Advertisment

ଦୁଇ ସନ୍ତାନଙ୍କ ସହ ଝୁଲିପଡ଼ିଲା ମା

ଘର ଚଳିବା ପାଇଁ ପଇସାପତ୍ର ଦେଉନଥିବାରୁ ଦୁଇ ପିଲାଙ୍କୁ ନେଇ ବଞ୍ଚିବା ମୁସ୍କିଲ ହୋଇ ପଡ଼ିଥିଲା। ତେବେ ଶେଷରେ ମହିଳା ଜଣକ ଅସହାୟ ହୋଇ ଶେଷ ରାସ୍ତା ବାଛି ନେଇଥିଲେ।

author-image
Tapas Behera
suicide

suicide

ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ସନ୍ତାନଙ୍କ ସହ ଜଣେ ମା ଆତ୍ମହତ୍ୟା କରିଛନ୍ତି। ଦୁଇ ଛୁଆଙ୍କ ବେକରେ ରସି ବାନ୍ଧି ନିଜକୁ ବାନ୍ଧି ଝୁଲି ପଡ଼ିଥିଲେ। ତେବେ ଦୁଇ ପିଲାଙ୍କ ମଧ୍ୟରୁ ସୌଭାଗ୍ୟବସତଃ ଜଣେ ବଞ୍ଚିଯାଇଛି।  ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ଶାନ୍ତି ଦେବୀ(୨୮)। ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଯାଇଛି। 

Advertisment

ଏ ସମ୍ପର୍କରେ  ମଣ୍ଟୁ ପୁଲିସ ଷ୍ଟେସନ ଅଧିକାରୀ କମଲେଶ କୁମାର ସୂଚନା ଦେଇଛନ୍ତି।  ଦୁଇ ପୁଅଙ୍କ ସହ ମହିଳା ଜଣକ ଝୁଲୁଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକେ ଖବର ପାଇଁ ୩ ଜଣଙ୍କୁ ଉଦ୍ଧାର କରିଥିଲେ।

ତେବେ ସେମାନଙ୍କ ମଧ୍ୟରୁ ଜଣେ ଛୋଟ ପୁଅଟି ବଞ୍ଚିଯାଇଛି। ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ କହିବା ଅନୁଯାୟୀ ମହିଳା  ଜଣକର ସ୍ୱାମୀ ଗତ ବର୍ଷ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଏହାକୁ ନେଇ ପରିବାର ମଧ୍ୟରେ ଅନେକ ସମୟରେ କଳହ ଉପୁଜୁଥିଲା। ଦ୍ୱିତୀୟ ବିବାହ କରିଥିବା ସ୍ୱାମୀ ଜଣକ ତାଙ୍କ ପ୍ରଥମ ପତ୍ନୀଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ।

Advertisment

ଘର ଚଳିବା ପାଇଁ ପଇସାପତ୍ର ଦେଉନଥିବାରୁ ଦୁଇ ପିଲାଙ୍କୁ ନେଇ ବଞ୍ଚିବା ମୁସ୍କିଲ ହୋଇ ପଡ଼ିଥିଲା। ତେବେ ଶେଷରେ ମହିଳା ଜଣକ ଅସହାୟ ହୋଇ ଶେଷ ରାସ୍ତା ବାଛି ନେଇଥିଲେ। ଆଉ ସାଙ୍ଗରେ ଦୁଇ ପିଲାଙ୍କୁ ନେବା ପାଇଁ ଚରମ ନିଷ୍ପତ୍ତି ନେଇଥିଲେ। ଶୁକ୍ରବାର ତାଙ୍କ ସ୍ୱାମୀ ନଥିଲା ବେଳେ ଦୁଇ  ଛୋଟ ପିଲାଙ୍କୁ ବାନ୍ଧି ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ସୌଭାଗ୍ୟବସତଃ ଜଣେ ପିଲା ବଞ୍ଚିଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Crime