ଏଚଆଇଭି
ଭୟଙ୍କର ଢଙ୍ଗରେ ପ୍ରତିଶୋଧ ନେଇଛନ୍ତି ଜଣେ ମହିଳା। ସେ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ପୂର୍ବତନ ପ୍ରେମିକଙ୍କ ପତ୍ନୀଙ୍କ ସହ ଘଟାଇଛନ୍ତି ଭୟଙ୍କର କାଣ୍ଡ। ପ୍ରେମିକଙ୍କ ପତ୍ନୀ ହେଉଛନ୍ତି ଜଣେ ଡାକ୍ତର। କିନ୍ତୁ ତାଙ୍କୁ ଏଚଆଇଭି(HIV) ଇଞ୍ଜେକସନ ଦେଇ ପୂର୍ବତନ ପ୍ରେମିକ ଠାରୁ ନେଇଛନ୍ତି ପ୍ରତାରଣାର ବଦଲା। ଆନ୍ଧ୍ର ପ୍ରଦେଶରେ ଏପରି ଘଟଣା ଘଟିଥିବା ବେଳେ ପୁଲିସ୍ ଏଚଆଇଭି ଇଞ୍ଜିକେସନ ଦେଇଥିବା ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।
ଅଭିଯୁକ୍ତ ଜଣଙ୍କ ହେଲେ ୩୪ ବର୍ଷୀୟ ବି ବୋୟା ବସୁନ୍ଧରା। ତାଙ୍କ ଘର କୁରନୁଲରେ। ତାଙ୍କ ସହ ଗୋଟିଏ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିବା ୪୦ ବର୍ଷୀୟ କୋଙ୍ଗେ ଜ୍ୟୋତି ଓ ତାଙ୍କର ଦୁଇ ପିଲାଙ୍କୁ ଗିରଫ କରିଛି। ଦୁଇ ପିଲାଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ। ଏମାନଙ୍କୁ ଜାନୁଆରୀ ୨୪ରେ ପୁଲିସ୍ ଗିରଫ କରିଥିବା କହିଛି।
ପୁଲିସ୍ କହିଛି ଯେ ୩ ଜଣଙ୍କ ସହ ଷଡ଼ଯନ୍ତ୍ର କରିବା ପରେ ବସୁନ୍ଧରା ଗୋଟିଏ ସଡ଼କ ଦୁର୍ଘଟଣାକୁ କାର୍ଯ୍ୟକାରୀ କରିଥିଲେ। ଏହାପରେ ସେ ଏଚଆଇଭି ଭାଇରସକୁ ଜଣେ ମହିଳା ଡାକ୍ତରଙ୍କ ଶରୀରରେ ଇଞ୍ଜେକସନ ଦ୍ୱାରା ଛାଡ଼ିଥିଲେ। ଏହି ମହିଳା ଡାକ୍ତର ଜଣଙ୍କ ହେଉଛନ୍ତି ବସୁନ୍ଧରା ଏକଦା ଭଲ ପାଉଥିବା ବ୍ୟକ୍ତିଙ୍କ ପତ୍ନୀ ବୋଲି ପୁଲିସ କହିଛନ୍ତି।
ପୁଲିସର କହିବା କଥା ଯେ ଅଭିଯୁକ୍ତମାନେ ପ୍ରଥମେ ଗୋଟିଏ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କିଛି ଏଚଆଇଭି ରୋଗୀଙ୍କ ରକ୍ତ ନମୁନା ଗବେଷଣା କଥା କହି ଆଣିଥିଲେ। ସମାନ ସଂକ୍ରମିତ ରକ୍ତକୁ ଗୋଟିଏ ଫ୍ରିଜରେ ସଂରକ୍ଷିତ କରି ରଖିଥିଲେ ଓ ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କ ଶରୀରରେ ଏହାକୁ ଇଞ୍ଜିକେସନ ଦ୍ୱାରା ଭର୍ତ୍ତି କରିଦେଇଥିଲେ।
ବାସ୍ତବରେ ତାଙ୍କ ପୂର୍ବତନ ପ୍ରେମିକ ଆଉ ଜଣେ ମହିଳାଙ୍କୁ ବିବାହ କରିବାରୁ ଏହାକୁ ସହି ପାରୁ ନଥିଲେ ବସୁନ୍ଧରା। ଏଥିପାଇଁ ନିଜ ପୂର୍ବତନ ପ୍ରେମିକଙ୍କ ଠାରୁ ତାଙ୍କ ପତ୍ନୀଙ୍କୁ ଅଲଗା କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏତେ ବଡ଼ ଷଡ଼ଯନ୍ତ୍ର କରିଥିବା ଜଣାପଡ଼ିଛି।
ନିଜେ ଦୁର୍ଘଟଣା ଘଟାଇବ ପରେ ମହିଳା ଡାକ୍ତରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଏତିକି ବେଳେ ସେ ମହିଳା ଡାକ୍ତରଙ୍କୁ ଏଚଆଇଭି ଦ୍ୱାରା ସଂକ୍ରମିତ କରିଥିଲେ ବୋଲି ପୁଲିସ୍ କହିଛି।
ପୁଲିସ୍ର କହିଛି ଯେ ଜାନୁଆରୀ ୯ ତାରିଖ ଦିନ ପ୍ରାୟ ୨.୩୦ରେ ପୂରା ଘଟଣା ଘଟିଥିଲା। କୁରନୁଲର ଗୋଟିଏ ଘରୋଇ ମେଡିକାଲ କଲେଜରେ ସହାୟକ ପ୍ରଫେସର ଭାବେ କାମ କରୁଥିବା ମହିଳା ଡାକ୍ତର ଜଣଙ୍କ ନିଜର ସ୍କୁଟି ଯୋଗୁ ଘରକୁ ଖାଇବାକୁ ଆସୁଥିଲେ। ଏହି ସମୟରେ ୨ ଜଣ ଯୁବକ ଜାଣିଶୁଣି ବିନାୟକ ଘାଟ ନିକଟ କେସି କେନାଲ ପାଖରେ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ।
ଦୁର୍ଘଟଣା ଯୋଗୁ ପୀଡ଼ିତା ଜଣଙ୍କ ତଳେ ପଡ଼ିଯିବା ସହ ଆହତ ହୋଇଥିଲେ। ଠିକ ଏତିକି ବେଳେ ଅଭିଯୁକ୍ତ ବସୁନ୍ଧରା ଓ ତାଙ୍କର ଜଣେ ସହଯୋଗୀ ସାହାଯ୍ୟୂ କରିବା ନାଁରେ ପୀଡ଼ିତାଙ୍କ ପାଖକୁ ଦୌଡ଼ି ଆସିଥିଲେ। ତାଙ୍କୁ ସେମାନେ ଅଟୋକୁ ନେଉଥିବା ବେଳେ ବସୁନ୍ଧରା ହଠାତ୍ ଏଚଆଇଭି ଇଞ୍ଜିକେସନ ତାଙ୍କ ଦେହରେ ଫୋଡ଼ି ଦେଇଥିଲେ। ଏଥିସହ ତୁରନ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।
ଏନେଇ ପୀଡ଼ିତାଙ୍କ ସ୍ୱାମୀ ଜାନୁଆରୀ ୧୦ରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ସ୍ୱାମୀ ମଧ୍ୟ ଜଣେ ଡାକ୍ତର। ପୁଲିସ୍ ତାଙ୍କ ଅଭିଯୋଗ ପରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ବସୁନ୍ଧରାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/26/hiv-2026-01-26-13-32-55.jpg)