Advertisment

ପିଲାଙ୍କୁ କ୍ଷତିପୂରଣ ମିଳିବା ଆଶାରେ ଚଳନ୍ତା ବସ୍‌ ଆଗକୁ ଡେଇଁ ପଡ଼ିଲେ ମହିଳା

ପିଲାମାନଙ୍କୁ କ୍ଷତିପୂରଣ ମିଳିବା ଆଶାରେ ଜଣେ ମା’ ଚଳନ୍ତା ବସ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

TamilNadu

TamilNadu

Advertisment

ମା’ ସବୁ ବେଳେ ପିଲାଙ୍କ କଥା ଚିନ୍ତା କରେ। ଦୁନିଆରେ ଯଦି କେହି ନିଃସ୍ୱାର୍ଥ ପର ଭାବେ ଭଲ ପାଉଥାଏ, ତା’ହେଲେ ସେ ହେଲା ମା’। ମା’ର ଋଣ କେବେ ହେଲେ ପିଲାମାନେ ଶୁଝି ପାରିବେ ନାହିଁ। ବଞ୍ଚିଥିଲା ବେଳେ ପିଲାମାନଙ୍କ ଖୁସି ମା’ ପାଇଁ ସବୁ କିଛି।

Advertisment

ମଲା ବେଳେ ବି ସେ ନିଜ ପିଲାମାନଙ୍କ କଥା ହିଁ ଚିନ୍ତା କରେ। ମା’ର ବିକଳ୍ପ ହିଁ ନାହିଁ। ଏହିକ୍ରମରେ ଆଜି ଆମେ ଏମିତି ଜଣେ ମା’ଙ୍କ ବିଷୟରେ କହିବୁ, ଯିଏ ନିଜ ପିଲାମାନଙ୍କ ଖୁସି ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛାଇ ନାହାନ୍ତି।

ତାମିଲନାଡୁର ସାଲେମରେ ପୂରା ଘଟଣା ଘଟିଛି। ପିଲାମାନଙ୍କୁ କ୍ଷତିପୂରଣ ମିଳିବା ଆଶାରେ ଜଣେ ମା’ ଚଳନ୍ତା ବସ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ପରେ ମିଳିବାକୁ ଥିବା କ୍ଷତିପୂରଣ ବାବଦ ଅର୍ଥକୁ ତାଙ୍କ ପିଲାମାନେ ପାଇବେ। ଏହାକୁ ସେମାନେ କଲେଜ ଫି’ ଆକାରରେ ଦେବାକୁ ସକ୍ଷମ ହେବେ ବୋଲି ଆଶା କରି ମହିଳା ଜଣଙ୍କ ବସ୍‌ ଆଗକୁ ଡେଇଁ ଜୀବନ ହାରିଛନ୍ତି। 

Advertisment

ମୃତକ ଜଣଙ୍କ ହେଲେ ୩୯ ବର୍ଷୀୟ ପାପ୍ପାତି। ସେ ସାଲେମ କଲେକ୍ଟୋରେଟରେ ଅସ୍ଥାୟୀ ସୁପର ଭାବେ କାମ କରୁଥିଲେ। ସାମ୍ନାକୁ ଆସିଥିବା ୪୮ ସେକେଣ୍ଡର ଭିଡିଓରେ ପାପ୍ପାତି ଆତ୍ମହତ୍ୟା କରିବା ବେଳର ଦୃଶ୍ୟ ରହିଛି।

ଏଥିରେ ଦେଖିବା ମିଳୁଛି ଯେ ଗୋଟିଏ ଛୋଟ ରାସ୍ତାରେ ପାପ୍ପାତି ଚାଲି ଚାଲି ଯାଉଛି। କିଛି ସେକେଣ୍ଡ ପରେ ସେ ରାସ୍ତା ଅତିକ୍ରମ କରିବା ସହ ଦ୍ରୁତଗାମୀ ବସ୍‌ ଆଗକୁ ଚାଲି ଆସିଥିଲେ। ଫଳରେ ବସ୍‌ଟି ତାଙ୍କ ଉପରେ ମାଡ଼ି ଯାଇଥିଲା। 

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ଗତମାସରେ ଘଟଣାଟି ଘଟିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରାଥମିକ ଭାବେ ପୁଲିସ୍‌ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲା। ହେଲେ ଏବେ ପାପ୍ପାତିଙ୍କ ଏପରି ପଦକ୍ଷେପ ପଛର କାରଣ ସାମ୍ନାକୁ ଆସିଛି।

ପାପ୍ପାତି ଜଣେ ସିଙ୍ଗଲ ମଦର ବା ଏକକ ମା’ ହୋଇଥିବା ବେଳେ ତାଙ୍କ ପିଲାମାନେ କଲେଜରେ ପଢ଼ନ୍ତି। ତାଙ୍କ ଝିଅ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ କୋର୍ସର ଶେଷ ବର୍ଷର ଛାତ୍ରୀ ଓ ପୁଅ ଗୋଟିଏ ପଲିଟେକନିକ କଲେଜରେ ଆର୍କିଟେକଚର ଛାତ୍ର। ସେମାନଙ୍କ କଲେଜ ଫି’ ଦେବାକୁ ପାପ୍ପାତି ଅକ୍ଷମ ହେଉଥିଲେ।

ଏଥିପାଇଁ ସମ୍ପର୍କୀୟମାନେ କଲେଜ ଫି’ ପ୍ରଦାନ ବେଳେ ଆର୍ଥିକ ସହାୟତା କରୁଥିଲେ। ତେବେ ପାପ୍ପାତି ସମ୍ପର୍କୀୟମାନଙ୍କ ଠାରୁ ଟଙ୍କା ଆଣିବାକୁ ଚାହୁଁ ନଥିଲେ। ତେଣୁ ସେ ଯଦି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବେ, ତା’ହେଲେ କ୍ଷତିପୂରଣ ବାବଦରେ ଟଙ୍କା ମିଳିବ ବୋଲି ଭାବି ନେଇଥିଲେ। ସେହି ଆଶାରେ ସେ ବସ୍‌ ଆଗକୁ ଡେଇଁ ଜୀବନ ହାରିଥିବା ପୁଲିସ୍‌ ଜାଣିବାକୁ ପାଇଛି।

କିନ୍ତୁ ଏପରି କଥା ତାଙ୍କ ମୁଣ୍ଡରେ କିଏ ପୂରାଇ ଥିଲା, ସେକଥା ପୁଲିସ୍‌ ଜାଣିବାକୁ ସକ୍ଷମ ହୋଇନି। ଏଥିପାଇଁ ଘଟଣାର ଅଧିକ ତଦନ୍ତ କରାଯାଉଛି।

ଅନ୍ୟପକ୍ଷରେ ପାପ୍ପାତିଙ୍କ ପୁଅ ଏପରି କ୍ଷତିପୂରଣ ପାଇଁ ଆତ୍ମହତ୍ୟା ରିପୋର୍ଟକୁ ଫେକ କହିଛନ୍ତି। ସେ କହିଛନ୍ତି, “ଆମ ସମ୍ପର୍କୀୟମାନେ କଲେଜ ଫି’ ଦେବାରେ ସହାୟତା କରନ୍ତି। ପ୍ରକାଶିତ ରିପୋର୍ଟରେ ଆଦୌ ସତ୍ୟତା ନେହିଁ। ଆଗାମୀ ଦିନରେ ପ୍ରକୃତ ସତ ନିଶ୍ଚିତ ସାମ୍ନାକୁ ଆସିବ।”

Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe