Advertisment

କୋଳରେ ଛୁଆକୁ ଧରି ଟ୍ରେନ୍‌ ଆଗକୁ ଡେଇଁଲେ ମହିଳା

ଘରୋଇ କଳହରେ ଅତିଷ୍ଠ ହୋଇ ପଡ଼ିଲେ ମହିଳା। ଏଥିରୁ ମୁକ୍ତି ପାଇବା ପାଇଁ ଜୀବନ ଶେଷ କରିବାକୁ ସ୍ଥିର କଲେ। ଆଉ ନିଜ ସହ ନିଜ ଛୁଆକୁ ଧରି ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ।

Train

Train

Advertisment

ଘରୋଇ କଳହରେ ଅତିଷ୍ଠ ହୋଇ ପଡ଼ିଲେ ମହିଳା। ଏଥିରୁ ମୁକ୍ତି ପାଇବା ପାଇଁ ଜୀବନ ଶେଷ କରିବାକୁ ସ୍ଥିର କଲେ। ଆଉ ନିଜ ସହ ନିଜ ଛୁଆକୁ ଧରି ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ। ଏପରି ଏକ ସାଂଘାତିକ ଘଟଣା ଉତ୍ତରପ୍ରଦେଶର ଇଟାୱାରେ ଦେଖିବାକୁ ମିଳିଛି। ମୃତା ମହିଳାଜଣକ ୨୫ ବର୍ଷୀୟା ରଶ୍ମୀ ବୋଲି ଜଣାପଡ଼ିଛି।

Advertisment

ରଶ୍ମୀ ନିଜ ୫ ବର୍ଷର ପୁଅକୁ ଧରି ଭରଥନା ରେଲୱେ ଷ୍ଟେଶନରେ ପହଞ୍ଚିଥିଲେ। ସେଠାରେ ସେ ଅନ୍ୟ ଯାତ୍ରୀଙ୍କ ପରି ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଏକ ପାସେଞ୍ଜର ଟ୍ରେନ୍‌ ଆସିବା କ୍ଷଣି ରଶ୍ମୀ ନିଜ ପୁଅକୁ କୋଳରେ ଧରି ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ।

ଏହାଦେଖି ସମସ୍ତେ ଚକିତ ରହି ଯାଇଥିବା ବେଳେ ତୁରନ୍ତ ରେଲୱେ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍‌ ତୁରନ୍ତ ପହଞ୍ଚି ଟ୍ରାକ୍‌ରୁ ଉଭୟ ମା’ ପୁଅଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ମହିଳାଜଣକ ଏପରି ଚରମ ପଦକ୍ଷେପ ଉଠାଇଥିବା ପୁଲିସ୍‌ ସୂଚନା ଦେଇଛି।

Accident Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe