Advertisment

ଅଳିଆ ବୁହା ଗାଡ଼ିରୁ ମିଳିଥିଲା ମହିଳାଙ୍କ ମୃତଦେହ, ଲିଭ ଇନ ପାର୍ଟନରଙ୍କୁ ବାନ୍ଧିଲା ପୁଲିସ୍‌

ପ୍ରାୟ ଦେଢ଼ ବର୍ଷ ତଳେ ଆଶା ଓ ତାଙ୍କ ଠାରୁ ବୟସରେ ସାନ ମହମ୍ମଦଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଉଭୟ ଦକ୍ଷିଣ ବେଙ୍ଗାଲୁରୁର ହୁଲିମାଭୁରେ ଗୋଟିଏ ଘର ଭଡ଼ା ନେଇ ଏକାଠି ରହିବା ଆରମ୍ଭ କରିଥିଲେ।

Arrest

Arrest

Advertisment

ଅଳିଆ ଗାଡ଼ିରୁ ୪୦ ବର୍ଷୀୟ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ୍‌ ତାଙ୍କ ଲିଭ ଇନ ପାର୍ଟନରଙ୍କୁ ଗିରଫ କରିଛି। ମହିଳାଙ୍କୁ ତାଙ୍କର ଲିଭ ଇନ ପାର୍ଟନର ହତ୍ୟା କରିବା ପରେ ମୃତଦେହକୁ ଗୋଟିଏ ଅଖାରେ ଭର୍ତ୍ତି କରି ଅଳିଆ ବୁହା ଟ୍ରକରେ ଫିଙ୍ଗି ଦେଇଥିଲେ। ବେଙ୍ଗାଲୁରୁ ପୁଲିସ୍‌ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏବେ ପୁଲିସ୍‌ ମହିଳାଙ୍କୁ ତାଙ୍କ ଲିଭ ଇନ ପାର୍ଟନର ହତ୍ୟା କରିଥିଲେ ବୋଲି ଜାଣିବାକୁ ପାଇଛି।

Advertisment

ମୃତ ମହିଳା ଜଣଙ୍କ ହେଉଛନ୍ତି ଆଶା। ସେ ମହମ୍ମଦ ଶାମୁଶୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କ ସହ ଲିଭ ଇନରେ ରହୁଥିଲେ। ଏବେ ମହମ୍ମଦଙ୍କୁ ପୁଲିସ୍‌ ଆଶାଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରିଛି। ରବିବାର ବେଙ୍ଗାଲୁରୁ ପୌର ପାଳିକା କର୍ମଚାରୀ ଅଳିଆ ଗଦାରୁ ଗୋଟିଏ ସନ୍ଦିଗ୍ଧ ଅଖାରେ କିଛି ଜିନିଷ ଥିବା ଠାବ କରିଥିଲେ। ଏହାକୁ ଖୋଲିବା ପରେ ତା’ ଭିତରୁ ଆଶାଙ୍କ ମୃତଦେହ ମିଳିଥିଲା। ମହିଳାଙ୍କ ଦୁଇ ହାତ ବନ୍ଧା ହୋଇ ରହିଥିଲା। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ୍‌ ସିସିଟିଭି ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ତଦନ୍ତର ଗାଡ଼ିକୁ ଆଗକୁ ନେଇଥିଲା। ଏହି ସମୟରେ ମହିଳାଙ୍କ ପରିଚୟ ମିଳିଥିଲା। ଏହାପରେ ଆଶାଙ୍କ ଲିଭ ଇନ ପାର୍ଟନର ୩୩ ବର୍ଷୀୟ ମହମ୍ମଦଙ୍କ ପାଖରେ ପୁଲିସ୍‌ ପହଞ୍ଚିଥିଲା। ମହମ୍ମଦଙ୍କ ଘର ଆସାମରେ। ସେ ଏଠାରେ ଆଶାଙ୍କ ସହ ଲିଭ ଇନରେ ରହୁଥିଲେ।

