Dog
ବେଙ୍ଗାଲୁରୁର ଜଣେ ମହିଳା ତାଙ୍କ ଫ୍ଲାଟରେ ନିଜର ପୋଷା କୁକୁରକୁ ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ୪ ଦିନ କାଳ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ପଶୁ ବଳି ଭଳି ପରମ୍ପରା ଜାଲରେ ପଡ଼ି ଏପରି କରିଥିବା କୁହାଯାଉଛି। ବେଙ୍ଗାଲୁରୁ ପୌରପାଳିକା ଓ ପୁଲିସ୍ ମିଳିତ ଭାବେ ମହିଳାଙ୍କ ଘରୁ କୁକୁର ଅଧା ପୋଚି ଯାଇଥିବା ମୃତଦେହକୁ ଜବତ କରିଛନ୍ତି। ସେହିପରି ପୁଲିସ୍ ମହିଳାଙ୍କୁ ଗିରଫ କରିଛି।
ଅଭିଯୁକ୍ତ ମହିଳା ଜଣଙ୍କ ହେଲେ ତ୍ରିପର୍ଣ୍ଣା ପୈକ। ତାଙ୍କ ପ୍ରକୃତ ଘର ପଶ୍ଚିମବଙ୍ଗରେ। କିନ୍ତୁ ମହାଦେବପୁରାରେ ଥିବା ଗୋଟିଏ ଆପାର୍ଟମେଣ୍ଟର ଫ୍ଲାଟରେ ସେ ରହୁଥିଲେ। ତ୍ରିପର୍ଣ୍ଣା କିଛି ଦିନ ତଳେ ନିଜର ଲାବ୍ରାଡରର ତଣ୍ଟି କାଟି ହତ୍ୟା କରିଥିଲେ। ଏହାପରେ ମୃତଦେକୁ କପଡ଼ାରେ ଗୁଡ଼ାଇ ପ୍ଲାଟ ଭିତରେ ରଖି ଦେଇଥିଲେ।
କିନ୍ତୁ ଫ୍ଲାଟରୁ ଦୁର୍ଗନ୍ଧ ବାହାରିବାରୁ ସେଠାରେ ରହୁଥିବା ଅନ୍ୟମାନେ ଅଭିଯୋଗ କରିଥିଲେ। ଏହାର କାରଣ ଜାଣିବା ପାଇଁ ବେଙ୍ଗାଲୁରୁ ପୌରପାଳିକାର ସଦସ୍ୟମାନେ ଆସିଥିଲେ। ସେମାନେ ତ୍ରିପର୍ଣ୍ଣାଙ୍କ ଘର ଭିତରକୁ ଯିବାକୁ ଚେଷ୍ଟା କରିବାକୁ ସେ ବିରୋଧ କରିଥିଲେ। ଏପରି କି ସେ ଆତ୍ମହତ୍ୟା କରି ଦେବେ ବୋଲି ଧମକ ଦେଇଥିଲେ। ଶେଷରେ ପୁଲିସ୍କୁ ଆସିବାକୁ ପଡ଼ିଥିଲା।
ତ୍ରିପର୍ଣ୍ଣାଙ୍କ ଫ୍ଲାଟରୁ ଅଧିକାରୀମାନେ ଗୋଟିଏ କୁକୁର ଅଧା ପୋଚି ଯାଇଥିବା ମୃତଦେକୁ ଜବତ କରିଥିବା ବେଳେ ଆଉ ୨ଟି କୁକୁରଙ୍କୁ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଉଦ୍ଧାର କରିଛନ୍ତି। ସେମାନେ ମଧ୍ୟ ଲାବ୍ରଡର ପ୍ରଜାତିର। ପ୍ରକୃତରେ ତ୍ରିପର୍ଣ୍ଣା ୪ଟି ଲାବ୍ରଡର ପ୍ରଜାତିର କୁକୁର ରଖିଥିଲେ। କିନ୍ତୁ ଏହା ମଧ୍ୟରୁ ୪ ମାସ ତଳେ ଗୋଟିଏର ମୃତ୍ୟୁ ହୋଇଯାଇଥିଲା। ଏବେ ୪ ଦିନ ତଳେ ସେ ଗୋଟିଏ କୁକୁରର ବେକ କାଟି ହତ୍ୟା କରିଥିଲେ।
ଘର ଭିତରୁ ବିଭିନ୍ନ ପ୍ରକାରର ଦେବାଦେବୀଙ୍କ ଫଟୋ ଓ ପୂଜାପାଠର ସାମଗ୍ରୀ ମିଳିଛି। ତେଣୁ ସେ କୌଣସି କଳାଯାଦୁ ବା ବଳି ପ୍ରଥାର ଅଭ୍ୟାସ କରୁଥିଲେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମୃତ କୁକୁରର ବ୍ୟବଚ୍ଛେଦ ରିପୋର୍ଟରୁ ୪ ଦିନ ତଳେ ତାକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Dog_1751113321.jpg)