Advertisment

ଛୁଆର ଜୀବନ ପାଇଁ ବାରହା ସହ ଲଢ଼ି ମା’ର ଜୀବନ ଗଲା

ଛୁଆର ସୁବଠାରୁ ସୁରକ୍ଷିତ ସ୍ଥାନ ହେଉଛି ମା’ର ପଣତକାନି।

Both the woman and the wild animal died

Both the woman and the wild animal died

Advertisment

ଛୁଆର ସୁବଠାରୁ ସୁରକ୍ଷିତ ସ୍ଥାନ ହେଉଛି ମା’ର ପଣତକାନି। ବିପଦରୁ ରକ୍ଷା ପାଇଁ ସେଇ ପଣତକାନିରେ ସେ ନିଜ ପିଲାକୁ ଢାଙ୍କିଦିଏ । ନିଜ ପିଲାର ଜୀବନ ପାଇଁ ମା’ଟିଏ ସବୁକିଛି କରିପାରେ। ନିଜ ଜୀବନକୁ ବାଜି ବି ଲଗାଇପାରେ। ପ୍ରକୃତରେ ସେମିତି କିଛି ଦାରୁଣ ଘଟଣାଟିଏ ଘଟିଛି। ନିଜ ପିଲାକୁ ରକ୍ଷା କରିବାକୁ ଯାଇ ଜଣେ ମା’ ଏକ ଜଙ୍ଗଲୀ ବାରହା ସହ ଲଢ଼ି ଜୀବନ ହାରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଛତିଶଗଡ଼ର କୋରବା ଜିଲ୍ଲାରେ ତେଲିମାର ଗାଁରେ ଘଟିଛି। ନିଜର ୧୧ ବର୍ଷର ପିଲାକୁ ବଞ୍ଚାଇବାକୁ ଯାଇ ମା’ ଜଣକ ବାରହା ସହ ପ୍ରାୟ ଅଧଘଣ୍ଟାଏ ଲଢ଼ିଥିଲେ।

Advertisment

ଆଉ ଶେଷରେ ତାଙ୍କର ଜୀବନ ଚାଲିଯାଇଥିଲା। ମୃତକ ମହିଳା ଜଣକ ହେଲେ ଦୁଭାସି ବାଇ। ତାଙ୍କ ଝିଅର ନାମ ରିଙ୍କି। ଉଭୟ ମାଓ ଝିଅ କ୍ଷେତରେ କାମ କରିବାକୁ ପାଖ ଅଞ୍ଚଳକୁ ଯାଇଥିଲେ। ସେଠାରେ ଏକ ବାରହା ଝିଅ ରିଙ୍କି ଉପରେ ଆକ୍ରମଣ କରିଥିଲା। ଏହା ଦେଖି ରିଙ୍କି ମା ଦଉଡ଼ି ଯାଇ ଝିଅକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ସେ ବାରହା ସହ ଖୁବ୍‌ ସଂଘର୍ଷ କରିଥିଲେ। ପ୍ରାୟ ୩୦ ମିନିଟ୍‌ ଧରି ରିଙ୍କିର ମା ବାରହା ସହ ସାହସିକତାର ସହ ଲଢ଼ିଥିଲେ।

ହେଲେ ରକ୍ତାକ୍ତ ସଂଘର୍ଷରେ ଶେଷରେ ମାର ଜୀବନ ଚାଲିଯାଇଥିଲା। ତେବେ ବାରହା ଆକ୍ରମଣରୁ ଝଅ ରିଙ୍କି ଆହତ ଅବସ୍ଥାରେ ଗ୍ରାମବାସୀଙ୍କୁ ଡାକିବାକୁ ଦଉଡ଼ିଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ପୁଲିସ ଏବଂ ଜଙ୍ଗଲ ବିଭାଗର ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତ ରିଙ୍କିକୁ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe