Advertisment

ସ୍ୱାମୀଙ୍କ ଉପରେ ଥିଲା ରାଗ; ଦୁଇ ଛୁଆଙ୍କୁ ବିଷ ଦେଇ ଛାତରୁ ଡେଇଁଲେ ମହିଳା

ସ୍ୱାମୀଙ୍କ ଉପରେ ଥିବା ରାଗର ପ୍ରତିଶୋଧ ନିଜ ଦୁଇ ନିରୀହ, ନିଷ୍ପାପ ଛୁଆଙ୍କଠାରୁ ନେଲେ। ଦୁନିଆ କ’ଣ ଜାଣିବା ପୂର୍ବରୁ ସେମାନଙ୍କୁ ବିଷ ଦେଇ ଜୀବନ ନେଇଗଲେ ଜନ୍ମ କଲା ମା’ ।

author-image
Niharika Rout
Dead Body

Dead Body

ସ୍ୱାମୀଙ୍କ ଉପରେ ଥିବା ରାଗର ପ୍ରତିଶୋଧ ନିଜ ଦୁଇ ନିରୀହ, ନିଷ୍ପାପ ଛୁଆଙ୍କଠାରୁ ନେଲେ। ଦୁନିଆ କ’ଣ ଜାଣିବା ପୂର୍ବରୁ ସେମାନଙ୍କୁ ବିଷ ଦେଇ ଜୀବନ ନେଇଗଲେ ଜନ୍ମ କଲା ମା’ । ଏହାପରେ ନିଜେ ବି ଛାତରୁ ଡେଇଁ ଜୀବନ ହାରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ନାସିକ ସହରରେ ଗତକାଲି ଘଟିଛି।

Advertisment

ମୃତା ମହିଳା ଅଶ୍ୱିନୀ ନିକୁମ୍ଭ ଓ ତାଙ୍କର ୮ ବର୍ଷୀୟା ଝିଅ ଆରାଧ୍ୟା ଓ ୨ ବର୍ଷୀୟ ପୁଅ ଅଗସ୍ତ୍ୟ। ଅଶ୍ୱିନୀ ନିଜ ସ୍ୱାମୀ ସ୍ୱନିଳ ଓ ପିଲାଙ୍କ ସହ ନାସିକରେ ରହୁଥିଲେ। ଗତ କିଛି ଦିନ ହେବ ଉଭୟ ପତିପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ନ ଥିବା ଜଣାଯାଇଛି।

ସ୍ୱନିଳ କୌଣସି କାମରେ ପୁଣେ ଯାଇଥିବା ବେଳେ ଅଶ୍ୱିନୀ ପ୍ରଥମେ ପିଲାମାନଙ୍କୁ ବିଷ ଦେଇ ହତ୍ୟା କରିଥିଲେ। ଏହାପରେ ସେ ଛାତକୁ ଯାଇ ଡେଇଁ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ପ୍ରଥମେ ଅଶ୍ୱିନୀଙ୍କ ମୃତଦେହ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା। ଏହାପରେ ତାଙ୍କ ଘର ଭିତରେ ପଶିବାରୁ ଚଟାଣରେ ଦୁଇ ଛୁଆଙ୍କ ମୃତଦେହ ପଡ଼ିଥିଲା। ଏଥିସହ ଘରୁ ଏକ ସୁଇସାଇଡାଲ ନୋଟ ବି ଜବତ ହୋଇଛି। ସ୍ୱାମୀଙ୍କ ଉପରେ ଅତିଷ୍ଠ ହୋଇ ଏପରି ଚରମ ପଦକ୍ଷେପ ଉଠାଉଥିବା ଅଶ୍ୱିନୀ ଉଲ୍ଲେଖ କରିଥିଲେ।

ଏନେଇ ପୁଲିସ ସ୍ୱନିଳଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଅବଗତ କରିଥିଲା। ସେ ତୁରନ୍ତ ନାସିକରେ ପହଞ୍ଚିବା ପରେ ପୁଲିସ୍‌ ତାଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି।

Suicide Maharashtra Family Dispute