Advertisment

ପ୍ରାୟ ଦେଢ଼ ବର୍ଷ ତଳେ ଆଶା ଓ ତାଙ୍କ ଠାରୁ ବୟସରେ ସାନ ମହମ୍ମଦଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଉଭୟ ଦକ୍ଷିଣ ବେଙ୍ଗାଲୁରୁର ହୁଲିମାଭୁରେ ଗୋଟିଏ ଘର ଭଡ଼ା ନେଇ ଏକାଠି ରହିବା ଆରମ୍ଭ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉଭୟ ଆଶା ଓ ମହମ୍ମଦ ଅନ୍ୟତ୍ର ବିବାହ କରିଥିଲେ। ସେମାନଙ୍କର ମଧ୍ୟ ୨ ଜଣ ଲେଖାଏ ପିଲା ରହିଛନ୍ତି। ତଥାପି ସେମାନେ ଘର ଭଡ଼ା ନେବା ବେଳେ ପରସ୍ପରକୁ ସ୍ୱାମୀ ସ୍ତ୍ରୀ ଭାବେ ପରିଚୟ ଦେଇ ସେଠାରେ ଏକାଠି ରହୁଥିଲେ।

ଆଶା ବାହା ହୋଇଥିଲେ ହେଁ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇ ଯାଇଛି। ସେ ନିଜର ଦୁଇ ପିଲାଙ୍କୁ ଛାଡ଼ି ବେଙ୍ଗାଲୁରୁରେ ଗୋଟିଏ ଅର୍ବାନ କମ୍ପାନୀରେ କାମ କରୁଥିଲେ ଓ ଲୋକଙ୍କୁ ହାଉସ କିପିଂ ସେବା ଯୋଗାଇ ଦେଉଥିଲେ। ମହମ୍ମଦ ମଧ୍ୟ ବିବାହିତ ଥିଲେ। କିନ୍ତୁ ତାଙ୍କ ପତ୍ନୀ ଓ ଦୁଇ ପିଲା ଆସାମରେ ରୁହନ୍ତି। ବେଙ୍ଗାଲୁରୁରେ ମହମ୍ମଦ କାମ କରନ୍ତି।

ଡିସିପି(ଦକ୍ଷିଣ) ଲୋକେଶ ବି ଜାଗାଲାସର କହିଛନ୍ତି, ଦେଢ଼ ବର୍ଷ ହେଲା ଲିଭ ଇନରେ ରହୁଥିବା ଆଶା ଓ ମହମ୍ମଦଙ୍କ ମଧ୍ୟରେ ରବିବାର କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଉଭୟ ରବିବାର ରାତି ୯.୩୦ ଯାଏ ଘର ଭିତରେ ରହିଥିଲେ ବୋଲି ଜଣାପଡ଼ିଛି। ଏହାପରେ ଅର୍ଥାତ ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ହାତାହାତି ସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ରାଗି ଯାଇ ମହମ୍ମଦ ନିଜର ଲିଭ ଇନ ପାର୍ଟନରଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ।

ଆଶାଙ୍କୁ ମାରିବା ପରେ ମୃତଦେହକୁ ଗୋଟିଏ ଅଖାରେ ଭର୍ତ୍ତି କରିଥିଲେ। ଏହାକୁ ବାଇକ ଯୋଗେ ନେଇ ଅଳିଆ ବୁହା ଟ୍ରକରେ ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ମହମ୍ମଦଙ୍କ ଏସବୁ କାରନାମା ସିସିଟିଭରେ କଏଦ ହୋଇଥିଲା। ଏହାକୁ ଆଧାର କରି ପୁଲିସ ମହମ୍ମଦଙ୍କୁ ଗିରଫ କରିଛି ବୋଲି ଲୋକେଶ କହିଛନ୍ତି। 

Crime Bengaluru Live In Relation Live In Partner
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe