Advertisment

୪ ପିଲାଙ୍କୁ କୂଅକୁ ଠେଲି ନିଜେ ଡେଇଁ ପଡ଼ିଲା, କିନ୍ତୁ ଭୟରେ ବଡ଼ ଝିଅକୁ ଧରି ପଳାଇ ଆସିଲା ମା’

ଝଗଡ଼ା ପରେ ସେ ନିଜର ୪ ପିଲାଙ୍କୁ କୂଅକୁ ଠେଲି ଦେଇଥିଲେ। ଏହାପରେ ନିଜେ ମଧ୍ୟ କୂଅକୁ ଡେଇଁ ପଡ଼ିଥିଲେ।

author-image
Hemant Lenka
Well

Well

ସ୍ୱାମୀଙ୍କ ସହ ଝଗଡ଼ା କରି ଜଣେ ମହିଳା ଘଟାଇଛନ୍ତି ଅଭାବନୀୟ କାଣ୍ଡ। ଝଗଡ଼ା ପରେ ସେ ନିଜର ୪ ପିଲାଙ୍କୁ କୂଅକୁ ଠେଲି ଦେଇଥିଲେ। ଏହାପରେ ନିଜେ ମଧ୍ୟ କୂଅକୁ ଡେଇଁ ପଡ଼ିଥିଲେ। କିନ୍ତୁ କୂଅ ଭିତକୁ ଡେଇଁବା ପରେ ନିଜ ଜୀବନ ପ୍ରତି ବିପଦ ଥିବା ଜାଣି ୩୦ ବର୍ଷୀୟ ମହିଳା ଜଣଙ୍କ ବଡ଼ ଝିଅକୁ ଧରି ଉପରକୁ କୌଶଳକ୍ରମେ ଚାଲି ଆସିଛନ୍ତି। କିନ୍ତୁ ବାକି ୩ ପିଲା କୂଅରେ ପଡ଼ି ପ୍ରାଣ ହରାଇଛନ୍ତି। ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରୁ ଏପରି ଘଟଣା ଘଟିଛି।

Advertisment

ପୁଲିସ୍‌ କହିଛି ଯେ ଜିଲ୍ଲାର ବାଲଦି ଗାଁରେ ପୂରା ଘଟଣା ରବିବାର ଘଟିଥିଲେ। ଏଠାରେ ରହୁଥିବା ପ୍ରମିଳା ଭିଲାଲ ଓ ତାଙ୍କ ସ୍ୱାମୀ ରମେଶଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାପରେ ସେ ଘର ପାଖରେ ଥିବା କୂଅ ପାଖକୁ ଯାଇଥିଲେ। ସେଠାରେ ତାଙ୍କର ୩ ଝିଅ ଓ ୧୮ ମାସର ପୁଅ ଖେଳୁଥିଲେ।

ସେମାନଙ୍କୁ ପ୍ରମିଳା ରାଗରେ କୂଅ ଭିତରକୁ ଠେଲି ଦେଇଥିଲେ। ଏହାପରେ ନିଜେ ମଧ୍ୟ ଡେଇଁ ପଡ଼ିଥିଲେ। କିନ୍ତୁ କୂଅ ଭିତରେ ତାଙ୍କୁ ଡର ଲାଗିଥିଲା। ସେ ପ୍ରାଣ ବିକଳରେ କୂଅରେ ପଡ଼ିଥିବା ଦଉଡ଼ିକୁ ଧରି ପକାଇଥିଲେ। ଶେଷରେ ଉକ୍ତ ଦଉଡ଼ି ଦ୍ୱାରା ନିଜର ୭ ବର୍ଷର ବଡ଼ ଝିଅକୁ ସାଙ୍ଗରେ ଧରି ଉପରକୁ ଉଠି ଆସିଥିଲେ। କିନ୍ତୁ ଅନ୍ୟ ଦୁଇ ଝିଅ ଓ ୧୮ ମାସର ପୁଅକୁ ଆଣିବାକୁ ସକ୍ଷମ ହୋଇ ନଥିଲେ।

Advertisment

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ସହ କୂଅ ଭିତରୁ ୩ ପିଲାଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଏଥିସହ ପ୍ରମିଳା ଓ ତାଙ୍କ ବଡ଼ ଝିଅଙ୍କୁ ହସ୍ପିଟାଲ ପଠାଇଥିଲା। ସେମାନେ ସଂପୂର୍ଣ୍ଣ ସୁସ୍ଥ ଥିବା ପୁଲିସ୍‌ କହିଛି। ଏବେ ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Madhya Pradesh