Advertisment

ମୁଁ ତୁମ ସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ: ଏତିକି ଶୁଣି ଟଳି ପଡ଼ିଲେ ମହିଳା

ରିତାଙ୍କ ପାଖକୁ ତାଙ୍କ ସ୍ୱାମୀଙ୍କ ମୋବାଇଲ ନମ୍ବରରୁ ଫୋନ କଲ ଆସିଥିଲା। ଏହି ଫୋନ କଲ ଜଣେ ମହିଳା କରିଥିଲେ। ମହିଳା ଜଣଙ୍କ ନିଜକୁ ରିତାଙ୍କ ସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ବୋଲି ପରିଚୟ ଦେଇଥିଲେ।

author-image
Hemant Lenka
Rita

Rita

ଜଣେ ୨୫ ବର୍ଷୀୟ ମହିଳାଙ୍କ ପାଖରୁ ସ୍ୱାମୀଙ୍କ ନମ୍ବରରୁ କଲ ଆସିଥିଲା। କଲ ଜଣେ ମହିଳା କରିଥିଲେ। ସେ ନିଜକୁ ୨୫ ବର୍ଷୀୟ ମହିଳାଙ୍କ ସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ବୋଲି ଦାବି କରିଥିଲେ। ବାସ୍‌ ଏତିକି କଥା ଶୁଣି ୨୫ ବର୍ଷୀୟ ମହିଳା ଜଣଙ୍କ ଟଳି ପଡ଼ିଛନ୍ତି। ମୃତକ ଜଣଙ୍କ ହେଲେ ୨୫ ବର୍ଷୀୟ ରିତା। ତାଙ୍କ ଘର ଉତ୍ତର ପ୍ରଦେଶର ଜଲାଲପୁରରେ। କିନ୍ତୁ ସେ ଦିଲ୍ଲୀରେ ନିଜ ଭାଇ ଓ ମା’ଙ୍କ ସହ ରହୁଥିଲା ବେଳେ ଏପରି ଘଟଣା ଘଟିଛି। 

Advertisment

ମଙ୍ଗଳବାର ରିତାଙ୍କ ପାଖକୁ ତାଙ୍କ ସ୍ୱାମୀଙ୍କ ମୋବାଇଲ ନମ୍ବରରୁ ଫୋନ କଲ ଆସିଥିଲା। ଏହି ଫୋନ କଲ ଜଣେ ମହିଳା କରିଥିଲେ। ମହିଳା ଜଣଙ୍କ ନିଜକୁ ରିତାଙ୍କ ସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ବୋଲି ପରିଚୟ ଦେଇଥିଲେ। ଏପରି ଏକ ଅପ୍ରତ୍ୟାଶିତ କଥା ଶୁଣି ରିତା ପୂରା ସ୍ତବ୍ଧ ହୋଇ ଯାଇଥିଲେ। ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲା। କଲକୁ ସେ କାଟି ଦେଇ ତୁରନ୍ତ ମା’ ଓ ଭାଇଙ୍କୁ ଧରି ଦିଲ୍ଲୀ ଛାଡ଼ିଥିଲେ। ସେ ବସ୍‌ରେ ବସିବା ସହ ଉତ୍ତର ପ୍ରଦେଶର ହର୍ଦୋଇରେ ଥିବା ନିଜ ଘରକୁ ବାହାରି ଯାଇଥିଲେ।

ବସରେ ଯାତ୍ରା କରିବା ବେଳେ ସେ ଅସହଜ ଅନୁଭବ କରିଥିଲେ ଓ ମା’ଙ୍କ କୋଳରେ ମୁଣ୍ଡ ରଖି କେବଳ କାନ୍ଦିବାକୁ ଲାଗିଥିଲେ। କିଛି ସମୟ ପରେ ହଠାତ୍‌ ସେ ଅଚେତ ହୋଇଯାଇଥିଲେ। ମାନସିକ ଅବସାଦରୁ ସେ ଚେତା ହରାଇଥିବା ଅନୁମାନ କରାଯାଇଥିଲା। କିନ୍ତୁ ବସ୍‌ ଭିତରେ ହିଁ ତାଙ୍କ ଜୀବନ ଚାଲି ଯାଇଥିବା ସ୍ପଷ୍ଟ ହୋଇଥିଲା।

Advertisment

ଅତରୌଲି ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଧିକୁନ୍ନି ଗାଁରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପ୍ରାୟ ଅଢ଼େଇ ବର୍ଷ ତଳେ ରିତା ସୀତାପୁର ଜିଲ୍ଲା ବାନିୟା ମାଉ ଗାଁର ଶୈଳନ୍ଦରଙ୍କୁ ବିବାହ କରିଥିଲେ। ବାହାଘରର କିଛି ଦିନ ପରେ ରିତା ଟିବିରେ ଆକ୍ରାନ୍ତ ହେବାରୁ ଚିକିତ୍ସା ପାଇଁ ବାପ ଘରକୁ ଚାଲି ଆସିଥିଲେ।

ସୁସ୍ଥ ହେବା ପରେ ସେ ପୁଣି ଶାଶୁ ଘରକୁ ଫେରିଥିଲେ। ମେ’ ମାସରେ ବାପାଙ୍କ ଦେହାନ୍ତ ଯୋଗୁ ସେ ନିଜ ଜନ୍ମ ମାଟି ଜଲାଲପୁର ସ୍ଥିତ ଗାଁକୁ ଆସିଥିଲେ। ଏଠାରେ ରହିବା ସମୟରେ ସ୍ୱାମୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏଥିଯୋଗୁ ରିତା ନିଜ ମା’ ଓ ଭାଇଙ୍କୁ ଧରି ଦିଲ୍ଲୀ ଚାଲି ଆସିଥିଲେ। ଦିଲ୍ଲୀରେ ରହିବା ସମୟରେ ତାଙ୍କୁ ଏପରି ଅପ୍ରତ୍ୟାଶିତ କଲ ମିଳିଥିଲା।

ରିତାଙ୍କ ଅଚାନକ ମୃତ୍ୟୁ ପରେ ତାଙ୍କ ଭାଇ ଏନେଇ ଅତରୌଲି ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏବେ ମୃତଦେହର ବ୍ୟବଚ୍ଛେଦ କରି ଘଟଣାର ଅଧିକ ତଦନ୍ତ କରୁଛି।

Uttar Pradesh rita