Advertisment

୩୦ ମିଟର ଦୂରରେ ଥିଲା ଟ୍ରେନ୍‌; ଟ୍ରାକ୍‌କୁ ଖସି ପଡ଼ିଲା ପିଲା, ମା’ ବି ଡେଇଁ ପଡ଼ିଲା

ପ୍ଲାଟଫର୍ମରେ ଖେଳୁ ଖେଳୁ ହଠାତ୍‌ ଟ୍ରାକ୍‌କୁ ଗଳି ପଡ଼ିଲା ପିଲାଟି। ଏହାଦେଖି କେହି କିଛି ବୁଝିବା ପୂର୍ବରୁ ମା’ ବି ଟ୍ରାକ୍‌କୁ ଡେଇଁ ପଡ଼ିଲା।

author-image
Niharika Rout
Metro Train

Metro Train

ମେଟ୍ରୋ ଟ୍ରେନ୍‌ରେ ଯିବାକୁ ମା’ ସହ ପ୍ଲାଟଫର୍ମରେ ପହଞ୍ଚିଥିଲା କୁନି ଛୁଆ। ମାତ୍ର ପ୍ଲାଟଫର୍ମରେ ଖେଳୁ ଖେଳୁ ହଠାତ୍‌ ଟ୍ରାକ୍‌କୁ ଗଳି ପଡ଼ିଲା ପିଲାଟି। ଏହାଦେଖି କେହି କିଛି ବୁଝିବା ପୂର୍ବରୁ ମା’ ବି ଟ୍ରାକ୍‌କୁ ଡେଇଁ ପଡ଼ିଲା। ଏପରି ଏକ ଲୋମଟାଙ୍କୁରା ଘଟଣା ମହାରାଷ୍ଟ୍ରର ପୁଣେରେ ଘଟିଛି। ପୁଣେର ସିଭିଲ କୋର୍ଟ ମେଟ୍ରୋ ଷ୍ଟେଶନରେ ଏପରି ଏକ ଛାତିଥରା ଘଟଣା ଘଟିଥିବା ବେଳେ ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି।

Advertisment

ସିସିଟିଭିରେ ଦେଖିବାକୁ ମିଳୁଛି, ମେଟ୍ରୋ ଷ୍ଟେଶନ ପ୍ଲାଟଫର୍ମରେ କିଛି ଲୋକ ଛିଡ଼ା ହୋଇଥିଲେ। ମାତ୍ର ହଠାତ୍‌ ଏକ କୁନି ପିଲାଟି ଦୌଡ଼ି ଦୌଡ଼ି ଆସିବା ପରେ ଟ୍ରାକ୍‌ରୁ ତଳକୁ ଖସି ପଡ଼ିଥିଲା। ପିଲା ପଛେ ପଛେ ଦୌଡ଼ୁଥିବା ମା’ ବି ନିଜ ପିଲାକୁ ରକ୍ଷା କରିବାକୁ ଟ୍ରାକ୍‌କୁ ଡେଇଁ ପଡ଼ିଥିଲେ।

ଏପରି ଘଟଣା ଦେଖିବାକୁ ବହୁ ଲୋକ ରୁଣ୍ଡ ହୋଇ ଯାଇଥିଲେ ବି ଟ୍ରାକ୍‌କୁ ଡେଇଁବାକୁ କେହି ସାହସ କରି ପାରି ନ ଥିଲ। ଏହାଦେଖି ତୁରନ୍ତ ସେଠାରେ କାର୍ଯ୍ୟରତ ଥିବା ସିକ୍ୟୁରିଟି ଗାର୍ଡ ଏମରଜେନ୍ସି ବଟନ ଚାପି ଦେଇଥିଲେ। ଫଳରେ ଦ୍ରୁତ ଗତିରେ ଆସୁଥିବା ମେଟ୍ରୋ ଟ୍ରେନ୍‌ଟି ମା’ ଛୁଆଙ୍କଠୁ ମାତ୍ର ୩୦ ମିଟିର ଦୂରରେ ରହିଥିଲା।

Advertisment

ଏହାପରେ ତୁରନ୍ତ ମା’ ଛୁଆଙ୍କୁ ଟ୍ରାକ୍‌ରୁ ଉଦ୍ଧାର କରାଯାଇଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି। ଏହି ଘଟଣା ପରେ ଛୋଟ ପିଲାଙ୍କ ସହ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରିବାକୁ ଆସୁଥିବା ଯାତ୍ରୀ ପିଲାଙ୍କୁ ନିଜ ଦାୟିତ୍ୱରେ ରଖିବାକୁ ପୁଣେ ମେଟ୍ରୋ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି।

Maharashtra Metro Rail