Advertisment

Woman 'Marries' Lover's Body : ମୁଁ ସବୁବେଳେ ତାଙ୍କର: ପ୍ରେମିକଙ୍କୁ ମାରିଦେଲେ ପରିବାର ଲୋକ, ଶବକୁ ବାହା ହେଲେ ପ୍ରେମିକା

ଯେଉଁ ପ୍ରେମିକଙ୍କୁ ସେ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ ଆଜି ସେ ମୃତ। ସାମ୍ନାରେ ପ୍ରେମିକର କ୍ଷତାକ୍ତ ମୃତଦେହ ଦେଖି ପାଗଳ ପ୍ରାୟ ପ୍ରେମିକା। ହେଲେ ସେ ବଞ୍ଚିଥିବା ବେଳେ ପ୍ରେମିକଙ୍କୁ ଦେଇଥିବା କଥାକୁ ପୂରଣ କରିଛନ୍ତି।

aI

ଏଆଇ ଫଟୋ

Advertisment

ମୁଁ ସବୁବେଳେ ତାଙ୍କର। ଆମ ପ୍ରେମ ଅମର। ଆମକୁ କେହି ବି ଅଲଗା କରିପାରିବେ ନାହିଁ। ମୁଁ ତାଙ୍କର ସବୁବେଳେ ଥିଲି ଓ ତାଙ୍କର ସବୁବେଳେ ହୋଇ ରହିବି। ଆଜି ଆମ ପ୍ରେମ ଜିତି ଯାଇଛି। ଏହା କୌଣସି ଫିଲ୍ମର ଡାଏଲଗ ନୁହେଁ, ବରଂ ଜଣେ ପ୍ରେମିକାର ଛାତି ଥରା ଚିତ୍କାର।

Advertisment

ଯେଉଁ ପ୍ରେମିକଙ୍କୁ ସେ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ ଆଜି ସେ ମୃତ। ସାମ୍ନାରେ ପ୍ରେମିକର କ୍ଷତାକ୍ତ ମୃତଦେହ ଦେଖି ପାଗଳ ପ୍ରାୟ ପ୍ରେମିକା। ହେଲେ ସେ ବଞ୍ଚିଥିବା ବେଳେ ପ୍ରେମିକଙ୍କୁ ଦେଇଥିବା କଥାକୁ ପୂରଣ କରିଛନ୍ତି। ସେମାନଙ୍କ ପ୍ରେମ ସବୁବେଳେ ଅମର। ସେମାନଙ୍କ ପ୍ରେମ ସବୁବେଳେ ଶାଶ୍ୱତ। ସେମାନଙ୍କ ପ୍ରେମ ସବୁବେଳେ ଚିରନ୍ତନ। ଏହାକୁ ଅକ୍ଷରେ ଅକ୍ଷରେ ପ୍ରେମିକା ଜଣଙ୍କ ନିଭାଇଛନ୍ତି।

୨୧ ବର୍ଷର ଯୁବତୀ ଜଣଙ୍କ ପ୍ରେମିକାର ଶବକୁ ବାହା ହୋଇଛନ୍ତି। ପ୍ରେମିକ ନାଁରେ ସେ ସିନ୍ଦୂର ପିନ୍ଧି ପୁଣି ବିଧବା ସାଜିଛନ୍ତି। ପ୍ରେମିକର ମୃତଦେହରେ ପରମ୍ପରା ଅନୁସାରେ ହଳଦୀ ମାରି ଶେଷ ବିଦାୟ ଜଣାଇଛନ୍ତି। ପ୍ରେମିକ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି ସତ, ହେଲେ ସେ ତାଙ୍କ ବିଧବା ସାଜି ସାରା ଜୀବନ କାଟିବାକୁ ପ୍ରତିଜ୍ଞା କରିଛନ୍ତି। ପ୍ରେମିକଙ୍କ ଘରେ ସେ ବୋହୂ ଭଳି ଚଳିବେ ବୋଲି ପୂରା ଦେଶକୁ ଜଣାଇଛନ୍ତି।

Advertisment

ମହାରାଷ୍ଟ୍ର(Maharashatra)ର ନାନ୍ଦେଦ ଜିଲ୍ଲାରୁ ଆସିଛି ଏପରି ଏକ ଭୟଙ୍କର ଘଟଣା। ୨୧ ବର୍ଷୀୟ ଯୁବତୀ ଜଣଙ୍କ ତାଙ୍କ ପ୍ରେମିକଙ୍କୁ ବିବାହ କରିଛି। ପ୍ରେମିକଙ୍କ ନାଁରେ ସିନ୍ଦୂର ନିଜ ମଥାରେ ଲଗାଇଛନ୍ତି। ଏହାର କିଛି ଘଣ୍ଟା ପୂର୍ବରୁ ଯୁବତୀଙ୍କ ପରିବାର ଲୋକେ ହିଁ ଅତ୍ୟନ୍ତ ନିର୍ମମ ଭାବେ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିଥିଲେ। କାରଣ ହେଲା ଯୁବତୀ ଜଣଙ୍କ ଅଲଗା ଜାତିର ପୁଅକୁ ଭଲ ପାଉଥିଲେ ଓ ତାଙ୍କୁ ଜୀବନ ସାଥୀ ରୂପେ ପାଇବାକୁ ଚାହୁଁଥିଲେ। ଯୁବକଙ୍କୁ ସିନା ପରିବାର ଲୋକ ମାରିଦେଲେ, କିନ୍ତୁ ନିଜ ଝିଅକୁ ହରାଇଲେ। ସେମାନଙ୍କ ପ୍ରେମ ଆଜି ଅମର ହୋଇଗଲା। 

ମୃତକ ଜଣଙ୍କ ହେଲେ ୨୫ ବର୍ଷୀୟ ସକ୍ଷମ ଟେଟେ। ପ୍ରାୟ ୩ ବର୍ଷ ହେଲା ୨୧ ବର୍ଷୀୟ ଆଞ୍ଚଲ ମାମିଦୱାରଙ୍କ ସହ ସେ ପ୍ରେମ ସମ୍ପର୍କରେ ରହିଥିଲେ। ୩ ବର୍ଷର ପ୍ରେମ ସମ୍ପର୍କ ସାମ୍ନାକୁ ଆସିବା ପରେ ଆଞ୍ଚଲଙ୍କ ପରିବାରରେ ଆରମ୍ଭ ହୋଇଥିଲା ବିବାଦ। ଦୁଇ ଜଣଙ୍କ ଜାତି ସାମନ ହୋଇ ନଥିବାରୁ ପ୍ରେମ ସମ୍ପର୍କକୁ ଆଞ୍ଚଲଙ୍କ ପରିବାର ଲୋକ ଦେଇ ନଥିଲେ ସ୍ୱୀକୃତି। 

ଆଞ୍ଚଲଙ୍କ ପରିବାର ଲୋକଙ୍କ ସହ ସକ୍ଷମ ବେଶ ପରିଚିତ। ଆଞ୍ଚଲଙ୍କ ଭାଇ ହିମେଶ ମାମିଦୱାରଙ୍କ ବନ୍ଧୁ ହେଉଛନ୍ତି ସକ୍ଷମ। ଦୁଇ ଜଣ ସାଙ୍ଗ ହୋଇଥିବାରୁ ଅନେକ ସମୟରେ ହିମେଶଙ୍କ ଘରକୁ ଯାଆନ୍ତି ସକ୍ଷମ। ଏହି ସମୟରେ ଆଞ୍ଚଲଙ୍କ ସହ ତାଙ୍କର ନିବିଡ଼ତା ବଢ଼ିଥିଲା। ୩ ବର୍ଷ ହେଲା ଆଞ୍ଚଲ ଓ ସକ୍ଷମଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଥିଲେ ହେଁ ଏକଥା କାହାକୁ ଜଣା ନଥିଲା। 

କିନ୍ତୁ ନିକଟରେ ଆଞ୍ଚଲଙ୍କ ବାପା ଗଣେଶ ଏହି ଇଣ୍ଟରକାଷ୍ଟ ପ୍ରେମ ସମ୍ପର୍କରେ ବାବଦରେ ଜାଣି ଦେଇଥିଲେ। ଏହାକୁ ନେଇ ସେ ପୂରା ରାଗି ଯାଇଥିଲେ। ଉଭୟଙ୍କୁ ପରସ୍ପର ଠାରୁ ଦୂରେଇ ରହିବାକୁ କହିଥିଲେ। ହେଲେ ପ୍ରେମ ବନ୍ଧ ବାଡ଼ ମାନି ନଥାଏ। ଦୁଇ ପ୍ରେମ ପକ୍ଷୀ ପୂର୍ବଭଳି ନିଜର ସମ୍ପର୍କକୁ ଆଗକୁ ନେଇଥିଲେ।

ସେମାନେ କିଛି ନ ଶୁଣିବାରୁ ସକ୍ଷମଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ଗଣେଣ। ଏଥିରେ ସେ ନିଜ ଦୁଇ ପୁଅ ହିମେଶ ଓ ସାହିଲଙ୍କୁ ସାମିଲ କରିଥିଲେ। ସେମାନଙ୍କ ସହ ଆଉ ୩ ଜଣ ମଧ୍ୟ ଯୋଗଦେଇଥିଲେ। ନଭେମ୍ବର ୨୭ରେ ସମସ୍ତେ ଜୁନା ଗଞ୍ଜ ଅଞ୍ଚଳରେ ସକ୍ଷମକୁ ପାଇ ଧମକ ଚମକ ଦେଇଥିଲେ।

ସକ୍ଷମ ମଧ୍ୟ ଜଣେ ସାଙ୍ଗଙ୍କ ସହ ଥିବାରୁ ଦୁଇ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ମାରପିଟ। ଏତିକି ବେଳେ ହିମେଶ ନିଜ ପାଖରେ ରଖିଥିବା ବନ୍ଧୁକରୁ ଗୋଟିଏ ଗୁଳି ମାଡ଼ କରିଥିଲେ। ଏହା ସିଧା ସକ୍ଷମଙ୍କ ପଞ୍ଜରାରେ ମାଡ଼ ହୋଇଥିଲା। ଏହାପରେ ଅଭିଯୁକ୍ତମାନେ ସକ୍ଷମଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ତାଙ୍କ ମୁଣ୍ଡକୁ ପଥରରେ ଛେଚି ଦେବାକୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। 

ପୁଲିସ୍‌ ଘଟଣାରେ ହିମେଶ, ସାହିଲ ଓ ତାଙ୍କ ବାପାଙ୍କୁ ଗିରଫ କରିଛି। ସେମାନେ ୩ ଦିନିଆ ପୁଲିସ୍‌ ରିମାଣ୍ଡରେ ରହିଛନ୍ତି। ବାକି ୩ ଜଣଙ୍କୁ ପୁଲିସ୍‌ ଖୋଜିବାରେ ଲାଗିଛି। 

କିନ୍ତୁ ଏପରି ନର୍ମମ ହତ୍ୟାକାଣ୍ଡ ପରେ ଘଟିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଘଟଣା ଘଟିବାର ଦିନକରେ ସକ୍ଷମଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିଲେ ତାଙ୍କ ପରିବାର ଲୋକ। ଏତିକି ବେଳେ ହଠାତ୍‌ କାନ୍ଦିକାନ୍ଦି ସେଠାରେ ପହଞ୍ଚିଥିଲେ ଆଞ୍ଚଲ। ସମସ୍ତେ ଦୁଃଖରେ ରହିଥିବେ ବେଳେ ସର୍ବସମ୍ମୁଖରେ ନିଜ ପ୍ରେମିକ ସକ୍ଷମଙ୍କୁ ବାହା ହେବାକୁ ଘୋଷଣା କରିଥିଲେ। ଏହାପରେ ପରମ୍ପରା ଅନୁସାରେ ସବୁ କିଛି କରିଥିଲେ। ଭାରତୀୟ ସଂସ୍କୃତିର ବାହାଘର ପରମ୍ପରା ଅନୁସାରେ ସକ୍ଷମଙ୍କ ମୃତଦେହରେ ହଳଦୀ ଲଗାଯାଇଥିଲା। ଆଞ୍ଚଲ ମଧ୍ୟ ନିଜ ମଥାରେ ସିନ୍ଦୂର ଓ ଗାଲରେ ହଲଦୀ ଲଗାଇ ସକ୍ଷମଙ୍କ ମୃତଦେହକୁ ବିବାହ କରିଥିଲେ। 

ଏହାପରେ ସେ କୋହ ଭରା କଣ୍ଠରେ କହିଥିଲେ ଯେ “ସେ ଚାଲିଯାଇଥିଲେ ହେଁ ମୁଁ ସବୁବେଳେ ତାଙ୍କର ହୋଇ ରହିବି। ମୁଁ ନ୍ୟାୟ ଚାହେଁ। ଯେଉଁମାନେ ମୋ ସକ୍ଷମଙ୍କୁ ନେଇ ଯାଇଛନ୍ତି, ସେମାନଙ୍କୁ କଠୋର ଦଣ୍ଡ ମିଳୁ।” ଆଞ୍ଚଲ କହିଛନ୍ତି, “ଆମେ ୩ ବର୍ଷ ହେଲା ଏକାଠି ରହିଥିଲୁ। ନିକଟରେ ମୋ ପରିବାର ଲୋକ ଏ ସମ୍ପର୍କରେ ଜାଣି ଦେଇଥିଲେ। ସେ ଅନୁସୂଚିତ ଜନଜାତିର ହୋଇଥିବାରୁ ପରିବାର ଲୋକ ଆମ ବାହାଘରକୁ ସ୍ୱୀକୃତି ଦେଇ ନଥିଲେ। ମୋ ପରିବାର ସର୍ତ୍ତ ରଖିଥିଲେ ଯେ ଯଦି ସେ ମୋତେ ବାହା ହେବାକୁ ଚାହୁଁଛନ୍ତି, ତା’ହେଲେ ହିନ୍ଦୁତ୍ୱ ଗ୍ରହଣ କରନ୍ତୁ। ସେ(ସକ୍ଷମ) ମଧ୍ୟ ଏଥିରେ ରାଜି ଥିଲେ।

Boy1
ଆଞ୍ଚଲ ଓ ସକ୍ଷମ

ମୋ ପରିବାର ତାଙ୍କୁ ମାରିବା ପାଇଁ ସୁଯୋଗ ଅପେକ୍ଷାରେ ରହିଥିଲେ। ଷ୍ଟେସନକୁ ମାଉସୀଙ୍କୁ ଛାଡ଼ିବାକୁ ଯିବା ବେଳେ ହିଁ ଆମେ କଥା ହୋଇଥିଲୁ। ଏପରି କିଛି ଘଟିବ ବୋଲି ମୁଁ କଳ୍ପନା ବି କରି ନଥିଲି। ଘଟଣାର ଦିନକ ପରେ ଖବରକାଗଜରୁ ଏହା ମୁଁ ଜାଣିବାକୁ ପାଇଥିଲି। ମୋତେ କେହି ବି ଏକଥା କହି ନଥିଲେ।

ଯେଉଁ ଦିନ ସକ୍ଷମଙ୍କୁ ହତ୍ୟା କରାଗଲା ସେହିଦିନ ମୋ ଭାଇ ମୋତେ ଥାନାକୁ ନେଇଥିଲା। ସକ୍ଷମଙ୍କ ନାଁରେ ମିଛ କେସ ଦେବାକୁ ବାଧ୍ୟ କରିଥିଲା। କିନ୍ତୁ ମୁଁ ରାଜି ହୋଇ ନଥିଲି। ପୁଲିସ୍‌ ଅଧିକାରୀମାନେ ମାମଲା ବଦଳରେ କାହିଁକି ସେହି ଲୋକଙ୍କୁ ନ ମାରି ଆମକୁ ଆସିଲ ବୋଲି ପ୍ରଶ୍ନ କରିଥିଲେ? ମୋ ଭାଇ ଏହାକୁ ଚ୍ୟାଲେଞ୍ଜ ଭାବେ ନେଇଥିଲା ଓ ସକ୍ଷମଙ୍କୁ ମାରିଦେଲା।

ସକ୍ଷମଙ୍କ ମୃତ୍ୟୁ ପରେ ମଧ୍ୟ ଆମ ପ୍ରେମ ଜିତିଛି। ମୋ ବାପା ଓ ଭାଇମାନେ ହାରିଛନ୍ତି। ସେମାନେ ମୋ ସକ୍ଷମଙ୍କୁ ମାରି ଦେଇଛି। ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଯାଉ। ମୁଁ ସକ୍ଷମଙ୍କ ଘରେ ସବୁ ଦିନ ବୋହୂ ଭାବେ ରହିବି।” 

Maharashatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe