Advertisment

ଏକା ସାଙ୍ଗରେ ପାଞ୍ଚ ଶିଶୁଙ୍କୁ ଜନ୍ମ ଦେଲେ ଜଣେ ମହିଳା

ସମସ୍ତ ଶିଶୁ ଓ ମାଆ ସୁସ୍ଥ ଥିବା ଡାକ୍ତରଙ୍କ ସୂଚନା।

New Born Baby

New Born Baby

Advertisment

ବିହାରର କିଶାନଗଞ୍ଜରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା। ଜଣେ ମହିଳା ଏକା ସାଙ୍ଗରେ ପାଞ୍ଚଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ସବୁଠୁ ବଡ଼ କଥା ହେଉଛି କି ମାଆ ସମେତ ସମସ୍ତ ଶିଶୁ ମଧ୍ୟ ସୁସ୍ଥ ଅଛନ୍ତି।

Advertisment

ସୂଚନାନୁସାରେ, ପାଞ୍ଚ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳା ହେଉଛନ୍ତି ୨୭ ବର୍ଷୀୟ ତାହେରା ବେଗମ୍। ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଇସଲାମପୁରର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲେ। ସେଠାରେ ସେ ଏକା ସାଙ୍ଗରେ ପାଞ୍ଚଟି ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି।

ଗୋଟିଏ ପରେ ଗୋଟିଏ ପିଲା ଜନ୍ମ ହେଉଥିବା ଦେଖି ଡାକ୍ତର ଏବଂ ନର୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଡାକ୍ତରଙ୍କ କହିବାନୁସାରେ, ସମସ୍ତ ପାଞ୍ଚ ଶିଶୁ ଝିଅଅ ଏବଂ ସେମାନେ ସମସ୍ତେ ସୁସ୍ଥ ଅଛନ୍ତି। ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଠିକ୍ ରହିଛି। 

Birth News Bihar Baby
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe