Advertisment

ଧୋକା ଦେଲା ସମଲିଙ୍ଗୀ ପାର୍ଟନର, ଲିଙ୍ଗ ବଦଳାଇବାର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ହତ୍ୟା କଲା ତାନ୍ତ୍ରିକ

ସମସ୍ତେ ମିଳିତ ଭାବେ ଝିଅରୁ ପୁଅ ହେବାକୁ ଚାହୁଁଥିବା ଜଣେ ଯୁବତୀଙ୍କୁ ମାରି ଦେଇଛନ୍ତି। ଉତ୍ତର ପ୍ରଦେଶର ଶାହଜାହାନବାଦ ଜିଲ୍ଲାରେ କଳାଯାଦୁ କରୁଥିବା ଜଣେ ତାନ୍ତ୍ରିକ ଲିଙ୍ଗ ବଦଳାଇ ଦେବ ବୋଲି କହି ଏପରି କାଣ୍ଡ ଘଟାଇଛି।

author-image
Hemant Lenka
tantrik

tantrik

ନିଜର ସମଲିଙ୍ଗୀ ପାର୍ଟନରଙ୍କୁ ଧୋକା ଦେଇଛନ୍ତି ଜଣେ ଯୁବତୀ। ମା’ଙ୍କ କଥାରେ ପଡ଼ି ନିଜର ସମଲିଙ୍ଗୀ ପାର୍ଟନରଙ୍କୁ ଜଣେ ତାନ୍ତ୍ରିକ ହାତରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଇଛନ୍ତି। 

Advertisment

ସମସ୍ତେ ମିଳିତ ଭାବେ ଝିଅରୁ ପୁଅ ହେବାକୁ ଚାହୁଁଥିବା ଜଣେ ଯୁବତୀଙ୍କୁ ମାରି ଦେଇଛନ୍ତି। ଉତ୍ତର ପ୍ରଦେଶର ଶାହଜାହାନବାଦ ଜିଲ୍ଲାରେ କଳାଯାଦୁ କରୁଥିବା ଜଣେ ତାନ୍ତ୍ରିକ ଲିଙ୍ଗ ବଦଳାଇ ଦେବ ବୋଲି କହି ଏପରି କାଣ୍ଡ ଘଟାଇଛି।  

ହତ୍ୟାର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ପୂନମ। ସେ ଆରସି ମିଶନ ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ରହୁଥିଲେ। ସେଠାରେ ରହିବା ସମୟରେ ପୁୱାୟାନର ପ୍ରୀତିଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଦୁଇ ଜଣ ଝିଅ ହୋଇଥିଲେ ମଧ୍ୟ ପରସ୍ପରକୁ ପ୍ରେମ କରିବା ଆରମ୍ଭ କରିଥିଲେ।

Advertisment

ସେମାନେ ସମଲିଙ୍ଗୀ ହୋଇଥିଲେ ବି ପରସ୍ପରକୁ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏହାକୁ ଉଭୟଙ୍କ ପରିବାର ଲୋକ ବିରୋଧ କରୁଥିଲେ। ପ୍ରୀତିଙ୍କ ସମ୍ପର୍କ ପୂନମଙ୍କ ସହ ଥିବାରୁ ଅନ୍ୟ ସ୍ଥାନରେ ମଧ୍ୟ ତାଙ୍କ ବାହାଘର ହୋଇ ପାରୁ ନଥିଲା।

ତେଣୁ ପୂନମଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ପ୍ରୀତିଙ୍କ ମା’ ଉର୍ମିଲା ଯୋଜନା କରିଥିଲେ। ଏଥିପାଇଁ ସେ ପ୍ରୀତିଙ୍କ ସହାୟତା ମଧ୍ୟ ନେଇଥିଲେ। ପ୍ରୀତି  ବି ପୂନମଙ୍କୁ ଧୋକା ଦେବାକୁ ପ୍ରସ୍ତୁତ ହୋଇ ଯାଇଥିଲେ। ଉର୍ମିଲା ନିଜ ଝିଅ ପ୍ରୀତିଙ୍କୁ ଧରି ମହମାଦି ଅଞ୍ଚଳରେ ରହୁଥିବା ତାନ୍ତ୍ରିକ ରାମନିବାସ ପାଖରେ ପହଞ୍ଚିଥିଲେ। ରାମନିବାସ ସହ ମିଶି ପୂନମଙ୍କୁ ହତ୍ୟା କରିବା ପାଇଁ ଉର୍ମିଲା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

ପ୍ରୀତି ପ୍ରଥମେ ତାନ୍ତ୍ରିକ ରାମନିବାସକୁ କହିଥିଲେ ଯେ ପୁନମ ଜଣେ ପୁରୁଷ ହେବାକୁ ଚାହୁଁଛନ୍ତି। ଏହା ଜାଣିବା ପରେ ପ୍ରୀତିଙ୍କ ମା’ ଉର୍ମିଲା ତୁରନ୍ତ ପୂନମଙ୍କୁ ଜାଲରେ ଫସାଇ ହତ୍ୟା କରିବାକୁ ତାନ୍ତ୍ରିକକୁ କହିଥିଲେ। ଏଥିପାଇଁ ସେ ରାମନିବାସକୁ ୧.୫ ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମେ ସେ ୫ ହଜାର ଟଙ୍କା ଦେଇଥିଲେ ଓ କାମ ସରିବା ପରେ ବାକି ଟଙ୍କା ମିଳିବ ବୋଲି କହିଥିଲେ।

ପ୍ରୀତି ମଧ୍ୟ ତାନ୍ତ୍ରିକ ଓ ତାଙ୍କ ମା’ ଉର୍ମିଲାଙ୍କ ଯୋଜନାରେ ସାମିଲ ହୋଇଥିଲେ। ଯୋଜନା ଅନୁସାରେ ପ୍ରୀତି ହିଁ ପୂନମଙ୍କୁ ଫୋନ କରିଥିଲେ ଓ ତାନ୍ତ୍ରିକ ଜଣକ ତାଙ୍କ ଲିଙ୍ଗ ପରିବର୍ତ୍ତନ କରିପାରିବେ ବୋଲି କହିଥିଲେ। ପ୍ରୀତିଙ୍କ କଥାରେ ବିଶ୍ୱାସ କରି ପୂନମ ଏପ୍ରିଲ ୧୮ରେ ଘରୁ ବାହାରିଥିଲେ।

ସେବେଠାରୁ ଆଉ ସେ ଘରକୁ ଫେରି ନଥିଲେ। ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳି ନଥିଲା। ଶେଷରେ ଏପ୍ରିଲ ୨୬ରେ ପୂନମଙ୍କ ଭାଇ ପୁଲିସ୍‌ର ଦ୍ୱାରସ୍ଥ ହୋଇ ଲିଖିତ ଭାବେ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ।

ପୁଲିସ୍‌ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ ପୂନମ ନିୟମିତ ଭାବେ ପ୍ରୀତି ଓ ରାମନିବାସ ସହ କଥା ହେଉଥିଲେ। ଏହା ଜଣାପଡ଼ିବା ପରେ ପୁଲିସ୍‌ ତାନ୍ତ୍ରିକ ରାମନିବାସକୁ ଉଠାଇ ଆଣିଥିଲା। ଜେରା ବେଳେ ସେ ସବୁ କଥା ପୁଲିସ୍‌ ଆଗରେ ସ୍ୱୀକାର କରିଛି।

ସେ ପୁଲିସ୍‌କୁ କହିଛି ଯେ ପୂନମଙ୍କୁ ଲିଙ୍ଗ ପରିବର୍ତ୍ତନର ପ୍ରତିଶ୍ରୁତି ଦେଇ ପ୍ରଥମେ ଜଙ୍ଗଲ ଭିତରକୁ ନେଇ ଯାଇଥିଲା। ଏହାପରେ ନଦୀ କୂଳରେ ଆଖି ବନ୍ଦ କରି ଶୋଇବାକୁ କହିଥିଲା। ପୂନମ ତା’ କଥା ମାନି ପୁରୁଷ ହେବା ଲୋଭରେ ନଦୀ କୂଳରେ ଆଖି ବନ୍ଦ କରି ଶୋଇ ପଡ଼ିଥିଲେ।

ଏହି ସମୟରେ ରାମନିବାସ ଗୋଟିଏ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇଥିଲା। ଏହାପରେ ପୂନମଙ୍କ ମୃତଦେହକୁ ଗୋଟିଏ ବୁଦା ମୂଳରେ ଲୁଚାଇ ଦେଇ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପୁଲିସ୍‌ ଏକଥା ଶୁଣିବା ପରେ ମଙ୍ଗଳବାର ପ୍ରୀତି ଓ ରାମନିବାସକୁ ଗିରଫ କରିଛି। ଏବେ ପ୍ରୀତିଙ୍କ ମା’ ଉର୍ମିଲାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

Murder Uttar Pradesh Same Sex Marriage