Advertisment

ଚଳନ୍ତା ବାଇକ୍‌ରୁ ଡେଇଁ ପଡ଼ିଲେ ଯୁବତୀ, ବନ୍ଧା ହେଲେ ଚାଳକ

ଏକ ରାପିଡୋ ବାଇକ୍‌ ବୁକ୍‌ କରି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ଯୁବତୀ ହଠାତ୍‌ ବିଚ୍‌ ରାସ୍ତାରେ ବାଇକ୍‌ରୁ ଡେଇଁ ପଡ଼ିଲେ ।

author-image
Niharika Rout
cctv footage

cctv footage

ଏକ ରାପିଡୋ ବାଇକ୍‌ ବୁକ୍‌ କରି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ଯୁବତୀ ହଠାତ୍‌ ବିଚ୍‌ ରାସ୍ତାରେ ବାଇକ୍‌ରୁ ଡେଇଁ ପଡ଼ିଲେ । ଯୁବତୀ ଜଣକ ରାସ୍ତାରେ ଛିଟିକି ପଡ଼ିବା ପରେ ଉଠି ବିପରୀତ ଦିଗକୁ ଦୌଡ଼ିବାକୁ ଲାଗିଲେ। ଏପରି ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହା ବେଙ୍ଗାଲୁରୁର ଘଟଣା ବୋଲି ଜଣାପଡ଼ିଛି।

Advertisment

ଗତ ୨୧ ତାରିଖରେ ଗନ୍ତବ୍ୟ ସ୍ଥଳ ଇନ୍ଦ୍ରାନଗରକୁ ଯିବା ପାଇଁ ଯୁବତୀ ଜଣକ ଏକ ବାଇକ ଟାକ୍ସି ବୁକ କରିଥିଲେ । ତେବେ ସେହି ବାଇକ୍‌ ଚାଳକ ଜଣକ ଓଟିପି ଦେଖିବା ବାହାନାରେ ମହିଳାଙ୍କ ମୋବାଇଲକୁ ହାତେଇ ନେଇ ତାଙ୍କୁ ଅଶ୍ଳୀଳ ବ୍ୟବହାର କଲା। କେବଳ ସେତିକି ନୁହେଁ ଡ୍ରାଇଭରଜଣକ ଯୁବତୀଙ୍କ ଗନ୍ତବ୍ୟ ସ୍ଥଳ ଅଭିମୁଖେ ନ ନେଇ ବିପରୀତ ଦିଗରେ ବାଇକ୍‌ ଚଳାଇବାକୁ ଲାଗିଲେ।। ଯୁବତୀଜଣକ ଗାଡ଼ି ରୋକିବାକୁ କହିବା ପରେ ମଧ୍ୟ ଚାଳକଜଣକ ଗାଡ଼ି ନ ରଖି ଅଧିକ ବେଗରେ ନେଇଥିଲେ।

ସମ୍ପୃକ୍ତ ବାଇକ୍‌ ଚାଳକଙ୍କ କବଳରୁ ବର୍ତ୍ତିବାକୁ ଯୁବତୀଜଣକ ଜୀବନ ବିକଳରେ ଚଳନ୍ତା ବାଇକ୍‌ରୁ ରାସ୍ତା ଉପରକୁ ଡେଇଁ ପଡ଼ିଥିଲେ। ରାସ୍ତା ଉପରେ ସେ ଛିଟିକି ପଡ଼ିଥିବା ବେଳେ ଏହାପରେ ସେ ଉଠି ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଲେ। ଏହାପରେ ବାଇକ୍‌ ଚାଳକଜଣକ ସେଠାରୁ ପଳାଇଥିଲେ। 

Advertisment

ଏନେଇ ଯୁବତୀଙ୍କ ଅଭିଯୋଗ ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ସମ୍ପୃକ୍ତ ବାଇକ୍‌ ଚାଳକ ଦୀପକଙ୍କୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

Bengaluru