Advertisment

୮ ବର୍ଷ ତଳେ ଭାଇକୁ ଖଣ୍ଡଖଣ୍ଡ କରି ଦେଇଥିବା ଭଉଣୀ ଲିଭ ଇନ୍‌ ପାର୍ଟନର ସହ ଧରାପଡ଼ିଲା

ପୁଲିସ୍‌ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଭାଗ୍ୟଶ୍ରୀ ଓ ତାଙ୍କ ଲିଭ ଇନ ପାର୍ଟନର ଶିବୁପତ୍ରା।

Karnataka

Karnataka

Advertisment

ଦୀର୍ଘ ୮ ବର୍ଷ ତଳେ କର୍ଣ୍ଣାଟକାର ଜିଗାନୀର ଲୋକମାନେ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶରୀର ଅଂଶ ଦେଖି ପୂରା ସ୍ତବ୍ଧ ହୋଇଯାଇଛି। ଏହି ଖଣ୍ଡବିଖଣ୍ଡିତ ଶରୀରର ଅଂଶଗୁଡ଼ିକ ୩ଟି ବ୍ୟାଗରେ ଭର୍ତ୍ତି ହୋଇ ରହିଥିଲା। ଗୋଟିଏ ହ୍ରଦ ସହ ଆଖପାଖ ଅଞ୍ଚଳରେ ଏହା ମିଳିଥିଲା। ତେବେ ଉକ୍ତ ଯୁବକଙ୍କ ମୁଣ୍ଡ ସେତେବଳେ ପୁଲିସ୍‌ ପାଇ ନଥିଲା। ଘଟଣାକୁ ୮ ବର୍ଷ ବିତି ଯାଇଥିଲେ ମଧ୍ୟ ପୁଲିସ୍‌ ହାର ମାନି ନଥିଲା। ଶେଷରେ ଏହି ହତ୍ୟା ରହସ୍ୟ ଉପରୁ ପରଦା ହଟାଇବାକୁ ସକ୍ଷମ ହୋଇଛି।

Advertisment

ପୁଲିସ୍‌ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଭାଗ୍ୟଶ୍ରୀ ଓ ତାଙ୍କ ଲିଭ ଇନ ପାର୍ଟନର ଶିବୁପତ୍ରା। ୮ ବର୍ଷ ତଳେ ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଲିଙ୍ଗାରାଜୁ। ତାଙ୍କୁ ସେତେବେଳେ ତାଙ୍କ ଭଉଣୀ ଭାଗ୍ୟଶ୍ରୀ ହିଁ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ୩ଟି ବ୍ୟାଗରେ ଭର୍ତ୍ତି କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ। ତାଙ୍କୁ ଏଥିରେ ଶିବୁପତ୍ରା ସହଯୋଗ କରିଥିଲେ।

ପୁଲିସ କହିଛି ଭାଗ୍ୟଶ୍ରୀ ଓ ଶିବୁପତ୍ରା ବିଜୟାପୁରାରେ କଲେଜରେ ପାଠପଢ଼ୁଥିଲେ। ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହାପରେ ସେମାନେ ପ୍ରେମରେ ପଡ଼ିଥିଲେ। କିନ୍ତୁ ପରିବାର ଲୋକ ସେମାନଙ୍କ ସମ୍ପର୍କକୁ ସ୍ୱୀକୃତି କାଳେ ଦେବେ ନାହିଁ, ସେଭୟ ସେମାନଙ୍କୁ ଘାରୁଥିଲା। ଶେଷରେ ସେମାନେ ୨୦୧୫ରେ ବେଙ୍ଗାଲୁରୁ ଚାଲି ଯାଇଥିଲେ। ଏଥିସହ ଗୋଟିଏ ଭଡ଼ା ଘର ନେଇ ଏକାଠି ରହିବା ଆରମ୍ଭ କରିଥିଲେ। ଜିଗାନୀ ଠାରେ ସେମାନଙ୍କର ଭଡ଼ା ଘର ରହିଥିଲା।

Advertisment

ତେବେ ଭାଗ୍ୟଶ୍ରୀଙ୍କ ଭାଇ ଲିଙ୍ଗାରାଜୁ ଭଡ଼ା ଘରେ ପହଞ୍ଚିବା ସହ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ବିଷୟରେ ଜାଣି ଦେଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଭାଗ୍ୟଶ୍ରୀ ଓ ଶିବପୁତ୍ରା ମିଳିତ ଭାବେ ଲିଙ୍ଗାରାଜୁଙ୍କୁ ମାରି ଦେଇଥିଲେ। ତାଙ୍କୁ ମାରିବା ପରେ ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ୩ଟି ବ୍ୟାଗରେ ଭର୍ତ୍ତି କରିଥିଲେ।

ଏହି ୩ଟି ବ୍ୟାଗକୁ କାନ୍ଧରେ ପକାଇ ସେମାନେ ଉକ୍ତ ଅଞ୍ଚଳରୁ ଚାଲି ଯାଇଥିଲେ। ପ୍ରଥମେ ଗୋଟିଏ ବ୍ୟାଗକୁ ନିକଟସ୍ଥ ମାଂସ ଦୋକାନ ନିକଟରେ ଫିଙ୍ଗିଥିଲେ। ତା’ ଠାରୁ କିଛି ଦୂରତାରେ ଆଉ ଗୋଟିଏ ବ୍ୟାଗକୁ ରଖି ଦେଇଥିଲେ। ୩ନଂ ବ୍ୟାଗକୁ ଗୋଟିଏ ହ୍ରଦ ନିକଟରେ ଫିଙ୍ଗି ଫେରାର ହୋଇଯାଇଥିଲେ। କିନ୍ତୁ ଲିଙ୍ଗାରାଜୁଙ୍କ ମୁଣ୍ଡକୁ ସେମାନେ କ’ଣ କରିଥିଲେ, ସେକଥା ଏଯାଏ ଜଣାପଡ଼ିନି।

ଘଟଣାକୁ ୮ ବର୍ଷ ବିତି ଯାଇଥିବା ବେଳେ ଭାଗ୍ୟଶ୍ରୀ ଓ ଶିବପୁତ୍ରା କର୍ଣ୍ଣାଟକା ଛାଡ଼ି ଦେଇଥିଲେ। ସେମାନେ ମହାରାଷ୍ଟ୍ରର ନାଶିକରେ ନିଜର ପରିଚୟ ବଦଳାଇ ରହିବା ଆରମ୍ଭ କରିଥିଲେ। ଏବେ ପୁଲିସ୍‌ ସେମାନଙ୍କ ସମ୍ପର୍କରେ ଖବର ପାଇ ଉଭୟଙ୍କୁ ଗିରଫ କରି ବେଙ୍ଗାଲୁରୁ ଆଣିଛି।

Live In Relation Brother And Sister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe