Advertisment

ନିଜ ସ୍ୱାମୀଙ୍କୁ ସୁପାରି ଲଗାଇ ହତ୍ୟା କଲା ସ୍ତ୍ରୀ

ସୁପାରି ନେଇ ଏକ ଦମ୍ପତ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିବା ପରେ ଫୋପାଡ଼ି ଦେଇଥିଲେ।

undefined

Murder

Advertisment

ନିଜ ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରି ଦେଲା ସ୍ତ୍ରୀ। ସୁପାରି ନେଇ ଏକ ଦମ୍ପତ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିବା ପରେ ଫୋପାଡ଼ି ଦେଇଥିଲେ। ପୁଲିସ ଏକ ନାଳରୁ ଅତି ଗଳିତ ଅବସ୍ଥାରେ ଶବ ଉଦ୍ଧାର କରିଛି। ଘଟଣାଟି ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଘଟିଛି। ସ୍ୱାମୀଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିବା ମହିଳା ଜଣକ ହେଉଛନ୍ତି ମୁମ୍ବାଇର। ତାଙ୍କୁ ୩୫ ବର୍ଷ। ପୁଲିସ ମହିଳାଙ୍କ ସ୍ୱାମୀ ଓ ସମ୍ପୃକ୍ତ ଦମ୍ପତିକୁ ଗିରଫ କରିଛି। ପୁଲିସ କହିବା ଅନୁଯାୟୀ, ମୃତ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦରୁ ଅନେକ ସମୟରେ କଳହ ଉପୁଜେ। ନିଜ ସ୍ୱାମୀଠାରୁ ସ୍ତ୍ରୀ ମୁକ୍ତି ଚାହୁଁଥିଲେ। ଏଥିପାଇଁ ସେ ତାଙ୍କ ସ୍ୱାମୀଙ୍କୁ ନିଜ ବାଟରୁ ଶେଷ କାରିବା ପାଇଁ ଯୋଜନା କରିଥିଲେ। ଚକ୍ରାନ୍ତ ମୁତାବକ ମହିଳା ଜଣକ ଏକ ଦମ୍ପତ୍ତିଙ୍କୁ ସୁପାରି କିଲର ଭାବେ ଠିକ୍ କରିଥିଲେ। ତାଙ୍କୁ ଲକ୍ଷେ ଟଙ୍କା ଦେବା ପାଇଁ ଚୁକ୍ତି ହୋଇଥିଲା। ପ୍ରଥମେ ସେ ୨୦,୦୦୦ ଟଙ୍କା ଆଡଭାନ୍ସ ନେଇଥିଲେ। ଏହି ଦମ୍ପତିଙ୍କ ମଧ୍ୟରୁ ସ୍ୱାମୀଙ୍କ ବୟସ ୪୦ ହୋଇ ଥିଲା ବେଳେ ସ୍ତ୍ରୀର ବୟସ ୨୮ ବର୍ଷ। ଅଭିଯୁକ୍ତମାନେ ମୁମ୍ବାଇର ଉପାନ୍ତ ଗୋରେଗାଓଁର ବାସିନ୍ଦା। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଶ୍ରମିକ ଶ୍ରେଣୀର। ହତ୍ୟାକାରୀ ଦମ୍ପତି ମଧ୍ୟ ଶ୍ରମିକ ଶ୍ରେଣୀର।

Advertisment

ଗତ ଜାନୁଆରୀ ୨୭ରେ ପାଲଘର ଜିଲ୍ଲାର ନାଇଗାଓଁ ନିକଟସ୍ଥ ଖାଲରୁ ଏହି ମୃତ ଦେହ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ଉକ୍ତ ବ୍ୟକ୍ତିଙ୍କ ବେକ ଓ ମୁଣ୍ଡରେ ତୀକ୍ଷ୍ଣ ଅସ୍ତ୍ରରେ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଛି। ପ୍ରଥମେ ପୁଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିଲା। ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କ ସନ୍ଧାନ ପାଇଥିଲା। ହତ୍ୟା ପରେ ଏମାନେ ଗୁଜୁରାଟର ଭାପି ଖସିଯାଇଥିଲେ। ପୁଲିସ ସେମାନଙ୍କୁ ଟ୍ରାକ୍ କରି ଗୁଜରାଟରର ଭାପିରୁ ଗିରଫ କରିଥିଲା। ପଚରାଉଚରା ବେଳେ ଏହି ଦମ୍ପତି ପୋଲିସ ଆଗରେ ସବୁ କଥା ମାନିଥିଲେ।

Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe