Advertisment

ଛୁଆ ବେକରେ ଛୁରୀ ଲଗାଇ ମା’କୁ ଗଣବଳାତ୍କାର

ନିଜ ଛୁଆ ସମ୍ମୁଖରେ ଗଣବଳାତ୍କାରର ଶିକାର ହେଲେ ମହିଳା। ଦୁର୍ବୃତ୍ତମାନେ ଛୁଆ ବେକରେ ଛୁରୀ ଲଗାଇ ମା’କୁ କଲେ ଗଣବଳାତ୍କାର।

author-image
Niharika Rout
undefined

Rape Victim

ନିଜ ଛୁଆ ସମ୍ମୁଖରେ ଗଣବଳାତ୍କାରର ଶିକାର ହେଲେ ମହିଳା। ଦୁର୍ବୃତ୍ତମାନେ ଛୁଆ ବେକରେ ଛୁରୀ ଲଗାଇ ମା’କୁ କଲେ ଗଣବଳାତ୍କାର। ଏପରି ଏକ ସାଂଘାତିକ ଘଟଣା ରାଜସ୍ଥାନର ଡୁଙ୍ଗରପୁର ଅଞ୍ଚଳରେ ଘଟିଛି।

Advertisment

ମହିଳାଜଣକ ନିଜ ସ୍ୱାମୀ ଓ ଦେଢ ବର୍ଷର ଝିଅ ସହ ଏକ ଆପାର୍ଟମେଣ୍ଟର ଗାର୍ଡ ରୁମ୍‌ରେ ରହୁଥିଲେ। ଗତ ବୁଧବାର ରାତିରେ ସ୍ୱାମୀଙ୍କ ଅନୁପସ୍ଥିତିରେ ଦୁଇ ଯୁବକ ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ। ସେମାନେ ଜୋରଜବରଦସ୍ତି ଭାବେ ମହିଳାଙ୍କ ରୁମ୍‌ରେ ପଶିଥିଲେ।

ଏହାପରେ ଛୁଆ ବେକରେ ଛୁରୀ ଲଗାଇ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ପାଟି ଫିଟାଇଲେ ବା ଚିତ୍କାର କଲେ ଛୁଆକୁ ଛୁରୀ ଭୁଷିଦେବେ ବୋଲି ଧମକ ଦେଇଥିଲେ।

Advertisment

ଗଣବଳାତ୍କାର କରିବା ପରେ ଅଭିଯୁକ୍ତଦ୍ୱୟ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏନେଇ ମହିଳାଜଣକ ନିଜ ସ୍ୱାମୀଙ୍କୁ ଜଣାଇବା ପରେ ଉଭୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରିବା ସହ ଅଭିଯୁକ୍ତଙ୍କୁ ଖୋଜିବାକୁ ଚେଷ୍ଟା କରୁଛି।

Rajasthan Gang Rape