Advertisment

କାଳ ହେଲା YSRକୁ ପ୍ରଶଂସା କରିବା, ଟ୍ରୋଲ ପରେ ଜୀବନ ହାରିଲେ

ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ଜନସେନା ପାର୍ଟି (ଜେଏସପି) ର ସୋସିଆଲ ମିଡିଆ ସେଲ ଦ୍ୱାରା ଜୋରଦାର ଟ୍ରୋଲ୍‌ର ଶିକାର ହେବା ପରେ ସେ ଏହାକୁ ସହି ପାରି ନଥିବା ଅଭିଯୋଗ ହୋଇଛି।

Gothi Geethanjali Devi

Gothi Geethanjali Devi

Advertisment

କାଳ ହେଲା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ନମହୋନ ରେଡ୍ଡୀଙ୍କ ଦଳ ଓ୍ୱାଇ ଏସ୍‌ ଆର୍‌ କଂଗ୍ରେସକୁ ପ୍ରଶଂସା କରିବା। ସୋଶାଲ ମିଡିଆରେ ଜୋରଦାର ଟ୍ରୋଲର ଶିକାର ହେଲେ। ଏହା ସହି ନପାରି ଶେଷରେ ଜୀବନ ହାରିଲେ ମହିଳା।

Advertisment

ଆନ୍ଧ୍ରପ୍ରଦେଶ ଇସଲାମପେଟ୍‌ର ୩୨ ବର୍ଷୀୟ ଗୋଥି ଗୀତାଞ୍ଜଳି ଦେବୀ। ସେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏନେଇ ପୁଲିସ ସୂଚନା ଦେଇଛି। ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ଜନସେନା ପାର୍ଟି (ଜେଏସପି) ର ସୋସିଆଲ ମିଡିଆ ସେଲ ଦ୍ୱାରା ଜୋରଦାର ଟ୍ରୋଲ୍‌ର ଶିକାର ହେବା ପରେ ସେ ଏହାକୁ ସହି ପାରି ନଥିଲେ। ଏହା ପରେ ମହିଳା ଜଣକ ଆତ୍ମହତ୍ୟା କରିଥିବା ଆନ୍ଧ୍ରପ୍ରଦେଶର ଶାସକ ଦଳ YSR କଂଗ୍ରେସ ପାର୍ଟି ଅଭିଯୋଗ କରିଛି।

ପୀଡିତା ଜଣକ 'ଜଗନ୍ନ ହାଇସିଂ ସ୍କିମ୍‌' ଅଧୀନରେ ଏକ ଘରର ହିତାଧିକାରୀ ଥିଲେ। ମାର୍ଚ୍ଚ ୪ ତାରିଖରେ YSR କଂଗ୍ରେସ ପାର୍ଟିର ଏକ କାର୍ଯ୍ୟକ୍ରମରେ ଗୋଥି ଗୀତାଞ୍ଜଳି ଦେବୀ ଦେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ 'ଜଗନ୍ନା ହାଉସିଂ ସ୍କିମ୍' ଅଧୀନରେ ଏକ ପ୍ଲଟ୍ ଗ୍ରହଣ କରିବା ବିଷୟରେ କହିଥିଲେ।

Advertisment

ସେ କହିଥିଲେ, 'ଜଗନ୍ନ ମୋହନ ରେଡ୍ଡୀଙ୍କ ସରକାରଙ୍କ ଏକାଧିକ କଲ୍ୟାଣକାରୀ ଯୋଜନାର ମୁଁ ହିତାଧିକାରୀ ହୋଇ ଲଭ ପାଇଛି। ଆଜି ମୋର ସ୍ୱପ୍ନ ସାକାର ହୋଇଛି। ମୋ ନାଁରେ ବର୍ତ୍ତମାନ ଘର ସାଇଟ୍ ଅଛି। ମୁଁ ବହୁତ ଖୁସି, କାରଣ ମୁଁ ଏହାକୁ ମଞ୍ଚରେ ଗ୍ରହଣ କରିବି ବୋଲି ଆଶା କରି ନ ଥିଲି।'

ଗୀତାଞ୍ଜଳିଙ୍କ ଏହି ଭିଡିଓ ଭାଇରାଲ ହୋଇଥିଲା। ଟିଡିପି ଏବଂ ଜନ ସେନା ପାର୍ଟିର କର୍ମୀମାନେ ଗୀତାଞ୍ଜଳିଙ୍କ ଭିଡିଓକୁ ସୋଶାଲ ମିଡଆରେ ସେୟାର କରି ତାଙ୍କୁ ଜୋରଦାର ଟ୍ରୋଲ କରିଥିଲା। ତାଙ୍କ ବିରୋଧରେ ଅନେକ ଅସଭ୍ୟ ଭାଷର ମଧ୍ୟ ବ୍ୟବହାର କରାଯାଇଥିଲା। ଏହାପରେ ସେ ଚରମ ନିଷ୍ପତ୍ତି ନେଇଥିଲେ। ଟ୍ରନ୍‌ ଆଗକୁ ଡେଁଇ ଆତ୍ମହତ୍ୟା କରିଥିବା ଓ୍ୱାଇଆର୍‌ଏସ୍‌ କଂଗ୍ରେସ ଅଭିଯୋଗ କରିଛି।

ପୁଲିସ ସୂଚନା ମୁତାବକ, ମାର୍ଚ୍ଚ ୭ ତାରିଖରେ ସେ ଟ୍ରେନ୍‌ ଆଗକୁ ଡେଇଁବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଗୁଣ୍ଟୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗୀତାଞ୍ଜଲି ଆନ୍ଧ୍ରପ୍ରଦେଶର ଇସଲାମପେଟର ବାସିନ୍ଦା। ସେ ଏଠାରେ ସ୍ୱାମୀ ଓ ଦୁଇ ଝିଅଙ୍କ ସହ ରହୁଥିଲେ।

ସେପଟେ ଗୀତାଞ୍ଜଳିଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଆନ୍ଧ୍ରପ୍ରଦେଶ ମହିଳା କମିଶନ କହିଛନ୍ତି।

Andhra Pradesh YSR Congress TDP Suicide Case Jana Sena Party
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe