଥିଲେ। ଏଥିସହ ତାଙ୍କୁ ସେ ନିଜ ହାତରେ ତାଙ୍କ ପ୍ରେମିକଙ୍କ ସହ ବିଦା କରିଥିଲେ।

ସୁନୀଲ କହିଛନ୍ତି, “ମୁଁ ତାଙ୍କୁ(ଖୁସବୁ)ଙ୍କୁ ହନିମୁନରେ ନୈନତାଲ ନେଇ ଯିବାର ଯୋଜନା କରିଥିଲେ। କିନ୍ତୁ ଏବେ ଜାଣିବାକୁ ପାଇଛି ଯେ ସେ ମୋ ସହ ନୁହେଁ, ବରଂ ତାଙ୍କ ପ୍ରେମିକଙ୍କ ସହ ରହିବାକୁ ଚାହୁଁଛନ୍ତି। ଏଥିରେ ମୁଁ ବହୁତ ଖୁସି। କାରଣ ମୁଁ ଆଉ ଜଣେ ରାଜା ରଘୁବଂଶୀ ହେବାରୁ ବର୍ତ୍ତି ଯାଇଛି। ଏବେ ଆମେ ୩ ଜଣ ଯାକ ଖୁସି। ମୋ ପତ୍ନୀ ଓ ତାଙ୍କ ପ୍ରେମିକ ନିଜର ଭଲ ପାଇବାକୁ ପାଇଛନ୍ତି। ମୋ ଜୀବନ ମଧ୍ୟ ବର୍ବାଦ ହେବାରୁ ବର୍ତ୍ତି ଯାଇଛି।”

ପୁଲିସ ଷ୍ଟେସନରେ ଖୁସବୁ ଓ ସୁନୀଲଙ୍କ ଉପସ୍ଥିତିରେ ସବୁ ପ୍ରକାରର ବୁଝାମଣା ଶେଷ ହୋଇଛି। ବାହାଘର ବେଳେ ସୁନୀଲଙ୍କ ଘର ଲୋକ ଖୁସବୁଙ୍କୁ ଦେଇଥିବା ସୁନା ଅଳଙ୍କାର ସେ ଫେରାଇ ଦେଇଛନ୍ତି। ଉଭୟ ପକ୍ଷ ଆଇନ ଗତ ପଦକ୍ଷେପ ନେବାକୁ ମନା କରିବାକୁ ପୁଲିସ୍‌ ମାମଲାକୁ ରଫାଦଫା କରିଦେଇଛି।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe