Advertisment

ଚୁଟି ଶୁଖେଇବା ବେଳେ ବ୍ଲାଷ୍ଟ ହେଲା ହେୟାର ଡ୍ରାୟର୍‌, ଛିଣ୍ଡି ଗଲା ଦୁଇ ହାତ

ଯେଉଁ ହେୟାର ଡ୍ରାୟର୍‌ରେ ବିସ୍ଫୋରଣ ହୋଇଥିଲା ତାହା କିଛି ଦିନ ତଳେ ହିଁ କୁରିଅରରେ ଆସିଥିଲା।

Hair Dryer Blast

Hair Dryer Blast

Advertisment

ଚୁଟି ଶୁଖେଇବା ବେଳେ ହେଲା ହେୟାର ଡ୍ରାୟର୍‌ରେ ବିସ୍ପୋରଣ। ସହିଦ ଯବାନଙ୍କ ପତ୍ନୀଙ୍କ ଛିଣ୍ଡି ଗଲା ଦୁଇ ହାତ। ଏଭଳି କିଛି ଭୟଙ୍କର ଦୁର୍ଘଟଣା ଘଟିଛି କର୍ଣ୍ଣାଟକର ବାଗଲକୋଟ ଅଞ୍ଚଳରେ।

Advertisment

କର୍ଣ୍ଣାଟକର ବାଗାଲକୋଟ। ଏଠାରେ ଜଣେ ମହିଳା ହେୟାର ଡ୍ରାୟର ମେସିନ୍‌ରେ ନିଜ ଚୁଟି ଶୁଖାଉଥିଲେ। ତେବେ ଏତିକି ବେଳେ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଛି। ଫଳରେ ମହିଳା ଜଣଙ୍କ ଗୁରୁତର ଆହତ ହେବା ସହ ବିସ୍ଫୋରଣରେ ତାଙ୍କର ଦୁଇ ହାତ ମଧ୍ୟ ଛିଣ୍ଡି ଯାଇଛି। ପୀଡିତ ମହିଳା ଜଣକ ହେଲେ ବସମ୍ମା ୟାରାନଲ୍‌। ସେ ଜଣେ ପୂର୍ବତନ ସେନା ଯବାନଙ୍କ ପତ୍ନୀ।

କୁହାଯାଉଛି ଯେ, ଯେଉଁ ହେୟାର ଡ୍ରାୟର୍‌ରେ ବିସ୍ଫୋରଣ ହୋଇଥିଲା ତାହା କିଛି ଦିନ ତଳେ ହିଁ ଡେଲିଭରୀ ହୋଇଥିଲା। ଏହାକୁ ଏକ ଡିଟିଡିସି କରିଅର ଦ୍ୱାରା ଡେଲିଭରୀ କରାଯାଇଥିଲା। ଏହି କମ୍ପାନୀର ପାର୍ସଲ ଉପରେ ଶଶିକଳାଙ୍କ ନାମ ଏବଂ ମୋବାଇଲ୍ ନମ୍ବର ଲେଖାଯାଇଥିଲା। ଯେତେବେଳେ କ୍ୟୁରିଅର୍ ସେବା ତାଙ୍କ ସହ ଯୋଗାଯୋଗ କରିଥିଲା ସେତେବେଳେ ଶଶିକଳା ବାହାରେ ଥିଲେ।

Advertisment

ଏଭଳି ସ୍ଥିତିରେ ଶଶିକଳା ବସାମ୍ମାଙ୍କୁ ପାର୍ସଲ ରିସିଭ କରିବାକୁ କହିବା ସହ ଏହାକୁ ଖୋଲି ଯାଞ୍ଚ କରିବାକୁ କହିଥିଲେ। ତେବେ ବସମ୍ମା ଏହାକୁ ଯାଞ୍ଚ କରିବା ବେଳେ ଏଥିରେ ବିସ୍ଫୋରଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ହେୟାର ଡ୍ରାୟର ବିଶାଖାପାଟନମରେ ତିଆରି ହୋଇଥିଲା ଏବଂ ବାଗଲକୋଟରୁ ପଠାଯାଇଥିଲା। ପାର୍ସଲ ପଠାଇଥିବା ଲୋକଙ୍କ ଉପରେ ପୁଲିସ ସନ୍ଦେହ କରୁଛି। ବିଭିନ୍ନ ଏଙ୍ଗେଲରୁ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Karnataka Hair Dryer Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe