Advertisment

ଭଲ ପାଇ ଭୁଲ ହୋଇଗଲା, ହତ୍ୟା କରି ଜାଳି ଦେଲେ ଘର ଲୋକେ

ମୁମ୍ବାଇଠାରୁ ୬୦୦ କିମି ଦୂର ଲିମ୍ବାଗାଁଓ ପୁଲିସ ଷ୍ଟେସନ ଅଧୀନ  ପିମ୍ପିରିତ ମହିପାଲ ଗ୍ରାମରୁ ଏହି ୫ ଜଣଙ୍କୁ ଗିରଫ କରାଯାଇଛି।

love murdered

love murdered

Advertisment

ପ୍ରେମରେ ପଡ଼ିଥିଲେ ଯୁବତୀ। ବାଧକ ସାଜିଲା ପରିବାର। ଝିଅ ପାଇଁ ପାଚେରୀ ଛିଡ଼ା କଲେ। ହେଲେ ନିଜ ପ୍ରେମକୁ ପାଇବା ପାଇଁ ସବୁ ପ୍ରକାର ବାଧା ବନ୍ଧନକୁ ଡେଇଁ ଯିବା ପାଇଁ ଯିବାକୁ ଉଦ୍ୟମ କରିବାରୁ ସବୁଦିନ ପାଇଁ ତାଙ୍କ ରାସ୍ତା ବନ୍ଦ କରି ଦିଆଯାଛି। ପାରିବାର ଲୋକେ ସ୍ଥିର କରିଥିବା ଜାଗାରେ ବାହା ହେବା ପାଇଁ ରାଜି ନହେବାରୁ ଯୁବତୀଙ୍କୁ ନିଜ ପରିବାର ଳୋକେ ହିଁ ଅତି ନିଷ୍ଠୁର ଭାବେ ହତ୍ୟା କରିଛନ୍ତି।  ଜଣେ ୨୨ ବର୍ଷୀୟ ମେଡିକାଲ ଛାତ୍ରୀଙ୍କର ଗଳାଚିପି ହତ୍ୟା କରିବା ପରେ ତାଙ୍କ ଶବକୁ ଜାଳି ଦଆଯାଇଛି। ସମ୍ପୃକ୍ତ ଯୁବତୀଙ୍କୁ ତାଙ୍କ ବାପା, ଭାଇ ଏବଂ ଅନ୍ୟ ସମ୍ପର୍କୀୟମାନେ  ଏଭଳି ନାରକୀୟ କାଣ୍ଡ ଘଟାରିଛନ୍ତି। ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କକକୁ ନେଇ ପରିବାର ଲୋକେ ସମ୍ପୃକ୍ତ ଯୁବତୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ନାଣ୍ଡେଡ୍‌ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସମ୍ପୃକ୍ତ ଯୁବତୀଙ୍କୁ ହତ୍ୟା ଅଭିଯୋଗରେ ପୁଲିସ ପରିବାରର ୫ ଜଣଙ୍କୁ ଗିରଫ କରିଛି।

Advertisment

ମୁମ୍ବାଇଠାରୁ ୬୦୦ କିମି ଦୂର ଲିମ୍ବାଗାଁଓ ପୁଲିସ ଷ୍ଟେସନ ଅଧୀନ  ପିମ୍ପିରିତ ମହିପାଲ ଗ୍ରାମରୁ ଏହି ୫ ଜଣଙ୍କୁ ଗିରଫ କରାଯାଇଛି। ପରିବାର ଲୋକେ ସମ୍ପୃକ୍ତ ଯୁବତୀଙ୍କ ବେକକୁ ଦଉଡ଼ିରେ ଜାରି ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପରିବାର ଲୋକେ ଯୁବତୀଙ୍କ ମୃତ ଦେହକୁ ଜାଳି ଦେଇଥିଲେ। ହତ୍ୟାରେ ଶିକାର ହୋଇଥିବା ଛାତ୍ରୀ ଜଣକ ହୋମିଓପାଥି ମେଡିସିନ୍‌ ଏବଂ ସର୍ଜରୀର ସ୍ନାତକ ଥିଲେ। ପରିବାର ପକ୍ଷରୁ ତାଙ୍କ ବିବାହ ମଧ୍ୟ ସ୍ଥିର ହୋଇଥିଲା।  କିନ୍ତୁ ସେ ଯୁବତୀ ଜଣକ ସେହି ଗାଁରେ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଉଥିବା କହିଥିଲେ।

ଯୁବତୀଙ୍କ ନିଷ୍ପତ୍ତିରେ ପରିବାର ଲୋକେ ବିଗିଡ଼ି ଯାଇଥିଲେ। ଆଉ ସେମାନେ ସ୍ଥିର କରିଥିବା ବାହାଘର ଭାଙ୍ଗି ଯାଇଥିଲା। ପରେ ଯୁବତୀଙ୍କ ବାପା, ମାମୁଁ ଏବଂ ଅନ୍ୟ ସମ୍ପର୍କୀୟମାନେ ଯୁବତୀଙ୍କୁ ଏକ ଫାର୍ମ ହାଉସକୁ ନେଇ ଗତ ଜାନୁଆରୀ ୨୨ରେ ତାଙ୍କ ତଣ୍ଟିକୁ ଏକ ରସିରେ ଜାରି ହତ୍ୟା କରିଥିଲେ। ଆଉ ପ୍ରମାଣ ନଷ୍ଟ ପାଇଁ ତାଙ୍କ ମୃତ ଦେହକୁ  ଜାଳି ନଷ୍ଟ କରିଦେଇଥିଲେ। ଅଭିଯୁକ୍ତମାନଙ୍କୁ ଦଫଫା  ୩୦୨ ଏବଂ ଅନ୍ୟାନ୍ୟ ମାମଲାରେ ପୁଲିସ ଗିରଫ କରିଛି।

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe