court
ମୃତ୍ୟୁର ୧୨ ବର୍ଷ ପରେ ନ୍ୟାୟ ପାଇଲେ ପରିବାର ଲୋକେ। ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ଜଣେ ୧୫ ବର୍ଷର ବାଳକର ମୃତ୍ୟୁରେ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍ ସେବା ପ୍ରଦାନ କରିଥିବା ଥିବା କମ୍ପାନୀର ଅବହେଳାକୁ ଦାୟୀ କରି କୋର୍ଟ ଏହି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ଏକ କୋର୍ଟ ପିଲା ମୃତ୍ୟୁର ଅବହେଳା ପାଇଁ ବିଏସଏସ ଯମୁନା ପାୱାର ଲିମିଟେଡକୁ ଦାୟୀ କରିଛନ୍ତି। ନାବାଳକର ମାମାୟାଦେବୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୦ ସେପ୍ଯେମ୍ବର ୧୧ରେ ମେନ୍ ଲୋନି ରୋଡ଼ର ଜବାହର ନଗରରେ ଏକ ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ପରେ ତାଙ୍କ ପୁଅର ମୃତ୍ୟୁ ଘଟିଥିଲା। ଏଥିପାଇଁ ବିଏସଏସ ଯମୁନା ପାୱାର ଲିମିଟେଡକୁ ଅଭିଯୁକ୍ତ ଦର୍ଶାଇ କ୍ଷତିପୂରଣ ଦାବି କରିଥିଲେ ମାୟାଦେବୀ।
ତେବେ ବିଏସଏସ ଯମୁନା ପାୱାର ଲିମିଟେଡ ଘଟଣା ସମୟର ବିଦ୍ୟୁତ୍ ନଥିବା କୋର୍ଟରେ ଜବାବ ଦାଖଲ କରିଥିଲା। କିନ୍ତୁ ଶବବ୍ୟବଚ୍ଛେଦ ରିପୋର୍ଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଥଇଲା। ଏଥିପାଇ ମାୟାଦେବୀ ବିଏସ୍ଏସ୍ ଯମୁନା ଏବଂ ରିଲାଏନ୍ସ ଜେନେରାଲ୍ ଇନସୁରାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିପୂରଣ ଦାବି କରିଥିଲେ।
ତେବେ ମାରାତ୍ମକ ଦୁର୍ଘଟଣା ଅଧିନିୟମ ଅନୁଯାୟୀ ବିଦ୍ୟୁତ୍ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଛନ୍ତି କୋର୍ଟ। ଏହି ୫ ଲକ୍ଷ ଭିତରେ ମାୟାଦାବୀ କରିଥିବା କେସ୍ ଜନିତ ଖର୍ଚ୍ଚ ମଧ୍ୟ ରହିଛି। ସୂଚନା ଅନୁଯାୟୀ ବିଏସଏସ ଯମୁନା ପାୱାର ଲିମିଟେଡ ରିଲାଏନ୍ସ ଜେନେରାଲ୍ ଇନସୁରାନ୍ସ କମ୍ପାନୀ ନିକଟରେ ଇନ୍ସୁରାନ୍ସ କରିଛନ୍ତି। ତେଣୁ ସମ୍ପୃକ୍ତ ଇନ୍ସୁରାନ୍ସ କମ୍ପାନୀ କ୍ଷତିପୂରଣ ଦେବାକୁ ଅତିରିକ୍ତ ଜିଲ୍ଲା ଜଜ୍ କିଶୋର କୁମାର ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/court_1674745116.jpg)