Advertisment

ଗର୍ଭବତୀ କରାଇବାକୁ ମହିଳାଙ୍କୁ ମଣିଷ ହାଡ଼ରେ ତିଆରି ପାଉଡର ଖୁଆଇଲେ

ଜଣେ ମହିଳାଙ୍କୁ ଜୋରଜବରଦସ୍ତି ମଣିଷ ହାଡ଼ରେ ତିଆରି ପାଉଡର ଖୁଆଇ ଦେଇଛନ୍ତି ତାଙ୍କ ସ୍ୱାମୀ ଓ ଶାଶୂ ଘର ଲୋକ।

author-image
Hemant Lenka
Human bones

Human bones

ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। ଜଣେ ମହିଳାଙ୍କୁ ଜୋରଜବରଦସ୍ତି ମଣିଷ ହାଡ଼ରେ ତିଆରି ପାଉଡର ଖୁଆଇ ଦେଇଛନ୍ତି ତାଙ୍କ ସ୍ୱାମୀ ଓ ଶାଶୂ ଘର ଲୋକ। ମହିଳା ଜଣଙ୍କ ଦୀର୍ଘ ଦିନ ହେଲା ବିବାହ କରିଥିଲେ ମଧ୍ୟ ତାଙ୍କର ଛୁଆ ପିଲା ହେଉ ନଥିଲା। ଛୁଆ ହେବା ପାଇଁ ଶାଶୂ ଘର ଲୋକ ଓ ସ୍ୱାମୀ କଳାଯାଦୁର ଆଶ୍ରୟ ନେଇଥିଲେ। ଏହି କଳାଯାଦୁର ପରମ୍ପରା ଅନୁସାରେ ସେମାନେ ମହିଳାଙ୍କୁ ମଣିଷ ହାଡ଼ରେ ତିଆରି ପାଉଡର ଖୁଆଇଛନ୍ତି।

Advertisment

ତେବେ ମହିଳା ଜଣଙ୍କ ଏନେଇ ପୁଲିସ୍‌ରେ ଅଭିଯୋଗ କରିବା ପରା ପୂରା ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ ମହିଳାଙ୍କ ସ୍ୱାମୀ ଓ ଶାଶୂ ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମହିଳା ଜଣଙ୍କ କହିଛନ୍ତି ଯେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶାଶୂ ଘର ଲୋକ ଓ ସ୍ୱାମୀ ତାଙ୍କୁ ଅମାବାସ୍ୟା ରାତିରେ ଏକାଧିକ ଥର ଘର ଭିତରେ ଅନେକ ପ୍ରକାରର କାମ କରିବାକୁ ବାଧ୍ୟ କରିଛନ୍ତି। ଏପରି କି ଗୋଟିଏ ଅମାବାସ୍ୟା ରାତିରେ ମହିଳାଙ୍କୁ ଶାଶୂ ଘର ଲୋକ ସ୍ଥାନୀୟ ଶ୍ମଶାନକୁ ନେଇଥିଲେ। ସେଠାରେ ତାଙ୍କୁ ସେମାନେ ମଣିଷ ହାଡ଼ରେ ତିଆରି ଗୁଣ୍ଡ ଖାଇବାକୁ ବାଧ୍ୟ କରିଥିଲେ। ଏଥିସହ କୁକୁଡ଼ା ମୁଣ୍ଡ ଓ ଗୋଡ଼ ମଧ୍ୟ ବଳପୂର୍ବକୁ ଖୁଆଇଥିଲେ। ବନ୍ଧୁକମୁନରେ ସେମାନେ ମହିଳାଙ୍କୁ ମୃତଦେହ ପୋଡ଼ା ଯାଇଥିବା ସ୍ଥାନରୁ ପାଉଁଶ ଖାଇବାକୁ ବି କହିଥିଲେ। ଏପରି କଲେ ତାଙ୍କର ପିଲା ଛୁଆ ହେବ ବୋଲି ଶାଶୂ ଘର ଲୋକ ବିଶ୍ୱାସ ରଖିଥିଲେ। 

Advertisment

ତେବେ ମହିଳାଙ୍କ ଅଭିଯୋଗ ପରେ ପୁଲିସ ଆକ୍ସନ ମୋଡ଼କୁ ଆସି ତଦନ୍ତ ଆରମ୍ଭ କରିଛି। ପୁଣେ ସିଟିର ଡେପୁଟି କମିଶନର ଅଫ ପୁଲିସ୍‌ ସୁହାଲି ଶର୍ମା କହିଛନ୍ତି, ଆଇପିସିର ଧାରା ୪୯୮ ଏ, ୩୨୩, ୫୦୪ ଓ ୫୦୬ ସହ ମହାରାଷ୍ଟ୍ର ଅନ୍ଧବିଶ୍ୱାସ ବିରୋଧୀ ଆକ୍ଟର ଧାରା ୩ ଅନୁଯାୟୀ ମାମଲା କରାଯାଇଛି। ମହିଳାଙ୍କ ଶାଶୂ ଘର ଲୋକ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ସେ କହିଛନ୍ତି। 

Maharashtra Police Police Black Magic