Advertisment

୬ ଜଣଙ୍କୁ ବାହା ହୋଇ ଟଙ୍କା ଓ ଅଳଙ୍କାର ନେଇ ପଳାଇଥିଲେ, ୭ମ ଉଦ୍ୟମରେ ଧରା ପଡ଼ିଲେ ମହିଳା

ମହିଳା ଜଣଙ୍କ ଧରା ପଡ଼ିବା ପରେ ତାଙ୍କ ପଛରେ କାମ କରୁଥିବା ପୂରା ରାକେଟର ପର୍ଦ୍ଦାଫାସ ହୋଇଛି।

UP

UP

Advertisment

ଜଣେ ଚତୁର ତଥା ବିଚକ୍ଷଣ ମହିଳାଙ୍କ ସାଂଘାତିକ କାରନାମା ସାମ୍ନାକୁ ଆସିଛି। ମହିଳା ଜଣଙ୍କ ୬ ଜଣ ପୁରୁଷଙ୍କୁ ବିବାହ କରିବା ପରେ ସେମାନଙ୍କ ଠାରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। କିନ୍ତୁ ସେ ୭ମ ବିବାହ କରିବାକୁ ଯାଉଥିବା ବେଳେ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି।

Advertisment

ମହିଳା ଜଣଙ୍କ ଧରା ପଡ଼ିବା ପରେ ତାଙ୍କ ପଛରେ କାମ କରୁଥିବା ପୂରା ରାକେଟର ପର୍ଦ୍ଦାଫାସ ହୋଇଛି। ପୁଲିସ୍‌ ଉତ୍ତର ପ୍ରଦେଶରୁ ବନ୍ଦାରୁ ୨ ଜଣ ମହିଳା ଓ ୨ ଜଣ ପୁରୁଷଙ୍କୁ ଗିରଫ କରିଛି। ଏହି ରାକେଟ ସିଙ୍ଗଲ ପୁରୁଷମାନଙ୍କୁ ବାହାଘରର ଲୋଭ ଦେଖାଇ ନିଜ ଜାଲରେ ଫସାଉଥିଲେ ଓ ଏହାପରେ ସେମାନଙ୍କ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟ କରୁଥିଲେ।

ପୁଲିସ କହିଛି ଯେ ପୂନମ ମିଶ୍ରା ନାମକ ମହିଳା ସବୁ ମାମଲାରେ କନିଆଁ ସାଜୁଥିବା ବେଳେ ରାକେଟରେ ଥିବା ସଞ୍ଜନା ଗୁପ୍ତା ତାଙ୍କ ମା’ ବନୁଥିଲେ। ଗିରଫ ଦୁଇ ବ୍ୟକ୍ତି ବିମଲେଶ ବର୍ମା ଓ ଧମେନ୍ଦ୍ର ପ୍ରଜାପତି ଟାର୍ଗେଟକୁ ଚିହ୍ନଟ କରୁଥିଲେ ଓ ପୂନମଙ୍କୁ ସେମାନଙ୍କ ସହ ଭେଟ କରାଉଥିଲେ। ସେମାନେ ବାହାଘର ଠିକ କରିବା ପାଇଁ ଟାର୍ଗେଟମାନଙ୍କ ଠାରୁ ଟଙ୍କା ମଧ୍ୟ ନେଉଥିଲେ।

Advertisment

ଏହାପରେ କେବଳ କୋର୍ଟ ବିବାହ ପରେ ପୂନମ ବରର ଘରକୁ ଯାଉଥିଲେ। ସେଠାରେ ସୁଯୋଗ ଦେଖି ଟଙ୍କା ଓ ସୁନା ଅଳଙ୍କାର ଧରି ଚମ୍ପଟ ମାରୁଥିଲେ। ପୂନମ ଆଣ୍ଡ କୋ ଏଭଳି ଭାବେ ୬ ଜଣଙ୍କୁ ନିଜ ଜାଲରେ ଫସାଇଥିଲେ। ୬ ଜଣଙ୍କୁ ପୂନମ କୋର୍ଟରେ ବାହା ହେବା ପରେ ସୁଯୋଗ ଦେଖି ସେମାନଙ୍କ ଲୁଟ କରି ଫେରାର ହୋଇଯାଇଥିଲେ।

ସେ ୭ମ ଥର ପାଇଁ ଶଙ୍କର ଉପାଧ୍ୟାୟଙ୍କୁ ନିଜ ଜାଲରେ ଫସାଇବାକୁ ଚେଷ୍ଟା କରିଥିଲେ। ହେଲେ ଚତୁର ଶଙ୍କର ଉପାଧ୍ୟାୟ ପୁଲିସ୍‌କୁ ଏ ସମ୍ପର୍କରେ ସୂଚନା ଦେଇଥିବାରୁ ପୂନମ ତାଙ୍କ ଯୋଜନାରେ ସଫଳ ହୋଇନାହାନ୍ତି।

ଅଭିଯୋଗକାରୀ ଶଙ୍କର ଉପାଧ୍ୟାୟ ଅଭିଯୋଗ କରିଛନ୍ତି ଯେ ସେ ବିବାହ କରି ନଥିବାରୁ ଭଲ ଝିଅଟିଏ ଖୋଜୁଥିଲେ। ଏହି ସମୟରେ ବିମଲେଶ ତାଙ୍କ ପାଖକୁ ଆସିଥିଲେ ଓ ଦେଢ଼ ଲକ୍ଷ ଟଙ୍କା ଦେଲେ ସେ ନିଶ୍ଚିତ ତାଙ୍କ ବାହାଘର ଠିକ କରିଦେବେ ବୋଲି କହିଥିଲେ। ଏଥିରେ ମଧ୍ୟ ଶଙ୍କର ରାଜି ହୋଇଯାଇଥିଲେ।

ଶନିବାର ବିମଲେଶ ଅଭିଯୋଗକାରୀ ଶଙ୍କରଙ୍କୁ ଫୋନ କରି କୋର୍ଟକୁ ଡାକିଥିଲେ ଓ ତାଙ୍କ ପୂନମଙ୍କ ସହ ପରିଚୟ କରାଇଥିଲେ। ଏହି ସମୟରେ ସେମାନେ ଦେଢ଼ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ। କିନ୍ତୁ ଶଙ୍କର ଉପାଧ୍ୟାୟ ପୂନମ ଓ ତାଙ୍କ ମା’ ଭୂମିକାରେ ଥିବା ସଞ୍ଜନାଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଥିଲେ। ଏଥିସହ ସେମାନଙ୍କୁ ଆଧାର କାର୍ଡ ମାଗିଥିଲେ। ହେଲେ ସେମାନେ ଦେଇ ନଥିଲେ।

ଏଥିଯୋଗୁ ଉପାଧ୍ୟାୟ ବାହା ହେବାକୁ ମନା କରିଦେଇଥିଲେ। କିନ୍ତୁ ସେମାନେ ତାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ। ଏଥିସହ ମିଛ କେସ୍‌ରେ ଫସାଇ ଦେବେ ବୋଲି କହିଥିଲେ। ଏଥିରେ ଉପାଧ୍ୟାୟ ଡରି ଯାଇଥିଲେ ହେଁ ଭାବିବାକୁ କିଛି ସମୟ ଦରକାର ବୋଲି କହି ସେଠାରୁ ଚାଲି ଆସିଥିଲେ। ଏହାପରେ ସେ ପୁଲିସ୍‌କୁ ଖବର ଦେଇଥିଲେ।

ବନ୍ଦାର ଅତିରିକ୍ତ ଏସ୍‌ପି ଶିବ ରାଜ କହିଛନ୍ତି, ବାହାଘର ନାଁରେ ଜଣେ ମହିଳା ଠକେଇ କରୁଥିବା ଅଭିଯୋଗ ଆସିଥିଲା। ଏନେଇ ତୁରନ୍ତ ଗୋଟିଏ ଟିମକୁ ଆଲର୍ଟ କରାଯାଇଥିଲା। ଉକ୍ତ ଟିମ ତୁରନ୍ତ ପଦକ୍ଷେପ ଗ୍ରହଣ କରି ୨ ଜଣ ମହିଳାଙ୍କ ସହ ୪ ଜଣଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗର ସଦସ୍ୟମାନେ ବାହା ହୋଇ ନଥିବା ବ୍ୟକ୍ତିମାନଙ୍କୁ ଟାର୍ଗେଟ କରୁଥିଲେ। ଏହାପରେ ଟଙ୍କା ଓ ସୁନା ଗହଣା ଲୁଟ କରୁଥିଲେ ବୋଲି ରାଜ କହିଛନ୍ତି।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe