Advertisment

ନିର୍ଦ୍ଦୟ ଝିଅର ଜଘନ୍ୟ କାଣ୍ଡ; ମା’କୁ ମାରିଲା, ସୁଟକେଶ୍‌ରେ ଧରି ଥାନାରେ ପହଞ୍ଚିଲା

ଅଭିଯୁକ୍ତାଙ୍କ ନିଜ ଘର କୋଲକତାରେ ହୋଇଥିବା ବେଳେ ବିବାହ ପରେ ସେ ନିଜ ସ୍ୱାମୀଙ୍କ ସହ ବେଙ୍ଗାଲୁରୁରେ ରହୁଥିଲେ। ତାଙ୍କ ନିକଟରେ ତାଙ୍କ ଶାଶୁ ଓ ମା’ ମଧ୍ୟ ରହୁଥିଲେ।

Murder

Murder

Advertisment

ନିଜ ମା’ ସହ ହେଉଥିବା ସବୁଦିନିଆ କଳହ ଯୋଗୁ ଅତିଷ୍ଠ ହୋଇ ପଡ଼ିଥିଲା ଝିଅ। ଏହାର ଏକ ସ୍ଥାୟୀ ସମାଧାନ କରିବାକୁ ଯାଇ ଘଟାଇଲା ଜଘନ୍ୟ କାଣ୍ଡ। ଯେଉଁ ମା’ ଜନ୍ମ ଦେଇଥିଲା, ପଣତ କାନିରେ ପୋଛି ହାତ ଧରି ବଡ଼ କରିଥିଲା ଶେଷରେ ତା’ର ଜୀବନ ନେବାକୁ ପଛାଇଲା ନାହିଁ ନିର୍ଦ୍ଦୟ ଝିଅ। ନିଜ ମା’କୁ ହତ୍ୟା ପରେ ଏକ ସୁଟକେଶରେ ଭର୍ତ୍ତି କରି ପୁଲିସ୍‌ ଷ୍ଟେଶନରେ ପହଞ୍ଚିଲା ଝିଅ। ଶେଷରେ ପୁଲିସ୍‌ ମୃତଦେହ ଜବତ କରି ଅଭିଯୁକ୍ତା ଝିଅକୁ ଗିରଫ କରିଛି। ଏପରି ଏକ ଲୋମଟାଙ୍କୁରା ଘଟଣା ବେଙ୍ଗାଲୁରୁରେ ଘଟିଛି। ଅଭିଯୁକ୍ତା ଝିଅର ବୟସ ୩୯ ବର୍ଷ ହୋଇଥିବା ବେଳେ ସେ ବେଙ୍ଗାଲୁରୁରେ ଜଣେ ଫିଜିଓଥେରାପିଷ୍ଟ ଭାବେ କାମ କରୁଥିଲେ।

Advertisment

ଅଭିଯୁକ୍ତାଙ୍କ ନିଜ ଘର କୋଲକତାରେ ହୋଇଥିବା ବେଳେ ବିବାହ ପରେ ସେ ନିଜ ସ୍ୱାମୀଙ୍କ ସହ ବେଙ୍ଗାଲୁରୁରେ ରହୁଥିଲେ। ତାଙ୍କ ନିକଟରେ ତାଙ୍କ ଶାଶୁ ଓ ମା’ ମଧ୍ୟ ରହୁଥିଲେ।

ହେଲେ ବିଭିନ୍ନ କାରଣରୁ ତାଙ୍କର ନିଜ ମା’ଙ୍କ ସହ ସମ୍ପର୍କ ଭଲ ନ ଥିଲା। ଏପରିକି ଉଭୟ ମା’ ଝିଅଙ୍କ ମଧ୍ୟରେ ଝଗଡ଼ା ଏକ ନିୟମିତ କଥାରେ ପରିଣତ ହୋଇଥିଲା। ଏଥିରେ ଅତିଷ୍ଠ ହୋଇ ମହିଳାଜଣକ ଘଟଣାଦିନ ନିଜ ବେଡରୁମ୍‌ରେ ଏକ ଧାରୁଆ ଅସ୍ତ୍ରରେ ମା’ଙ୍କୁ ହତ୍ୟା କରିଥିଲେ।

Advertisment

ଏହାପରେ ମା’ଙ୍କ ମୃତଦେହକୁ ଏକ ସୁଟକେଶ୍‌ରେ ଭର୍ତ୍ତି କରି ନିକଟସୋଥ ପୁଲିସ୍‌ ଷ୍ଟେଶନରେ ପହଞ୍ଚିଥିଲେ। ପୁଲିସ୍‌ ସୁଟକେଶରେ ଜଣେ ମହିଳାଙ୍କ ମୃତଦେହ ଦେଖି ତାଜୁବ ହୋଇ ଯାଇଥିଲା। ଏହାପରେ ଘଟଣା ସମ୍ପର୍କରେ ଅଭିଯୁକ୍ତାଜଣକ ପୁଲିସ୍‌କୁ ସବିଶେଷ ତଥ୍ୟ ଦେଇଥିଲେ।

ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତା ମହିଳାଙ୍କୁ ଗିରଫ କରିଛି। ଘଟଣା ବେଳେ ମହିଳାଙ୍କ ସ୍ୱାମୀ ବାହାରକୁ ଯାଇଥିବା ବେଳେ ତାଙ୍କ ଶାଶୂ ଅନ୍ୟ ରୁମ୍‌ରେ ଥିବାରୁ ଜାଣି ପାରି ନ ଥିବା ପୁଲିସ୍‌କୁ କହିଛନ୍ତି।

Murder Mother Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe