ଅନଲାଇନରେ ବାହା, ପାକିସ୍ତାନରେ ଦେଖା: ଭିସା ପାଇଁ ନାଁ ବଦଳାଇଲେ ମହିଳା!

ପ୍ରେମ ପାଇଁ ଜଣେ ମହିଳା ସୁଦୂର ପାକିସ୍ତାନ ଯିବାକୁ ମଧ୍ୟ ପଛାଇ ନାହାନ୍ତି। ହେଲେ ଏଥିପାଇଁ ତାଙ୍କୁ ଏବେ ଆଇନର ଜାଲରେ ଫସିବାକୁ ପଡ଼ିଛି।

Pakistan

ବଶିରଙ୍କ ସହ ନଗମା/ସନମ

Hemant Lenka
  • Published: Wednesday, 24 July 2024
  • Updated: 24 July 2024, 06:12 PM IST

Sports

Latest News

ପ୍ରେମ ମାନେନା ବନ୍ଧ ବାଡ଼। ପ୍ରେମ ପାଇଁ ଜଣେ କିଛି ବି କରିପାରେ। ଫିଲ୍ମ କିମ୍ବା ଯାତ୍ରାରେ ଆପଣ ଅନେକ ଲଭଷ୍ଟୋରୀ ଦେଖିଥିବେ। ଯେଉଁଠି ନିଜ ପ୍ରେମିକା କିମ୍ବା ପ୍ରେମିକ ପାଇଁ ଜଣେ କିଛି ବି କରି ଦେଇପାରେ। ହେଲେ ବାସ୍ତବ ଜୀବନରେ ବି ଏମିତି କିଛି ଘଟଣା ଘଟୁଛି। ସେଭଳି କିଛି ବିରଳ ଲଭଷ୍ଟୋରୀ ପୁଣି ସାମ୍ନାକୁ ଆସିଛି।

ପ୍ରେମ ପାଇଁ ଜଣେ ମହିଳା ସୁଦୂର ପାକିସ୍ତାନ ଯିବାକୁ ମଧ୍ୟ ପଛାଇ ନାହାନ୍ତି। ହେଲେ ଏଥିପାଇଁ ତାଙ୍କୁ ଏବେ ଆଇନର ଜାଲରେ ଫସିବାକୁ ପଡ଼ିଛି। ପାକିସ୍ତାନ ଯିବା ପୂର୍ବରୁ ତାଙ୍କୁ ଅଲାଇନରେ ନିଜର ପାକିସ୍ତାନୀ ପ୍ରେମିକଙ୍କୁ ବିବାହ କରିବାକୁ ମଧ୍ୟ ପଡ଼ିଥିଲା। ସେ ନିଜର ନାଁ ମଧ୍ୟ ବଦଳାଇଥିବା ଅଭିଯୋଗ ହୋଇଛି। 

ପୂରା ଘଟଣା ଏମିତି। ନିକଟରେ ମହାରାଷ୍ଟ୍ରର ଥାନେରେ ରହୁଥିବା ଜଣେ ମହିଳା ପାକିସ୍ତାନରୁ ଫେରିଛନ୍ତି। ସେ ପାକିସ୍ତାନରୁ ଫେରିବା ପରେ ପୁଲିସ୍‌ ତାଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ପାକିସ୍ତାନ ଯିବାକୁ ମହିଳା ଜଣଙ୍କ ସମ୍ଭବତଃ ନକଲି ଦସ୍ତାବିଜର ବ୍ୟବହାର କରିଥିଲେ।

Also Read

ସେ ନିଜର ନାଁ ଓ ଆଧାର କାର୍ଡରେ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଏପରି ଜାଲିଆତି କରିବାର ମୁଖ୍ୟ କାରଣ ହେଲା ପାକିସ୍ତାନ ଭିସା ହାତେଇବା। ମହିଳା ଜଣଙ୍କ ଅନଲାଇନରେ ବିବାହ କରିଥିବା ଜଣେ ପାକିସ୍ତାନୀ ଯୁବକଙ୍କୁ ଭେଟିବା ପାଇଁ ନିଜ ନାଁ ଓ ଆଧାର କାର୍ଡ ବଦଳାଇଥିବା ସନ୍ଦେହ କରାଯାଉଛି।

ଜୁଲାଇ ୧୭ରେ ନଗମା ପାକିସ୍ତାନରୁ ଫେରିଛନ୍ତି। ତାଙ୍କ ନାଁ ନଗମା ନୁର ମକସୁଦ ଅଲୀ। ହେଲେ ସେ ଭିସା ପାଇଁ ଦେଇଥିବା ଦସ୍ତାବିଜରେ ନାଁ ସନମ ଖାନ ରୁଖ ରହିଛି। ୨୦୨୧ରେ ନଗମା/ସନମ ପାକିସ୍ତାନର ଅବୋଟାବାଦରେ ରହୁଥିବା ବାବର ବଶିର ଅହମଦଙ୍କୁ ଫେସବୁକରେ ଭେଟିଥିଲେ।

ଫେସବୁକ ଦେଖା ସାକ୍ଷାତରୁ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ନଗମା ଭାରତରେ ରହିଥିବା ବେଳେ ବଶିର ପାକିସ୍ତାନରେ। ତେଣୁ ଉଭୟ ପରସ୍ପରକୁ ଭେଟିବାକୁ ବ୍ୟାକୁଳ ହୋଇଯାଇଥିଲେ। କିନ୍ତୁ ସେମାନଙ୍କ ରାସ୍ତାରେ ଭିସା କଣ୍ଟା ହୋଇ ଛିଡ଼ା ହୋଇଥିଲା।

ନଗମା/ସନମ ପାକିସ୍ତାନ ଯିବାକୁ ଭିସା ଆବେଦନ କରିଥିଲେ। ହେଲେ ଏହା ଖାରଜ ହୋଇଯାଇଥିଲା। ଫଳରେ ପ୍ରେମପକ୍ଷୀଙ୍କ ଅପେକ୍ଷାର ଘଡ଼ି ଆହୁରି ଲମ୍ବା ହୋଇଯାଇଥିଲା। ତଥାପି ସେମାନେ ଭିସା ପାଇଁ ସବୁ ପ୍ରକାରର ବିକଳ୍ପକୁ ଆପଣାଇବାକୁ ପଛଘୁଞ୍ଚା ଦେଇ ନଥିଲେ।

୨୦୨୪ ଫେବୃଆରୀ ମାସରେ ନଗମା/ସନମ ଅନଲାଇନରେ ବଶିରଙ୍କୁ ବିବାହ କରିଥିଲେ। ଏହାପରେ ସେ ପୁଣି ଭିସା ପାଇଁ ଆବେଦନ କରିଥିଲେ। କିନ୍ତୁ ସେ ଏଥର ଆବେଦନ କରିଥିବା ଭିସା ଆପ୍ଲିକେସନରେ ନିଜର ନାଁ ସନମ ବୋଲି ଉଲ୍ଲେଖ କରିଥିଲେ।

ତେଣୁ ତାଙ୍କୁ ଭିସା ମିଳି ଯାଇଥିଲା। ସେ ପାକିସ୍ତାନ ଯାଇ ସେଠାରେ ବଶିରଙ୍କୁ ଭେଟି ତାଙ୍କ ସହ ରହିଥିଲେ। ଜୁଲାଇ ୧୭ରେ ସେ ଭାରତ ଫେରିଛନ୍ତି। ନଗମା/ସନମ ଭାରତ ଫେରିବା ପରେ ପୁଲିସ୍‌ ଛାନଭିନ ଆରମ୍ଭ କରିଛି।

ପୁଲିସ ତାଙ୍କ ବିରୋଧରେ ଜାଲିଆତି ଅଭିଯୋଗ ଆଣିଛି। କିନ୍ତୁ ନଗମା/ସନମଙ୍କ ମା ଏହାକୁ ଖାରଜ କରିଛନ୍ତି। ତାଙ୍କ କହିବା କଥା ଯେ ୨୦୧୫ରେ ଝିଅ ତାଙ୍କ ପ୍ରଥମ ସ୍ୱାମୀ ଠାରୁ ଅଲଗା ହୋଇ ଯାଇଥିଲେ।

ଏହାପରେ ସେ ନିଜର ଓ ନିଜ ପିଲାମାନଙ୍କ ନାଁ ବଦଳାଇ ଥିଲେ। ଏପରି ଦାବି ଉପରେ ପୁଲିସ୍‌ର ପ୍ରତିକ୍ରିୟା ମିଳି ପାରିନାହିଁ। ସେହିପରି ପୁଲିସ୍‌ ଅଭିଯୁକ୍ତ ମହିଳାଙ୍କୁ ଗିରଫ ମଧ୍ୟ କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story