ବିହାରର କିଶାନଗଞ୍ଜରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା। ଜଣେ ମହିଳା ଏକା ସାଙ୍ଗରେ ପାଞ୍ଚଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ସବୁଠୁ ବଡ଼ କଥା ହେଉଛି କି ମାଆ ସମେତ ସମସ୍ତ ଶିଶୁ ମଧ୍ୟ ସୁସ୍ଥ ଅଛନ୍ତି।
ସୂଚନାନୁସାରେ, ପାଞ୍ଚ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳା ହେଉଛନ୍ତି ୨୭ ବର୍ଷୀୟ ତାହେରା ବେଗମ୍। ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଇସଲାମପୁରର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲେ। ସେଠାରେ ସେ ଏକା ସାଙ୍ଗରେ ପାଞ୍ଚଟି ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି।
Also Read
ଗୋଟିଏ ପରେ ଗୋଟିଏ ପିଲା ଜନ୍ମ ହେଉଥିବା ଦେଖି ଡାକ୍ତର ଏବଂ ନର୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଡାକ୍ତରଙ୍କ କହିବାନୁସାରେ, ସମସ୍ତ ପାଞ୍ଚ ଶିଶୁ ଝିଅଅ ଏବଂ ସେମାନେ ସମସ୍ତେ ସୁସ୍ଥ ଅଛନ୍ତି। ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଠିକ୍ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବ୍ରିଟେନରେ ପ୍ରେମିକାକୁ ମାରିଲେ, ଏବେ ଭାରତରେ କାଟିବେ ସଜା
୨୦୨୦ ମସିହାରେ ବ୍ରିଟେନରେ ନିଜ ପ୍ରେମିକାକୁ ହତ୍ୟା ମାମଲାରେ ଦୋଷୀ ପ୍ରେମିକକୁ ଭାରତକୁ ପ୍ରତ୍ୟାର୍ପଣ କରିଛି ବ୍ରିଟେନ୍ । ଏବେ ସୁରତର ଲାଜପୁର ସେଣ୍ଟ୍ରାଲ ଜେଲରେ ଅବଶିଷ୍ଟ ସଜା କାଟିବ ଅଭିଯୁକ୍ତ ।
National
ଏନ୍କାଉଣ୍ଟର, ଟଳିଲେ ୫ ଆତଙ୍କବାଦୀ
ସେହିପରି ଆତଙ୍କୀଙ୍କ ଗୁଳିମାଡ଼ରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
National
ବୋଟ୍ରେ ନଥିଲା ଲାଇଫ୍ ଜ୍ୟାକେଟ୍, ନେଭି ଡ୍ରାଇଭର୍ଙ୍କ ବିରୋଧରେ FIR
ମୁମ୍ବାଇ ଗେଟ୍ଓ୍ୱେ ଅଫ୍ ଇଣ୍ଡିଆ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଫେରିବୋଟ୍କୁ ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି।
National
କାର୍କୁ ପିଟିଲା ଟ୍ରକ୍; ୫ ମୃତ, ୫ ଗୁରୁତର
ଏକ ଟ୍ରକ୍ କାର୍କୁ ପିଟିବାରୁ ଘଟଣାସ୍ଥଳରେ ଏକ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।