/odisha-reporter/media/media_files/2026/02/09/karnataka-2026-02-09-16-36-01.jpg)
ଜୀବନ ହାରିଥିବା ଅଞ୍ଜନା
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଘରର ବୋହୂଙ୍କୁ ସାଧାରଣତଃ ଲକ୍ଷ୍ମୀ ଭାବେ ବିବେଚନା କରାଯାଏ। କିନ୍ତୁ ଏହି ଘଟଣାରେ ଘରର ବୋହୂଙ୍କୁ ପର ପୁରୁଷଙ୍କ ସହ ରାତି କାଟିବାକୁ ବାଧ୍ୟ କରୁଥିଲେ ଶାଶୂ ଘର ଲୋକ। ଏଥିସହ ତାଙ୍କୁ ଦେଉଥିଲେ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା। ଶେଷରେ ଏହାକୁ ସହି ନ ପାରି ଜୀବନ(Suicide) ହାରିଛନ୍ତି ଜଣେ ୨୨ ବର୍ଷୀୟ ମହିଳା।
କର୍ଣ୍ଣାଟକାର ବିଦାର ଜିଲ୍ଲା ଏପରି ଏକ ଘଟଣା ସାମ୍ନାକୁ ଆସିଛି। ସମାନ ଜିଲ୍ଲାର ବାସବକଲ୍ୟାଣ ସ୍ଥିତ ଘରୁ ୨୨ ବର୍ଷୀୟ ଅଞ୍ଜନାବାଈ ଶେଖର ପାଟିଲଙ୍କ ମୃତଦେହକୁ ଜବତ କରାଯାଇଛି। ତାଙ୍କ ମୂଳ ଘର ଭାଲ୍କିରେ। ୨୦୨୨ରେ ସେ ବାସବକଲ୍ୟାଣର ଶେଖର ପାଟିଲଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଜଣେ ୧୧ ମାସର ଛୁଆ ମଧ୍ୟ ରହିଛନ୍ତି।
ବାସବକଲ୍ୟାଣର ଓମ କୋଲନୀରେ ଥିବା ଶେଖର ପାଟିଲଙ୍କ ଘରେ ଅଞ୍ଜନା ଜୀବନ ହାରିଛନ୍ତି। ଘରର ରୁମ ଭିତରୁ ଅଞ୍ଜନାଙ୍କ ଝୁଲନ୍ତା ମୃତଦେହ ପୁଲିସ୍ ଜବତ କରିଛି।
ଅଞ୍ଜନାଙ୍କ ବାପା ବିଜୟ କୁମାରଙ୍କ ଅଭିଯୋଗ ଆଧାରରେ ପୁଲିସ୍ ମାମଲା ରୁଜୁ କରିଛି।
ବିଜୟ କୁମାର ଅଭିଯୋଗ କରିଛନ୍ତି ଯେ ଶେଖର ପାଟିଲ ଓ ତାଙ୍କ ପରିବାର ଲୋକ ଝିଅ ଅଞ୍ଜନାଙ୍କୁ ଦୈନିକ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ସେମାନେ ତାଙ୍କୁ ଦେହ ବେପାର କରିବାକୁ ବାଧ୍ୟ କରୁଥିଲେ। ସେ ଏହାକୁ ବିରୋଧ କରୁଥିବାରୁ ତାଙ୍କୁ ଘରୋଇ ହିଂସାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ଏହାକୁ ନେଇ ସେ ଗଭୀର ମାନସିକ ଚାପରେ ରହିଥିଲେ। ପର ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ମନା କରିବାରୁ ଅଞ୍ଜନାଙ୍କୁ ଶାଶୂ ଘର ଲୋକ ମାଡ଼ ମାରୁଥିବା ମଧ୍ୟ ବିଜୟ କୁମାର ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପାଇବା ପରେ ଶେଖର ପାଟିଲ ଓ ତାଙ୍କ ପରିବାରର ଆଉ ୨ ଜଣଙ୍କ ବିରୋଧରେ ମାମଲା କରିଛି। ଏଥିସହ ସେମାନଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
