Advertisment

ଅଟଳ ସେତୁରୁ ଡେଉଁଥିଲେ ମହିଳା, ଚୁଟି ଧରି ଦେଲେ କ୍ୟାବ୍‌ ଡ୍ରାଇଭର

ଗତକାଲି ସନ୍ଧ୍ୟା ବେଳେ ଜଣେ ମହିଳା କାର୍‌ରେ ଅଟଳ ସେତୁ ଉପରେ ଯାଉଥିଲେ। ପାଣିକୁ କିଛି ଧାର୍ମିକ ଫଟୋ ଫୋପାଡ଼ିବା ନିମନ୍ତେ ସେ ବ୍ରିଜ ମଝିରେ ଡ୍ରାଇଭରଙ୍କୁ ରହିବାକୁ କହିଥିଲେ।

ଅଦ୍ୟତନ ହୋଇଛି
cctv footage

cctv footage

Advertisment

ମୁମ୍ବାଇର ଅଟଳ ସେତୁ ଉପରେ ଘଟିଛି ଲୋମଟାଙ୍କୁରା ଘଟଣା। ଜଣେ ମହିଳା ସମୁଦ୍ରକୁ ଡେଇଁବାକୁ ଉଦ୍ୟତ ହେଉଥିବା ବେଳେ ଦେବଦୂତ ସାଜିଲେ କ୍ୟାବ ଡ୍ରାଇଭର। ଡ୍ରାଇଭରଜଣକ ମହିଳାଙ୍କ ଚୁଟି ଟାଣି ଆଣି ତାଙ୍କ ଜୀବନ ରକ୍ଷା କରିଛନ୍ତି। ଏଥିସହ ଘଟଣାସ୍ଥଳରେ ଉପସ୍ଥିତ ଟ୍ରାଫିକ୍‌ ପୁଲିସ୍‌ କର୍ମୀ ବି ନିଜ ଜୀବନକୁ ବାଜି ଲଗାଇ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଏହାର ଭିଡିଓ ଅଟଳ ସେତୁରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ବେଳେ ଏପରି ଛାତିଥରା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ବେଳେ ଜଣେ ମହିଳା କାର୍‌ରେ ଅଟଳ ସେତୁ ଉପରେ ଯାଉଥିଲେ। ପାଣିକୁ କିଛି ଧାର୍ମିକ ଫଟୋ ଫୋପାଡ଼ିବା ନିମନ୍ତେ ସେ ବ୍ରିଜ ମଝିରେ କ୍ୟାବ୍‌ ଡ୍ରାଇଭର ସଞ୍ଜୟ ଯାଦବଙ୍କୁ ରହିବାକୁ କହିଥିଲେ।

ଏନେଇ ଅଟଳ ସେତୁରେ ମୁତୟନ ଥିବା ଟ୍ରାଫିକ୍‌ ପୁଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ଏକ କଲ୍‌ ଆସିଥିଲା। ଅଟଳ ସେତୁରେ ଏକ କାର୍‌ ଅଟକି ଥିବା ବେଳେ ଭିତରୁ ଜଣେ ମହିଳା ବାହାରି ରେଲିଂ ନିକଟକୁ ଯାଇଥିବା ସୂଚନା ମିଳିଥିଲା। ତୁରନ୍ତ ଟ୍ରାଫିକ୍‌ ପୁଲିସ୍‌ ଘଟଣାସ୍ଥଳ ଅଭିମୁଖେ ଯାଇଥିଲେ।

Advertisment

ଉକ୍ତ ସମୟରେ ମହିଳାଜଣକ ସମୁଦ୍ରକୁ ଡେଇଁବାକୁ ଉଦ୍ୟମ କରୁଥିଲେ। ମାତ୍ର କ୍ୟାବ୍‌ ଡ୍ରାଇଭରଜଣକ ତାଙ୍କ ଚୁଟି ଟାଣି ଧରିଥିଲେ। ଟ୍ରାଫିକ୍‌ ପୁଲିସ୍‌ ପହଞ୍ଚି ତୁରନ୍ତ ରେଲିଂ ଡେଇଁ ମହିଳାଙ୍କୁ ସୁରକ୍ଷିତ ଭାବେ ବ୍ରିଜ ଉପରକୁ ଆଣିଥିଲେ।

 ତୁରନ୍ତ ମହିଳାଙ୍କୁ ନିକଟସ୍ଥ ପୁଲିସ୍‌ ଷ୍ଟେଶନକୁ ନିଆଯିବା ସହ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଥିଲା। ପରିବାର ସଦସ୍ୟ ପହଞ୍ଚି ମହିଳାଙ୍କୁ ନେବା ସହ ତାଙ୍କ ମାନସିକ ଭାର ସାମ୍ୟ ଠିକ୍‌ ରହୁ ନ ଥିବା କହିଥିଲେ।

ଏହାପୂର୍ବରୁ ଗତ ମାର୍ଚ୍ଚରେ ଜଣେ ୪୩ ବର୍ଷୀୟା ମହିଳା ଓ ଜୁଲାଇରେ ଜଣେ ଯୁବ ଇଞ୍ଜିନିୟର ଅଟଳ ସେତୁରୁ ଡେଇଁ ଜୀବନ ହାରିଥିଲେ।

Mumbai Suicide Threat Atal Setu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe