Advertisment

Murder: ଭଉଣୀ ଓ ପାଳିତ ପୁଅ ମାରିଲେ, ଲିଭ ଇନ ପାର୍ଟନରଙ୍କ ପାଇଁ ଖୋଲିଲା ମହିଳାଙ୍କ ହତ୍ୟାର ଗୁମର

ଫେବୃଆରୀ ୧୯ରେ ଜୟଲକ୍ଷ୍ମୀଙ୍କ ମୃତଦେହ ମିଳିଥିବା ବେଳେ ଦିନକ ପରେ ଚାଲିଥିବା ଅନ୍ତିମ ସଂସ୍କାର ବେଳେ ଘଟଣା ନାଟକୀୟ ମୋଡ ନେଇଛି। ଶବବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ମହିଳାଙ୍କୁ ଅଣନିଃଶ୍ୱାସୀ କରି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି।

Jayalaxmi

ଜୟଲକ୍ଷ୍ମୀ ନିଜ ପୁତୁରାକୁ ପୁଅ ଭଳି ପାଳିଥିଲେ

Advertisment

ଫେବୃଆରୀ ୧୯ରେ କର୍ଣ୍ଣାଟକାର ଟୁମକୁରୁ ଜିଲ୍ଲାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଥିଲା। ସମସ୍ତ ପ୍ରଥମେ ଭାବିଥିଲେ ଯେ ୫୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ସ୍ୱାଭାବିକ ଢଙ୍ଗରେ ହୋଇଛି। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ମହିଳାଙ୍କୁ ତାଙ୍କ ଭଉଣୀ ଓ ପାଳିତ ପୁଅ ହତ୍ୟା(Murder) କରିଥିବା ସ୍ପଷ୍ଟ ହୋଇଛି। ଅଭିଯୁକ୍ତମାନେ ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ ଯୋଗିହାଲ୍ଲି ଗାଁରେ ପ୍ରସ୍ତୁତ ହେଉଥିବା ବେଳେ ହିଁ ହତ୍ୟାର ଗୁମର ଖୋଲିଛି।

Advertisment

ପୁଲିସ୍‌ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନସୂୟା ଓ ତାଙ୍କ ପୁଅ ଚନ୍ଦ୍ରଶେଖରଙ୍କୁ ଗିରଫ କରିଛି। ଏମାନେ ସ୍ଥାନୀୟ ବ୍ଲକ ଏଡୁକେସନ ଅଫିସରେ ପ୍ରଥମ ଡିଭିଜନ ଆସିସଷ୍ଟାଣ୍ଟ ଭାବେ କାମ କରୁଥିବା ଜୟଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ପୁଲିସ୍‌ କହିଛି।

ଫେବୃଆରୀ ୧୯ରେ ଜୟଲକ୍ଷ୍ମୀଙ୍କ ମୃତଦେହ ମିଳିଥିବା ବେଳେ ଦିନକ ପରେ ଚାଲିଥିବା ଅନ୍ତିମ ସଂସ୍କାର ବେଳେ ଘଟଣା ନାଟକୀୟ ମୋଡ ନେଇଛି। ଶବବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ମହିଳାଙ୍କୁ ଅଣନିଃଶ୍ୱାସୀ କରି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। 

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଜୟଲକ୍ଷ୍ମୀଙ୍କ ଲିଭ ଇନ ପାର୍ଟନର ଶ୍ରୀନିବାସଙ୍କ ଯୋଗୁ ହତ୍ୟାର ଗୁମର ଖୋଲିଛି। ଶ୍ରୀନିବାସ ପ୍ରଥମେ ଜୟଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରିଥିଲେ। ତାଙ୍କର ମୃତ୍ୟୁ ଅକସ୍ମାତ ନୁହେଁ, ବରଂ ଏହା ପଛରେ ଷଡ଼ଯନ୍ତ୍ର ଥିବା ପୁଲିସ୍‌କୁ କହିଥିଲେ। ଏହାପରେ ପୁଲିସ୍‌ ତଦନ୍ତ କରି ପୂରା ଘଟଣା ଉପରୁ ପରଦା ଉଠାଇଛି। 

ଜୟଲକ୍ଷ୍ମୀଙ୍କ ସ୍ୱାମୀ ଜଣେ ଶାରୀରିକ ଶିକ୍ଷାର ଶିକ୍ଷକ ଭାବେ କାମ କରୁଥିଲେ। କିନ୍ତୁ ୧୯ ବର୍ଷ ତଳେ ତାଙ୍କର ଦେହାନ୍ତ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଜୟଲକ୍ଷ୍ମୀ ପୁଣି ସଂସାର ଗଢ଼ିବାକୁ ଉଦ୍ୟମ କରି ଶ୍ରୀନିବାସଙ୍କ ସହ ଲିଭ ଇନରେ ରହିଥିଲେ। ଜୟଲକ୍ଷ୍ମୀଙ୍କ ଭଉଣୀ ହେଉଛନ୍ତି ଅନସୂୟା। ଅନସୂୟାଙ୍କୁ ତାଙ୍କ ସ୍ୱାମୀ ଛାଡ଼ି ଦେବାରୁ ସେମାନଙ୍କ ପୁଅ ଚନ୍ଦ୍ରଶେଖରଙ୍କୁ ଜୟଲକ୍ଷ୍ମୀ ନିଜର ପୁଅ ଭାବେ ଗ୍ରହଣ କରି ନେଇଥିଲେ। ତାଙ୍କର ଲାଳନପାଳନ କରିବା ସହ ପାଠପଢ଼ା ଖର୍ଚ୍ଚ ବହନ କରିଥିଲେ। କିନ୍ତୁ ଆଇନଗତ ଉପାୟରେ ସେ ଚନ୍ଦ୍ରଶଖରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବାର ପ୍ରମାଣ ନାହିଁ। ତଥାପି ସେ ତାଙ୍କୁ ପୁଅ ଭଳି ସବୁ ଅଧିକାର ଦେଉଥିଲେ। 

ସବୁ କିଛି ଦୀର୍ଘ ବର୍ଷ ଧରି ଠିକଠାକ ଚାଲିଥିଲା। କିନ୍ତୁ ବିବାଦ କିଛି ମାସ ତଳେ ଆରମ୍ଭ ହୋଇଥିଲା। ଅନସୂୟା ଓ ଚନ୍ଦ୍ରଶେଖର ମିଳିତ ଭାବେ ଜୟଲକ୍ଷ୍ମୀ ଓ ଶ୍ରୀନିବାସ ରହୁଥିବା ଘରକୁ ସ୍ଥାୟୀ ଭାବେ ରହିବାକୁ ଚାଲି ଆସିଥିଲେ। ବିବାଦ ଲାଗି ରହିବାରୁ ଜୟଲକ୍ଷ୍ମୀ ଓ ଶ୍ରୀନିବାସ ଗୋଟିଏ ନୂଆ ଭଡ଼ା ଘରକୁ ଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ।

ଜୟଲକ୍ଷ୍ମୀଙ୍କ ଏପରି ନିଷ୍ପତ୍ତି ଅନସୂୟା ଓ ଚନ୍ଦ୍ରଶେଖରଙ୍କୁ ଡରାଇବା ଆରମ୍ଭ କରିଥିଲା। ଜୟଲକ୍ଷ୍ମୀ ଏଠାରୁ ଚାଲିଗଲେ ସେମାନଙ୍କୁ ଆଉ ଆର୍ଥିକ ସହାୟତା କରିବେ ନାହିଁ। ସେହିପରି ନିଜର ସବୁ ସମ୍ପତ୍ତିକୁ ସେ ନିଜର ପାର୍ଟନର ଶ୍ରୀନିବାସଙ୍କ ନାଁରେ କରିଦେବେ ବୋଲି ସେମାନେ ଆଶଙ୍କା କରିଥିଲେ। ଏଥିପାଇଁ ମା’-ପୁଅ ମିଳିତ ଭାବେ ଜୟଲକ୍ଷ୍ମୀଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲେ।

ଜୟଲକ୍ଷ୍ମୀଙ୍କୁ ହତ୍ୟା କରି କ୍ଷତିପୂରଣ ଆକାରରେ ସେମାନେ ସରକାରୀ ଚାକିରି ମଧ୍ୟ ହାସଲ କରିନେବେ ବୋଲି ଭାବିଥିଲେ। ହେଲେ ଜୟଲକ୍ଷ୍ମୀଙ୍କ ଲିଭ ଇନ ପାର୍ଟନର ଶ୍ରୀନିବାସ ପାଇଁ ପୂରା ହତ୍ୟାର ଗୁମର ଖୋଲି ଯାଇଛି। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe