Advertisment

ମହିଳା ଜଜ୍‌ ମାଗିଲେ ଇଚ୍ଛା ମୃତ୍ୟୁ, କହିଲେ- ମୋ’ ଆଗରେ ଅନ୍ୟ ବିକଳ୍ପ ନାହିଁ

ଇଚ୍ଛା ମୃତ୍ୟୁ ମାଗିଲେ ମହିଳା ଜଜ୍‌ । ଅନ୍ୟକୁ ନ୍ୟାୟ ଦେଉଥିବା ମହିଳା ଜଜ୍‌ କିନ୍ତୁ ନିଜେ ନ୍ୟାୟ ପାଇ ନ ପାରି ଭାଙ୍ଗି ପଡ଼ିଛନ୍ତି।

ଅଦ୍ୟତନ ହୋଇଛି
Judge

Judge

Advertisment

ଇଚ୍ଛା ମୃତ୍ୟୁ ମାଗିଲେ ମହିଳା ଜଜ୍‌ । ଅନ୍ୟକୁ ନ୍ୟାୟ ଦେଉଥିବା ତ୍ତରପ୍ରଦେଶର ଆହ୍ଲାବାଦ ହାଇକୋର୍ଟର ଜଣେ ମହିଳା ବିଚାରପତି କିନ୍ତୁ ନିଜେ ନ୍ୟାୟ ପାଇ ନ ପାରି ଭାଙ୍ଗି ପଡ଼ିଛନ୍ତି। ତେଣୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କ ନିକଟରେ ସେ ଇଚ୍ଛା ମୃତ୍ୟୁ ପାଇଁ ଗୁହାରି କରିଛନ୍ତି। 

Advertisment

ଇଚ୍ଛା ମୃତ୍ୟୁ ସମ୍ପର୍କିତ ତାଙ୍କର ଏହି ଚିଠି ଭାଇରାଲ୍ ହେବା ପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ । ଏ ନେଇ ସେ ଆହ୍ଲାବାଦ ହାଇକୋର୍ଟଠାରୁ ଏକ ରିପୋର୍ଟ ଲୋଡିଛନ୍ତି । ସେପଟେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

ମହିଳା ବିଚାରପତିଙ୍କ ଅଭିଯୋଗ ଅନୁଯାୟୀ, ଏକ ପୋଷ୍ଟିଂ ସମୟରେ ଜିଲ୍ଲା ଜଜ୍ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଥିଲେ । ଏପରିକି ଜଜ୍‌ଜଣକ ତାଙ୍କୁ ରାତିରେ ଭେଟିବା ଲାଗି ମଧ୍ୟ କହିଥିବା ଚିଠିରେ ଉଲ୍ଲେଖ କରିଥିଲେ । ଏ ନେଇ ସେ ଗତ ଜୁଲାଇ ମାସରେ ହାଇକୋର୍ଟର ଆଭ୍ୟନ୍ତରୀଣ କମିଟିରେ ଅଭିଯୋଗ ବି କରିଥିଲେ । ହେଲେ ଏହାର ତଦନ୍ତ ଏକ ଫାର୍ସ ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି ।

Advertisment

ଏହି ଘଟଣା ମାନସିକ ଭାବେ ତାଙ୍କୁ ଖୁବ୍‌ ଆଘାତ ଦେଇଛି। ଏହି ଘଟଣାରେ ବହୁ ଅଭିଯୋଗ କରିବା ସତ୍ତ୍ୱେ ଏ ଯାଏ ସେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ଅନ୍ୟ ଉପାୟ ନ ପାଇ ମରିବାକୁ ଅନୁମତି ଲୋଡ଼ିଛନ୍ତି ବିଚାରପତିଜଣକ ।

ମହିଳା ବିଚାରପତି ଲେଖିଥିବା ଚିଠି ଅନୁଯାୟୀ, ଏହା ୨୦୨୨ ସେପ୍ଟେମ୍ବର ମାସର ଘଟଣା। ପ୍ରତାଡ଼ିତ ହେବା ପରେ ସେ ହାଇକୋର୍ଟଠୁ ଆରମ୍ଭ କରି ବିଭିନ୍ନ ବିଭାଗକୁ ପତ୍ର ଲେଖିଛନ୍ତି। ହଜାରେରୁ ଅଧିକ ମେଲ୍‌ କରି ସାରିଛନ୍ତି। ଏହା ଉପରେ ଏକ ଯାଞ୍ଚ କମିଟି ଗଠିତ ହୋଇଥିଲା। ଉକ୍ତ କମିଟି ୩ ମାସରେ ନିଜ ରିପୋର୍ଟ ପ୍ରଦାନ କରିବାକୁ ସମୟ ନିର୍ଦ୍ଧାରଣ କରାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ କମିଟି ରିପୋର୍ଟ ପ୍ରଦାନ କରିନି।

ଏଥିସହ ସେ କହିଛନ୍ତି, ଏହି ଘଟଣାରେ କୌଣସି ଶୁଣାଣି ହୋଇନି । ମୋ’ ଅଭିଯୋଗକୁ ବି କେହି କର୍ଣ୍ଣପାତ କରୁ ନାହାନ୍ତି। ଦିଲ୍ଲୀରେ ମୋତେ କେବଳ ମୋ’ ପକ୍ଷ ରଖିବାକୁ ୮ ସେକେଣ୍ଡ ମିଳିଥିଲା। ମାତ୍ର ସେଠାରେ ମୋ’ ଅଭିଯୋଗକୁ ଖାରଜ କରି ଦିଆଯାଇଛି। ଏବେ ମୋ’ ଆଗରେ ଆଉ କୌଣସି ବିକଳ୍ପ ନାହିଁ। ତେଣୁ ମୁଁ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବାକୁ ବାଧ୍ୟ ହେଉଛି।

ଏହି ଘଟଣାକୁ ନେଇ ମାନସିକ ରୂପେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ମହିଳା ବିଚାରପତିଜଣକ କ୍ଷୋଭ ପ୍ରକାଶ କରି କହିଛନ୍ତି, ମୁଁ ଦୀର୍ଘ ବର୍ଷ ହେଲା ଅନ୍ୟମାନଙ୍କୁ ନ୍ୟାୟ ପ୍ରଦାନ କରୁଛି। କିନ୍ତୁ ନିଜକୁ ନ୍ୟାୟ ପ୍ରଦାନ କରିବାକୁ ଅକ୍ଷମ ।

ଏଥିସହ ଭାରତରେ କର୍ମଜୀବୀ ମହିଳାଙ୍କୁ ସନ୍ଦେଶ ଦେଇ ସେ କହିଛନ୍ତି, ଆପଣ ଉତ୍ପୀଡ଼ନ ସହ ବଞ୍ଚିବା ଶିଖନ୍ତୁ। ଏହା ଆମ ଜୀବନର ଅପ୍ରିୟ ସତ । କେହି ବି ଅଭିଯୋଗ ଶୁଣୁ ନାହାନ୍ତି। ଅଭିଯୋଗ କଲେ ପ୍ରତାଡ଼ିତ ହେବାକୁ ପଡ଼ୁଛି ।

ଯଦି କୌଣସି ମହିଳା ସିଷ୍ଟମ ବିରୋଧରେ ଲଢ଼େଇ କରିବାକୁ ଭାବୁଛନ୍ତି, ତା’ ହେଲେ ସେମାତେ ଭୁଲ୍‌ ଭାବୁଛନ୍ତି। ଜଣେ ଜଜ୍‌ ହିସାବରେ ମୁଁ ଏହା ଅନୁଭବ କରୁଛି ବୋଲି ବି ସେ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। 

Euthanasia Uttar Pradesh Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe