Advertisment

ମହିଳାଙ୍କ ଟଏଲଟରେ ଲୁଚା ଯାଇଥିଲା କ୍ୟାମେରା, କାଫେ କର୍ମଚାରୀ ଗିରଫ

ଜଣେ ମହିଳା କାଫେ ଟଏଲଟରେ କ୍ୟାମେରା ଲୁଚାଇ ରଖାଯାଇଥିବା ଦେଖିଥିଲେ।

ଅଦ୍ୟତନ ହୋଇଛି
Cafe

Cafe

Advertisment

ବେଙ୍ଗାଲୁରର ଏକ କାଫେ ଟଏଲେଟରୁ କ୍ୟାମେରା ମିଳିବା ଘଟଣାରେ ଜଣେ କର୍ମଚାରୀ ଗିରଫ। ଉକ୍ତ କାଫେର ଜଣେ କର୍ମଚାରୀ ମହିଳାଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଟଏଲଟରେ କ୍ୟାମେରା ରଖିବା ଅଭିଯୋଗରେ ଗିରଫ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ବେଙ୍ଗାଲୁରର ବେଲ୍ ରୋଡରେ ଥିବା ପ୍ରସିଦ୍ଧ ଥାର୍ଡ ୱେଭ୍ କଫି ଆଉଟଲେଟର ଜଣେ ମହିଳା, ଟଏଲେଟରେ କ୍ୟାମେରା ଲୁଚାଇ ରଖା ଯାଇଥିବା ଦେଖିଥିଲେ। ଏନେଇ ଜଣେ ବ୍ୟକ୍ତି ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ।

ଗ୍ୟାଙ୍ଗ୍ସ ଅଫ୍ ସିନେପୁର ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୂରା ଘଟଣା ବାବଦରେ ପୋଷ୍ଟ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ଶୁକ୍ରବାର ସେ ବେଲ ରୋଡରେ ଥିବା ଥାର୍ଡ ୱେଭ୍ କଫି ଆଉଟଲେଟରେ ଥିବାବେଳେ ଜଣେ ମହିଳା ଅଭିଯୋଗ କରିଥିଲେ ଯେ, ଟଏଲେଟରେ କ୍ୟାମେରା ଲୁଚାଇ ରଖାଯାଇଛି।

Advertisment

କେହି ଜଣେ ଅତି ଚତୁରତାର ସହ ଫୋନକୁ ଡଷ୍ଟିବିନ ବ୍ୟାଗରେ କ୍ୟାମେରା ଅନ୍ କରି ରଖା ଯାଇଥିଲା। ଫୋନରେ ଦୀର୍ଘ ଦୁଇ ଘଣ୍ଟା ଧରି ଭିଡିଓ କ୍ୟାମେରା ଅନ୍ ରହିଥିଲା। ଏପରିକି ଯେମିତି କିଛି ଶବ୍ଦ ନ ଶୁଭିବ ସେଥିପାଇଁ, ଫୋନରେ ଫ୍ଲାଇଟ୍ ମୋଡ୍ ଅନ୍ କରାଯାଇଥିଲା।

ଏହାକୁ ନେଇ ଇନଷ୍ଟାଗ୍ରାମ ହ୍ୟାଣ୍ଡଲର ଆହୁରି ଲେଖିଛନ୍ତି ଯେ, ଏହି ଘଟଣାକୁ ପ୍ରତ୍ୟେକ୍ଷଦର୍ଶୀ ଭାବେ ଦେଖିବା ତାଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର ଥିଲା। ଏହା ଅତ୍ୟନ୍ତ ଘୃଣ୍ୟ ଘଟଣା। ସେ ଏଣିକି ଯେକୌଣସି କାଫେ କି ରେସ୍ତୋରାଁ ୱଶରୁମ୍ ବ୍ୟବହାର କରିବେ, ସାବଧାନତା ଅବଲମ୍ବନ କରିବେ। ଏପରିକି ରେସ୍ତୋରାଁ ବା କାଫେ ଯେତେ ପ୍ରସିଦ୍ଧ ହେଲେ ମଧ୍ୟ ସମସ୍ତେ ଏଥିପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି ସେ କହିଛନ୍ତି।

ଏହି ପୋଷ୍ଟ ପରେ ଥାର୍ଡ ୱେଭ୍ କଫି ପ୍ରତିକ୍ରିୟା ରଖିଛି। ଏପରି ଦୁର୍ଭାଗ୍ୟଜନକ ଘଟଣା ପାଇଁ ସେମାନେ ଦୁଃଖିତ ବୋଲି କହିଛନ୍ତି। କାଫେ ଆହୁରି ମଧ୍ୟ କହିଛି ଯେ, ଏପରି ଘଟଣା ବାସ୍ତବରେ ଅଗ୍ରହଣୀୟ। ସେମାନେ ତୁରନ୍ତ ଏହି ଘଟଣାକୁ ଗୁରୁତର ସହ ନେଇ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ ଗ୍ରାହକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇଥିବା କହିଛନ୍ତି।  

Hidden Camera Third Wave Coffee Bengaluru Cafe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe