Advertisment

ଘରେ ପଶି ମହିଳା ସରକାରୀ କର୍ମଚାରୀଙ୍କୁ ଛୁରୀ ଭୁସି ହତ୍ୟା

କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ସେ ନେଇ କିଛି ପ୍ରମାଣ ମିଳି ନଥିବା ବେଳେ ପ୍ରତିମାଙ୍କ ପରିଚିତ ଥିବା ଲୋକମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କଥା ପୁଲିସ ସନ୍ଦେହ କରୁଛି।

ଅଦ୍ୟତନ ହୋଇଛି
Woman government employee

Woman government employee

Advertisment

ଘରେ ପଶି ଅତି ନିର୍ମମ ଭାବେ ମହିଳା ସରକାରୀ କର୍ମଚାରୀଙ୍କୁ ଛୁରୀ ଭୁସି ହତ୍ୟା କଲେ ଦୁର୍ବୃତ୍ତ। କର୍ଣ୍ଣାଟକର ବେଙ୍ଗାଲୁରୁରେ ଘଟିଛି ଏଭଳି କିଛି ହତ୍ୟାକାଣ୍ଡ।

Advertisment

ପ୍ରତିମା। ତାଙ୍କ ବୟସ ୩୭ ବର୍ଷ। ସେ କର୍ଣ୍ଣାଟକର ଖଣି ଏବଂ ଭୂବିଜ୍ଞାନ ବିଭାଗର ଡେପୁଟି ଡାଇରେକ୍ଟର ଭାବେ କାମ କରନ୍ତି। ତେବେ ଶନିବାର ରାତିରେ ତାଙ୍କୁ କେହି ଜଣେ ଦୁର୍ବୃତ୍ତ ଘରେ ପଶି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୁଲିସ ସୂଚନା ମୁତାବକ, ସ୍ୱାମୀ ପୌତୃକ ଗାଁ ତୀର୍ଥହାଲ୍ଲି ଯାଇଥିବା ବେଳେ ସେ ଘରେ ଏକା ଥିଲେ। ଶନିବାର ପ୍ରାୟ ରାତି ୮ଟା ବେଳେ ଡ୍ରାଇଭର ପ୍ରତିମାଙ୍କୁ ତାଙ୍କ ଘରେ ଛାଡ଼ି ଯାଇଥିଲା। ରାତିରେ ପ୍ରତିମାଙ୍କ ଭାଇ ଫୋନ୍‌ କରିଥିଲେ। କିନ୍ତୁ, ‌ପ୍ରତିମା ଫୋନ୍‌ ଉଠାଇ ନଥିଲେ। କ’ଣ ବୋଲି ସକାଳେ ଭାଇ ଆସି ଦେଖିଲା ବେଳକୁ ସେ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ମରି ଯାଇଛନ୍ତି। କେହି ଜଣେ ଦୁର୍ବୃତ୍ତ ବଳ ପୂର୍ବକ ତାଙ୍କ ଘରେ ପଶି ତାଙ୍କୁ ଛୁରା ମାଡ କରିଛନ୍ତି। ଏଥିରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ପୁଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ତାଙ୍କୁ କେଉଁ କାରଣରୁ ହତ୍ୟା କରାଯାଇଛି ସେ ନେଇ କିଛି ପ୍ରମାଣ ମିଳି ନଥିବା ବେଳେ ପ୍ରତିମାଙ୍କ ସହିତ ପରିଚିତ ଥିବା ଲୋକମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କଥା ପୁଲିସ ସନ୍ଦେହ କରୁଛି। ଆକ୍ରମଣକାରୀଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି।

ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଏହି ହତ୍ୟାକାଣ୍ଡର କଡା ତଦନ୍ତ କରାଯିବ ବୋଲି କହିଛନ୍ତି। ଏଥିସହ ଏହି ହତ୍ୟାକାଣ୍ଡ ପଛରେ ଯେଉଁମାନେ ଦାୟୀ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। 

Murder Bengaluru Government Employee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe